ପାରାଦୀପ ଆଇଓସିଏଲରେ ଉତ୍ତେଜନା, ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି

ପାରାଦୀପ ଆଇଓସିଏଲ ପାଇପ ଲାଇନ ପ୍ରକଳ୍ପ ସମ୍ମୁଖରେ ଆଗରେ ଉତ୍ତେଜନା । ଶ୍ରମିକଙ୍କ ପରିବାର ଓ ସିଆଇସିଏଫ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରେ ପୋଲିସର ତଦନ୍ତ ଆରମ୍ଭ ।

ପାରାଦୀପ (କେନ୍ୟୁଜ): ପାରାଦୀପ ଆଇଓସିଏଲ ପାଇପ ଲାଇନ ପ୍ରକଳ୍ପ ସମ୍ମୁଖରେ ଆଗରେ ଉତ୍ତେଜନା । ଶ୍ରମିକଙ୍କ ପରିବାର ଓ ସିଆଇସିଏଫ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରେ ପୋଲିସର ତଦନ୍ତ ଆରମ୍ଭ । ଦୀର୍ଘ ୪୫ ଦିନ ଧରି ୮ଦଫା ଦାବିରେ ପାରାଦୀପ ଆଇଓସିଏଲ ପାଇପ ଲାଇନ ପ୍ରକଳ୍ପ ସମ୍ମୁଖରେ ଧାରଣାରେ ବସିଛନ୍ତି ଶ୍ରମିକ । ଏନେଇ କଂପାନୀ କର୍ତ୍ତୃପକ୍ଷ, ଶ୍ରମିକ ସଂଗଠନ ଓ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

ଆଜି ସକାଳୁ ଧାରଣାରତ ଶତାଧିକ ଶ୍ରମିକ ପରିବାର ସହିତ ପାଇପଲାଇନ ପ୍ରକଳ୍ପ ଫାଟକ ସମ୍ମୁଖରେ ଧାରଣାରେ ବସିବା ସହ କମ୍ପାନୀ ଗେଟ ବନ୍ଦ କରିଦେଇଥିଲେ । କମ୍ପାନୀ ମଧ୍ୟକୁ କିଛି ଅଧିକାରୀ ପ୍ରବେଶ କରିବାରୁ ସିଆଇଏସଏଫ ଯବାନ ଓ ଶ୍ରମିକଙ୍କ ପରିବାର ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବାରୁ ଅଭୟଚାନ୍ଦପୁର ପୋଲିସ ପହଞ୍ଚି କମ୍ପାନୀ କର୍ତ୍ତୃପକ୍ଷ ଓ ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.