Below header

ଆସନ୍ତାକାଲି ଘନକୁହୁଡ଼ି ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କଲବଲ କରୁଛି ଘନ କୁହୁଡ଼ି। ରାଜ୍ୟକୁ ବର୍ତ୍ତମାନ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ରାଜ୍ୟର ଅନେକ ସ୍ଥାନରେ ଘନକୁହୁଡ଼ି ସୃଷ୍ଟି ହେଉଛି । । ଏନେଇ ଆସନ୍ତାକାଲି ଘନକୁହୁଡ଼ି ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଭୁବନେଶ୍ୱର (କେନ୍ୟୁଜ): କଲବଲ କରୁଛି ଘନ କୁହୁଡ଼ି। ରାଜ୍ୟକୁ ବର୍ତ୍ତମାନ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ରାଜ୍ୟର ଅନେକ ସ୍ଥାନରେ ଘନକୁହୁଡ଼ି ସୃଷ୍ଟି ହେଉଛି । ଏଥିପାଇଁ କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଏନେଇ ଆସନ୍ତାକାଲି ଘନକୁହୁଡ଼ି ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କନ୍ଧମାଳକୁ ଘନକୁହୁଡ଼ିକୁ ନେଇ ସତର୍କତା ଜାରି ହୋଇଛି।

ସେପଟେ ରାଜଧାନୀ ଦିଲ୍ଲୀରେ ବି ଘନ କୁହୁଡ଼ିର ଆସ୍ତରଣ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଘନ କୁହୁଡି ଯୋଗୁଁ ଦିଲ୍ଲୀ ବିମାନ ବନ୍ଦରରେ ବିମାନ ଉଡ଼ାଣରେ ବ୍ୟାଘାତ ସୃଷ୍ଟି ହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.