Below header

ସ୍ପେଶାଲ ସ୍କ୍ୱାର୍ଡ ଜାଲରେ ଆନ୍ତରାଜ୍ୟ ଗାଡି ଲୁଟେରା ଗ୍ୟାଙ୍ଗ, ୨ ମହିଳା ସମେତ ୫ ଗିରଫ

ସ୍ପେଶାଲ ସ୍କ୍ୱାର୍ଡ ଜାଲରେ ଆନ୍ତରାଜ୍ୟ ଗାଡି ଲୁଟେରା ଗ୍ୟାଙ୍ଗ । ଦାମୀ ଗାଡି ଲୁଟୁଥିଲେ ସମ୍ଭ୍ରାନ୍ତ ଘରର ମହିଳା । ଦୁଇ ମହିଳାଙ୍କ ସମେତ ୫ ଜଣଙ୍କୁ ଅଟକ ରଖିଛି କମିଶନରେଟ୍‌ ପୋଲିସ । ସେମାନଙ୍କ ନିକଟରୁ ଫଚ୍ୟୁନର, ହୁଣ୍ଡା ସିଟି ଓ ଅନେକ ଦାମୀ କାର୍‌ ଜବତ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ।

ଭୁବନେଶ୍ୱର (କେନ୍ୟୁଜ): ସ୍ପେଶାଲ ସ୍କ୍ୱାର୍ଡ ଜାଲରେ ଆନ୍ତରାଜ୍ୟ ଗାଡି ଲୁଟେରା ଗ୍ୟାଙ୍ଗ । ଦାମୀ ଗାଡି ଲୁଟୁଥିଲେ ସମ୍ଭ୍ରାନ୍ତ ଘରର ମହିଳା । ଦୁଇ ମହିଳାଙ୍କ ସମେତ ୫ ଜଣଙ୍କୁ ଅଟକ ରଖିଛି କମିଶନରେଟ୍‌ ପୋଲିସ । ସେମାନଙ୍କ ନିକଟରୁ ଫଚ୍ୟୁନର, ହୁଣ୍ଡା ସିଟି ଓ ଅନେକ ଦାମୀ କାର୍‌ ଜବତ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ।

ସୂଚନା ଅନୁଯାୟୀ , କିଛି ଦିନ ହେଲା ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରୁ କାର୍‌ ଲୁଟୁଥିଲେ । ଯାହାକୁ ନେଇ ବାରମ୍ବାର ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଆକ୍ସନକୁ ଆସିଥିଲା ପୋଲିସ । ଶେଷରେ ସ୍ପେଶାଲ ଅପରେସନ ଜରିଆରେ ଆନ୍ତରାଜ୍ୟ ଗାଡି ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ । ସେମାନଙ୍କ ନିକଟରୁ ଅନେକ ଦାମୀ ଗାଡି ଜବତ ହୋଇଛି । ଏହି ସବୁ ଗାଡିରେ ଫଚ୍ୟୁନର, ସ୍ୱିଫ୍ଟ, ହୋଣ୍ଡାସିଟି ଭଳି ଗାଡି ରହିଛି । ତେବେ ଏହି ଗାଡି କାରବାରରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.