ସିଙ୍ଗଲ୍‌ ଭିସା ନେଇ ଭାରତ ଆସିଥିଲେ, ଏୟାରପୋର୍ଟରେ ୨ ଘଣ୍ଟା ହଇରାଣ ହେଲେ ଇଂଲଣ୍ଡ ଖେଳାଳି

ରାଜକୋଟରେ ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ । ଇଂଲଣ୍ଡ ଟିମ ଆବୁଧାବିରୁ ଭାରତକୁ ଫେରିବା ସମୟରେ ଇଂଲଣ୍ଡ ଟିମର ଖେଳାଳି ରେହାନ ଅହମଦଙ୍କୁ ଏୟାରପୋର୍ଟରେ ୨ ଘଣ୍ଟା ଅପେକ୍ଷା କରିବାକୁ ପଡିଛି ।

ଆସନ୍ତା ୧୫ ତାରିଖରୁ ରାଜକୋଟରେ ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ଇଂଲଣ୍ଡ ଟିମ ଆବୁଧାବିରୁ ଭାରତକୁ ଫେରିଛି । ଆଉ ଏହି ସମୟରେ ଇଂଲଣ୍ଡ ଟିମର ଖେଳାଳି ରେହାନ ଅହମଦଙ୍କୁ ଅଟକାଇଛି ପୋଲି । ଭିସାକୁ ନେଇ ରେହାନଙ୍କୁ ଏୟାରପୋର୍ଟରେ ୨ ଘଣ୍ଟା ଅପେକ୍ଷା କରିବାକୁ ପଡିଛି ।

ଖବର ମୁତାବକ, ଭାରତ-ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟରୁ ୨ଟି ଖେଳ ସରିଛି । ତୃତୀୟ ଟେଷ୍ଟ ରାଜକୋଟରେ ଫେବୃଆରୀ ୧୫ରୁ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ଏବଂ ତୃତୀୟ ଟେଷ୍ଟ ମଧ୍ୟରେ ୧୦ଦିନର ଅନ୍ତର ରହିଥିବାରୁ ଇଂଲଣ୍ଡ ଟିମ୍‌ ଅଭ୍ୟାସ କରିବାକୁ ଆବୁଧାବି ଚାଲିଯାଇଥିଲା । ଆବୁଧାବିରୁ ଏବେ ଟିମ୍‌ ଭାରତକୁ ଫେରିଛି । ଆଉ ଏହି ସମୟରେ ଇଂଲଣ୍ଡ ଖେଳାଳି ରେହାନ ଅହମଦଙ୍କୁ ଏୟାରପୋର୍ଟରେ ଅସୁବିଧା ସାମ୍ନା କରିବାକୁ ପଡିଛି ।

ରିହାନ ଭାରତକୁ ସିଙ୍ଗଲ ଭିସା ନେଇ ଆସିଥିଲେ । ଏଥିପାଇଁ ଏୟାରପୋର୍ଟରେ ଅଟକ ରହିଥିଲେ । ଏହାପରେ ତୁରନ୍ତ ଇଂଲଣ୍ଡ କ୍ରିକେଟ ବୋର୍ଡ ଭିସା କ୍ଲିୟର କରିଥିଲା । ପାଖାପାଖି ୨ ଘଣ୍ଟା ଏୟାରପୋର୍ଟରେ ସମସ୍ୟା ଭୋଗିଥିଲେ ।

ଏହା ପୂର୍ବରୁ ସୋଏବ ବଶିର ମଧ୍ୟ ଭିସା ଯୋଗୁଁ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ବଶିର ଭିସା ପାଇଁ ପୂର୍ବରୁ ଆପ୍ଲାଏ କରିଥିଲେ । ତାଙ୍କୁ ବହୁତ ବିଳମ୍ବରେ ଆପ୍ରୁଭାଲ ମିଳିଥିଲା । ଏବେ ବଶିରଙ୍କ ପରେ ରେହାନ ମଧ୍ୟ ଭିସା ପାଇଁ ସମସ୍ୟ ସାମ୍ନା କରିଛନ୍ତି ।

ସୂଚନାଯୋଗ୍ୟ, ଇଂଲଣ୍ଡ ପ୍ରଥମ ଟେଷ୍ଟ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟ ଭାରତ ଜିତିଛି । ତୃତୀୟ ଟେଷ୍ଟ ମ୍ୟାଚ ୧୫ ଫେବୃଆରୀକୁ ରାଜକୋଟରେ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.