ନୂଆଦିଲ୍ଲୀ : ପ୍ରୟାଗରାଜ କୁମ୍ଭ ମେଳାରେ ପୁଣି ଅଗ୍ନିକାଣ୍ଡ । ଏଥର ଅଳ୍ପକେ ବର୍ତ୍ତିଗଲେ ବିହାର ରାଜ୍ୟପାଳ ଲାଲଜୀ ଟଣ୍ଡନ୍ । ସେ ରହୁଥିବା କ୍ୟାମ୍ପରେ କୌଣସି କାରଣରୁ ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା । ସେ ନିଜେ ବର୍ତ୍ତି ଯାଇଥିବା ବେଳେ ମୋବାଇଲ୍, ଚଷମା, ଘଣ୍ଟା ସମେତ ତାଙ୍କ ଅନ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ସବୁ ପୋଡ଼ି ଯାଇଛି । ସେକ୍ଟର-୨୦ ଅନ୍ତର୍ଗତ ତ୍ରିବେଣୀ ଟେଷ୍ଟ ସିଟିରେ ରାଜ୍ୟପାଳ ଲାଲ ଜୀ ଟଣ୍ଡନଙ୍କ କ୍ୟାମ୍ପ ଥିଲା । ରାତି ପ୍ରାୟ ସାଢ଼େ ୨ଟା ବେଳକୁ ସେ ଗଭୀର ନିଦରେ ଶୋଇଥିଲା ବେଳେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଅଚାନକ ନିଆଁ ଲାଗି ଯାଇଥିଲା । ରାଜ୍ୟପାଳଙ୍କୁ ସୁରକ୍ଷା କର୍ମୀମାନେ ତୁରନ୍ତ ବାହାରକୁ ନେଇ ଆସିଥିଲେ । ତେବେ ଏଥିରେ କେହି ଆହତ ହୋଇ ନାହାନ୍ତି ।
ପୂର୍ବରୁ ଗତ ଫେବ୍ରୁଆରୀ ୫ ତାରିଖ ଓ ୧୦ ତାରିଖରେ ମଧ୍ୟ କୁମ୍ଭ ମେଳାରେ ନିଆଁ ଲାଗି ଯାଇଥିଲା । ପ୍ରଥମେ ସେକ୍ଟର-୧୫ ଓ ପରେ ସେକ୍ଟର-୧୩ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ତା ପୂର୍ବରୁ ଜାନୁଆରୀ ୧୯ ତାରିଖରେ ସେକ୍ଟର-୧୩ ପ୍ରୟାଗ ସଭାସ୍ଥଳ ପେଣ୍ଡାଲରେ ମଧ୍ୟ ନିଆଁ ଲାଗି ଜଳି ଯାଇଥିଲା । ଗତ ୫ ତାରିଖ ଦିନ ଯେଉଁ ନିଆଁ ଲାଗିଥିଲା ସେଥିରେ ସାଧୁସନ୍ଥଙ୍କ ଶିବିର ସମେତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ କରାଯାଇଥିବା ଅତ୍ୟାଧୁନିକ କ୍ୟାମ୍ପ୍ଟି ମଧ୍ୟ ଜଳି ଯାଇଥିଲା ।
ପୁରୀ : ଚଳଚଞ୍ଚଳ ପୁରୀ ରଥଖଳା । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ…
ଭୁବନେଶ୍ଵର : ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସରେ ପ୍ରଦର୍ଶିତ ହୋଇଛି ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ଶୂନ୍ୟ ସ୍ବରୂପ…
ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ଜୁନ୍ ୯ରେ ମୋଦି ପ୍ରଧାନମନ୍ତ୍ରୀ…
ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍ ଚର୍ଚ୍ଚାରେ ରହିଆସିଛି…
ଏଥର ଏନ୍ଡିଏ ସରକାର ଗଠନରେ କିଙ୍ଗମେକରର ଭୂମିକା ଗ୍ରହଣ କରିଛି ବିହାରର ଜେଡିୟୁ । ଏହି ଦଳର ଦୁଇ ନେତାଙ୍କୁ…
ବାଲେଶ୍ୱର : ପୁଣି ସାମ୍ନାକୁ ଆସିଲା ପିଲା ଚୋରି ଅଭିଯୋଗ । ହସ୍ପିଟାଲ ବେଡ୍ରୁ ଶିଶୁ ପୁତ୍ରକୁ ଚୋରି କରି…