Below header

କୁମ୍ଭ ମେଳାରେ ଜଳି ଯାଇଥାନ୍ତେ ବିହାର ରାଜ୍ୟପାଳ

LAL JI TONDON

ନୂଆଦିଲ୍ଲୀ : ପ୍ରୟାଗରାଜ କୁମ୍ଭ ମେଳାରେ ପୁଣି ଅଗ୍ନିକାଣ୍ଡ । ଏଥର ଅଳ୍ପକେ ବର୍ତ୍ତିଗଲେ ବିହାର ରାଜ୍ୟପାଳ ଲାଲଜୀ ଟଣ୍ଡନ୍‌ । ସେ ରହୁଥିବା କ୍ୟାମ୍ପରେ କୌଣସି କାରଣରୁ ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା । ସେ ନିଜେ ବର୍ତ୍ତି ଯାଇଥିବା ବେଳେ ମୋବାଇଲ୍‌, ଚଷମା, ଘଣ୍ଟା ସମେତ ତାଙ୍କ ଅନ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ସବୁ ପୋଡ଼ି ଯାଇଛି । ସେକ୍ଟର-୨୦ ଅନ୍ତର୍ଗତ ତ୍ରିବେଣୀ ଟେଷ୍ଟ ସିଟିରେ ରାଜ୍ୟପାଳ ଲାଲ ଜୀ ଟଣ୍ଡନଙ୍କ କ୍ୟାମ୍ପ ଥିଲା । ରାତି ପ୍ରାୟ ସାଢ଼େ ୨ଟା ବେଳକୁ ସେ ଗଭୀର ନିଦରେ ଶୋଇଥିଲା ବେଳେ ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଯୋଗୁଁ ଅଚାନକ ନିଆଁ ଲାଗି ଯାଇଥିଲା । ରାଜ୍ୟପାଳଙ୍କୁ ସୁରକ୍ଷା କର୍ମୀମାନେ ତୁରନ୍ତ ବାହାରକୁ ନେଇ ଆସିଥିଲେ । ତେବେ ଏଥିରେ କେହି ଆହତ ହୋଇ ନାହାନ୍ତି ।

ପୂର୍ବରୁ ଗତ ଫେବ୍ରୁଆରୀ ୫ ତାରିଖ ଓ ୧୦ ତାରିଖରେ ମଧ୍ୟ କୁମ୍ଭ ମେଳାରେ ନିଆଁ ଲାଗି ଯାଇଥିଲା । ପ୍ରଥମେ ସେକ୍ଟର-୧୫ ଓ ପରେ ସେକ୍ଟର-୧୩ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ତା ପୂର୍ବରୁ ଜାନୁଆରୀ ୧୯ ତାରିଖରେ ସେକ୍ଟର-୧୩ ପ୍ରୟାଗ ସଭାସ୍ଥଳ ପେଣ୍ଡାଲରେ ମଧ୍ୟ ନିଆଁ ଲାଗି ଜଳି ଯାଇଥିଲା । ଗତ ୫ ତାରିଖ ଦିନ ଯେଉଁ ନିଆଁ ଲାଗିଥିଲା ସେଥିରେ ସାଧୁସନ୍ଥଙ୍କ ଶିବିର ସମେତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ କରାଯାଇଥିବା ଅତ୍ୟାଧୁନିକ କ୍ୟାମ୍ପ୍‌ଟି ମଧ୍ୟ ଜଳି ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.