ଦେଶ ବିଦେଶ

ପୁଣି ଟ୍ରେନରେ ନିଆଁ, ବେଙ୍ଗାଲୁରୁ ଉଦ୍ୟାନ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ପୁଣି ଟ୍ରେନରେ ନିଆଁ । ଧୂଆଁମୟ ହୋଇଗଲା ସମ୍ପୂର୍ଣ୍ଣ ପରିବେଶ । ବେଙ୍ଗାଲୁରୁ ଉଦ୍ୟାନ ଏକ୍ସପ୍ରେସରେ ନିଆଁ ଲାଗିଥିବା ଜଣା ପଡ଼ିଛି । ସଙ୍ଗୋଲି ରୟାନା ରେଲୱେ ଷ୍ଟେସନରେ ଟ୍ରେନରେ ନିଆଁ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଟ୍ରେନରୁ ସମସ୍ତ ଯାତ୍ରୀ ବାହାରିବାର ୨ ଘଣ୍ଟା ପରେ ଟ୍ରେନରେ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ । ଅଗ୍ନିଶମ ବାହିନୀ ଓ ବିଶେଷଜ୍ଞ ଟିମ୍ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ଚେଷ୍ଟା ଜାରି ରହିଛି ।

ସୂଚନା ଅନୁସାରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ସାଙ୍ଗୋଲି ରୟାନା ରେଳ ଷ୍ଟେସନରେ ପହଞ୍ଚିବା ପରେ ଉଦ୍ୟାନ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା। ଦକ୍ଷିଣ-ପଶ୍ଚିମ ରେଳ ତରଫରୁ ଏହି ସୂଚନା ମିଳିଛି। ଦକ୍ଷିଣ ପଶ୍ଚିମ ରେଳବାଇ ଏକ ବିବୃତ୍ତିରେ କହିଛି ଯେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ସଙ୍ଗୋଲି ରୟାନା ରେଳ ଷ୍ଟେସନରେ ପହଞ୍ଚିବା ପରେ ଉଦ୍ୟାନ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା। ଯାତ୍ରୀମାନେ ଟ୍ରେନରେ ଓହ୍ଲାଇବାର ଦୁଇ ଘଣ୍ଟା ପରେ ଏହି ଘଟଣା ଘଟିଥିଲା। ଟ୍ରେନରେ ଏଭଳି ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଥିବା ଦେଖାଯାଇଛି ।

ବାରମ୍ବାର ଏଭଳି ଟ୍ରେନରେ ଦୁର୍ଘଟଣା ଘଟୁଛି । ଯାହାକୁ ନେଇ ଟ୍ରେନରେ ଯାଉଥିବା ଯାତ୍ରୀମାନେ ଅସୁରକ୍ଷିତ ମନେ କରୁଛନ୍ତି । ଯାତ୍ରୀମାନଙ୍କ ମଧ୍ୟରେ ଭୟ ଉପୁଜୁଛି । ଉକ୍ତ ଟ୍ରେନରେ କାହିଁକି ନିଆଁ ଲାଗିଲା ତାର ସଠିକ କାରଣ ଜଣା ପଡ଼ିନଥିବାବେଳେ ଘଟଣାର ତଦନ୍ତ ଚାଲିଛି ।

Subhalaxmi Das

Recent Posts

ଜିଓର ୯୦ ଦିନିଆ ରିଚାର୍ଜ ପ୍ଲାନ, ୟୁଜର୍ସଙ୍କୁ ମିଳିବ ୨୦୦ GB ଡାଟା

ରିଲାଏନ୍ସ ଜିଓ ହେଉଛି ଦେଶର ସବୁଠାରୁ ବଡ ଟେଲିକମ୍ କମ୍ପାନୀ । ଟେଲିକମ୍ ସେକ୍ଟରରେ ଜିଓର ଅଧିକ ୟୁଜର ଅଛନ୍ତି…

3 mins ago

ଏଥର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିବେ ବଜେଟ ଉପସ୍ଥାପନ

ଭୁବନେଶ୍ୱର :   ଆଜି ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଏହି ସମୀକ୍ଷା ବୈଠକ ହେବ । ଆସନ୍ତା 100 ଦିନ ଭିତରେ…

11 mins ago

ଜାଣନ୍ତୁ, ଭୁବନେଶ୍ୱରରେ ଆଜିର ପେଟ୍ରୋଲ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

55 mins ago

ଜାଣନ୍ତୁ କେତେ ରହିଛି ଆଜି ସୁନା ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

1 hour ago

ବିଦ୍ୟୁତ ଆଘାତରେ ଦନ୍ତା ମୃତ, ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଥିଲା

ସମ୍ବଲପୁର : ବିଦ୍ୟୁତ ଆଘାତରେ ଦନ୍ତା ମୃତ। ସମ୍ବଲପୁର ସଦର ରେଞ୍ଜ ଫରେଷ୍ଟ ଡିଭଜନ ଯୁଯୁମୁରା ରେଞ୍ଜ ବସିଆପଡା ଗାଁରେ…

2 hours ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି…

2 hours ago