ଦେଶ ବିଦେଶ

ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କୁ ଆସିଲା ଦୁଇ ଦୁଇ ଥର ହାର୍ଟଆଟାକ, ସହଯାତ୍ରୀ ବଞ୍ଚାଇଦେଲେ ଜୀବନ

କରୋନା ମହାମାରୀ ଆସିବା ପରଠାରୁ ପ୍ରତିଦିନ କିଛି ନା କିଛି ଲୋକ ହୃଦଘାତର ଶିକାର ହେଉଛନ୍ତି। ବହୁତ କମ୍‌ ବୟସରେ କିଛି ଲୋକ ଚାଲିଯାଉଛନ୍ତି । କେଉଁଠି ନାଚୁଥିବା ବେଳେ ତ ଆଉ କେଉଁଠି ବସିଥିବା ବେଳେ, ଆଉ କେଉଁଠି ଚାଲୁଥିବା ବେଳେ। ଏମିତି ଅନେକ ଭିଡିଓ ମଧ୍ୟ ଆପଣ ଦେଖିଛନ୍ତି । ତେବେ ଏମିତି ଏକ ମାମଲା ବିମାନରେ ଦେଖିବାକୁ ମିଳିଛି । ଯେଉଁଠି ଜଣେ ବ୍ୟକ୍ତିଙ୍କୁ ଦୁଇ ଦୁଇଥର ଆଟାକ୍‌ ଆସିବା ପରେ ଈଶ୍ୱରଙ୍କ ଦୟାରୁ ବଞ୍ଚିଯାଇଛନ୍ତି ।

ନିକଟରେ କିଛି ଦିନ ପୂର୍ବରୁ ଜଣେ ସପିଂ ମଲରେ ଜଣେ ବ୍ୟକ୍ତିଙ୍କ ହୃଦଘାତ ହୋଇଥିଲା, ଆଉ ସେହି ସମୟରେ ମଲରେ ଉପସ୍ଥିତ ଥିବା ଜଣେ ଡାକ୍ତର ତାଙ୍କ ଜୀବନ ରକ୍ଷା କରିଥିଲେ। ଆଉ ଏଥର ମଧ୍ୟବିମାନରେ ଜଣେ ଡାକ୍ତର ଉପସ୍ଥିତ ଥିଲେ ଏବଂ ସେ ସେହି ବ୍ୟକ୍ତିଙ୍କ ଜୀବନ ଦୁଇଥର ରକ୍ଷା କରିଥିଲେ।

ଖବର ମୁତାବକ, ଏହି ଘଟଣା ଏକ ଏୟାର ଇଣ୍ଡିଆ ବିମାନରେ ଘଟିଥିଲା। ବିମାନଟି ବ୍ରିଟେନରୁ ମୁମ୍ବାଇକୁ ଏହି ବିମାନ ଆସୁଥିଲା। ଏହି ବିମାନରେ ହଠାତ୍ ଜଣେ ଯାତ୍ରୀ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ସେ ନିଶ୍ୱାସ ନେବାରେ ସକ୍ଷମ ହୋଇନଥିଲେ କିମ୍ବା ତାଙ୍କ ସ୍ପନ୍ଦନ ମଧ୍ୟ ଚାଲୁ ନଥିଲା। ଏହି ବିମାନରେ ଡାକ୍ତର ବିଶ୍ୱରାଜ ଭେମାଲା ମଧ୍ୟ ଯାତ୍ରା କରୁଥିଲେ। ସେ ତୁରନ୍ତ ହୃଦଘାତ ହୋଇଥିବା ଯାତ୍ରୀଙ୍କ ପାଖକୁ ଯାଇଥିଲେ ଏବଂ ଜୀବନ ବଞ୍ଚାଇଥିଲେ ।

ସୂଚନାନୁସାରେ, ଡାକ୍ତର ଜଣକ ବ୍ରିଟେନର ବର୍ମିଂହାମସ୍ଥିତ ରାଣୀ ଏଲିଜାବେଥ ହସ୍ପିଟାଲରେ ଜଣେ ହେପାଟୋଲୋଜିଷ୍ଟ ଭାବେ କାର୍ଯ୍ୟରତ। ଯାତ୍ରୀଙ୍କୁ ହାର୍ଟଆଟାକ ଆସିବା ପରେ ସେ ଯାତ୍ରୀଙ୍କୁ ଚେକ କରିଥିଲେ ଏବଂ ପରେ ବିମାନର କ୍ୟାବିନ କର୍ମଚାରୀଙ୍କୁ ଜରୁରୀକାଳୀନ କିଟ୍ ମାଗିଥିଲେ। ପ୍ରାୟ ଏକ ଘଣ୍ଟା ପରେ ରୋଗୀଙ୍କ ଚେତନା ଫେରି ଡାକ୍ତରଙ୍କ ସହ କଥା ହୋଇଥିଲେ। ହେଲେ ସେ ପୁଣି ଥରେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ।

ରୋଗୀର ଦ୍ୱିତୀୟ ଷ୍ଟ୍ରୋକ୍ ପରେ ଡାକ୍ତର ଜଣକ ପୁଣି ଚିକିତ୍ସା କରି ଜୀବନ ବଞ୍ଚାଇଥିଲେ । ଏପରି ପରିସ୍ଥିତିକୁ ଦେଖି ବିମାନର ପାଇଲଟ ପାକିସ୍ତାନରେ ବିମାନ ଅବତରଣ କରିବାକୁ ଅନୁମତି ମାଗିଥିଲେ, ସେତେବେଳେ କର୍ତ୍ତୃପକ୍ଷ ମନା କରିଦେଇଥିଲେ। ତେବେ ହୃଦଘାତ ଆସିଥିବା ବ୍ୟକ୍ତିଙ୍କର ପୂର୍ବରୁ ଏହି ସମ୍ବନ୍ଧୀୟ କୌଣସି ରୋଗ ନଥିଲା । ତେବେ ଯାହା ହେଉ ଦୁଇ ଦୁଇ ହାର୍ଟଆଟାକ୍‌ ଆସିଥିଲେ ମଧ୍ୟ ଡାକ୍ତରଙ୍କ ଯୋଗୁଁ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଥିଲା ।

Swagatika

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

32 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

33 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

37 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

43 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

46 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

57 mins ago