ଦେଶ ବିଦେଶ

ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ୍‌ ହତ୍ୟା ମାମଲା: ସମସ୍ତ ୫ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୧୫ ବର୍ଷ ତଳେ ଅଫିସ୍‌ରୁ ଫେରିବା ବେଳେ ଗୁଳି କରାଯାଇଥିଲା

ଟିଭି ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ଦିଲ୍ଲୀର ସାକେତ୍‌ କୋର୍ଟ ସମସ୍ତ ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରାୟ ୧୫ ବର୍ଷ ତଳେ ଅଫିସରୁ ଘରକୁ ଫେରୁଥିବା ସମୟରେ ସୌମ୍ୟାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ଗତ ୧୩ ବର୍ଷ ମଧ୍ୟରେ ୩୨୦ଟି ଶୁଣାଣି ହୋଇଛି।

୨୦୦୮ ସେପ୍ଟେମ୍ବର ୩୦ରେ ସୌମ୍ୟା ଅଫିସ୍‌ରୁ ନାଇଟ୍‌ ଡ୍ୟୁଟି ସାରି ଘରକୁ ଫେରୁଥିଲେ। ଏହି ସମୟରେ ଦିଲ୍ଲୀର ନେଲସନ ମଣ୍ଡେଲା ମାର୍ଗରେ ତାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ମୃତଦେହ ତାଙ୍କରି କାର୍‌ରୁ ମିଳିଥିଲା।

ଦିଲ୍ଲୀର ସାକେତ୍‌ କୋର୍ଟରେ ଅତିରିକ୍ତ ସେସନ୍ସ ଜଜ୍ ରବିନ୍ଦ୍ର କୁମାର ପାଣ୍ଡେ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୌମ୍ୟା ବିଶ୍ୱନାଥନଙ୍କ ବାପା ଏମ.କେ ବିଶ୍ୱନାଥନ ଓ ମା’ ମାଧବୀ ବିଶ୍ୱନାଥନ ଦିଲ୍ଲୀରେ ହିଁ ଅଛନ୍ତି। ଏହି ହତ୍ୟା ମାମଲାର ଖାସ୍‌ କଥା ହେଉଛି, ଏହାକୁ ଖୁଲାସା କରିବାରେ ପୋଲିସକୁ ୬ ମାସ ସମୟ ଲାଗିଯାଇଥିଲା।

ସୌମ୍ୟା ବିଶ୍ୱନାଥନଙ୍କୁ ଭୋର୍‌ ପ୍ରାୟ ୩ଟା ୩୦ରେ ହତ୍ୟା କରାଯାଇଥିଲା, ଯେଉଁ ସମୟରେ ସେ ନିଜ କାରରେ ଅଫିସରୁ ଘରକୁ ଫେରୁଥିଲେ। ଚଳନ୍ତା ଗାଡିରେ ହିଁ ସୌମ୍ୟାଙ୍କୁ ଗୁଳି କରାଯାଇଥିଲା। ପୋଲିସର ସୂଚନାନୁସାରେ, ଲୁଟ୍‌ପାଟ୍‌ ଉଦ୍ଦେଶ୍ୟରେ ଏହି ହତ୍ୟା କରାଯାଇଥିଲା। ଦିଲ୍ଲୀ ପୋଲିସ ଏହି ମାମଲାରେ ୫ ଅଭିଯୁକ୍ତ ରବି କପୁର, ଅମିତ ଶୁକ୍ଳା, ବଲଜିତ ମଲିକ, ଅଜୟ କୁମାର ଓ ଅଜୟ ସେଠୀଙ୍କୁ ଗିରଫ କରିଥିଲା।

Roshni

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାମ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

4 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

6 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

10 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

11 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

16 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

25 mins ago