ଲାଇଫ୍ ଷ୍ଟାଇଲ୍

ଜାଣନ୍ତୁ ବାସି ଦହି ପଖାଳ ଶରୀର ପାଇଁ କେତେ ଲାଭଦାୟକ ଓ ଏହାର ଉପକାରିତା

ବର୍ତ୍ତମାନ ସମୟରେ ଲୋକଙ୍କ ମଧ୍ୟରେ ଖାଦ୍ୟକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଭାବନା ରହିଛି । ତେବେ ଆପଣମାନେ ଜାଣିଥିବେ ଯେ ଲୋକଙ୍କୁ ସବୁବେଳେ ଟେଷ୍ଟି ଖାଦ୍ୟ ଦରକାର ହୋଇଥାଏ ଓ ସେମାନେ ଏହାକୁ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ଆପଣମାନେ ଜାଣିଛନ୍ତି କି ଦହି ପଖାଳ ଭାରତରେ ଅନେକ ସଂସ୍କୃତିର ଏକ ପ୍ରସିଦ୍ଧ ଖାଦ୍ୟ ।

ଦହି ପଖାଳର ସ୍ୱାଦ  ଯୋଗୁ ଏହାର ଏକ ଖାସ୍‌ ପରିଚୟ ରହିଛି । ଏହା ବ୍ୟତୀତ ଏହାକୁ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି କୁହାଯାଏ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଦହି ପଖାଳ କିପରି ଭାବେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

ବାସି ଦହି ପଖାଳ ଖାଇବାର ଲାଭକାରୀ ଗୁଣ :

ପ୍ରୋବାୟୋଟିକ୍ସରେ ଭରପୁର :
ବାସି ଦହି ପଖାଳ ପ୍ରୋବାୟୋଟିକ୍ସରେ ଭରପୁର ହୋଇଥାଏ । ଏଥିରେ ଯେଉଁ ସବୁ ଲାଭକାରୀ ବ୍ୟାକ୍ଟେରିଆ ରହିଥାନ୍ତି, ତାହା ଆମ ପେଟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ବାସି ଦହିରେ ଥିବା ପ୍ରୋବାୟୋଟିକ୍ସ ହଜମ କରିବାରେ ଅନେକ ସାହାଯ୍ୟ କରିଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତିକୁ  ମଜବୁତ କରିଥାଏ ।

ସହଜରେ ହଜମ ହୋଇଥାଏ :
ବାସି ଦହି ପଖାଳରେ କାର୍ବୋହାଇଡ୍ରେଟ୍‌ ଏବଂ ପ୍ରୋଟିନ୍‌ ଭରପୁର ମାତ୍ରାରେ ମିଳିଥାଏ । ଯାହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ । ତେବେ ଯେଉଁ ଲୋକମାନଙ୍କର ହଜମ ସମସ୍ୟା ରହିଥାଏ, ସେମାନଙ୍କ ପାଇଁ ଏହା ଅଧିକ ଲାଭକାରୀ ହୋଇଥାଏ ।

ପୋଷକ ତତ୍ତ୍ୱରେ ଭରପୁର :
ଦହି ପଖାଳରେ କ୍ୟାଲୟିୟମ୍‌, ଭିଟାମିନ୍‌ – ଡି ଓ ପ୍ରୋଟିନ୍‌ ସହିତ ଅନେକ ପୋଷକ ତତ୍ତ୍ୱ ଭରପୁର ରହିଥାଏ । ହାଡ ଓ ଦାନ୍ତକୁ ମଜବୁତ କରିବାରେ କ୍ୟାଲସିୟମ୍‌ ବହୁତ ସାହାଯ୍ୟକାରୀ ହୋଇଥାଏ । ଭିଟାମିନ୍‌ – ଡି କ୍ୟାଲସିୟମ୍‌ ଅବଶୋଷଣ କରିବାରେ ସହାୟକ ହୋଇଥାଏ । ତେବେ ପ୍ରୋଟିନ୍‌ ମାଂସପେଶୀ ବିକାଶ ପାଇଁ ଆବଶ୍ୟକ ହୋଇଥାଏ । ସେଥିପାଇଁ ଦହି ପଖାଳ ପୂରା ଦିନରେ ଶରୀରକୁ ସତେଜ ରଖିଥାଏ ।

ଶରୀର ଓ ପେଟକୁ ଠିକ୍‌ ରଖିଥାଏ :
କେତେକ ସଂସ୍କୃତିରେ ଦହି ପଖାଳକୁ ଥଣ୍ଡା ଖାଦ୍ୟ ବୋଲି ବିବେଚନା କରାଯାଏ । ଯାହା ଗରମ ଦିନରେ କିମ୍ବା ମସଲାଯୁକ୍ତ ଖାଦ୍ୟ ଖାଇବା ପରେ ଏହାକୁ ଖାଇଲେ ଆରମ ପ୍ରଦାନ କରିଥାଏ । ଦହି ପଖାଳ ଶରୀରକୁ ଥଣ୍ଡା ରଖିବାରେ ଓ ଶରୀରରେ ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ ।

ଓଜନକୁ ନିୟନ୍ତ୍ରଣ ରଖିଥାଏ :
ଦହି ପଖାଳରେ ଥିବା ପ୍ରୋବାୟୋଟିକ୍ସ କେବଳ ହଜମ ହେବାରେ ସାହାଯ୍ୟ କରିନଥାଏ ବରଂ ହଜମ ଶକ୍ତିକୁ ମଧ୍ୟ ଭଲ କରିଥାଏ । ଏହା କ୍ୟାଲୋରୀ ଇନ୍‌ଟେକ୍‌କୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଶରୀରରେ ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ଓ ଓଜନକୁ ମଧ୍ୟ କମାଇବାରେ ସାହାଯ୍ୟ କରିଥାଏ ।

ତେବେ ଏଥିରେ ସବୁକିଛି ଅଛି ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ସେଥିପାଇଁ ପ୍ରତିଦିନ ଦହି ପଖାଳ ଆପଣଙ୍କ ଖାଦ୍ୟରେ ସାମିଲ କରିପାରିବେ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago