ଟେକ୍

ଟଙ୍କା ଲୁଟ କରିବାର ନୂଆ ପ୍ଲାନ୍‌ କରୁଛନ୍ତି ହ୍ୟାକର୍ସ, ଭୁଲରେ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ ନାହିଁ

ବର୍ତ୍ତମାନ ସମୟରେ ବ୍ୟାଙ୍କ ଫ୍ରଡ୍‌ ସାଧାରଣ କଥା ହୋଇଯାଇଛି । କିନ୍ତୁ ଆପଣଙ୍କ ସତର୍କତା ହିଁ ଆପଣଙ୍କୁ ସାଇବର ଠକାମିରୁ ବଞ୍ଚାଇ ପାରିବ । ତେବେ ନିକଟରେ ହିଁ ଏକ ବ୍ୟାଙ୍କିଙ୍ଗ ଟ୍ରୋଜନ ଚିହ୍ନଟ ହୋଇଛି, ଯାହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରୁଛି । ଏହାର ନାଁ ହେଉଛି SpyNote ବ୍ୟାଙ୍କିଙ୍ଗ୍‌ ଟ୍ରୋଜନ । ଏହି ବ୍ୟାଙ୍କିଙ୍ଗ୍‌ ଟ୍ରୋଜନ ନିକଟରେ ଅନେକ ପ୍ରକାରର ଡାଟା କଲେକ୍ସନ କରିବାର କ୍ଷମତା ରହିଛି ଏବଂ ଏହା ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମକୁ ଟାର୍ଗେଟ କରିବା ପାଇଁ ଡିଜାଇନ୍‌ କରାଯାଇଛି ।

ସାଇବର ସିକ୍ୟୁରିଟି କମ୍ପାନୀ ଏଫ୍‌- ସିକ୍ୟୁର ଅନୁସାରେ, SpyNote ନାମକ ଏକ ନୂଆ ବ୍ୟାଙ୍କିଙ୍ଗ୍‌ ଟ୍ରୋଜନ ମାଲେଓ୍ଵର ରହିଛି । ଏହା ପ୍ରଥମେ SMS ଫିସିଂ କାମ୍ପେନ ମାଧ୍ୟମରେ ବସ୍ତାରିତ କରାଯାଇଥାଏ । SpyNote ଆଟାକକୁ ଇନଷ୍ଟଲ୍‌ କରିବା ପାଇଁ ଏକ ଲିଙ୍କ୍ ପଠାଯାଇଥାଏ । ଥରେ ଆପଣ ଲିଙ୍କରେ କ୍ଲିକ୍ କଲେ ଏହା ଆପଣଙ୍କ ଫୋନରେ ଏକ ଆପ୍ ଇନଷ୍ଟଲ୍‌ କରେ । ଏହି ଆପ୍‌ କଲ୍‌ ଲଗ୍‌, କ୍ୟାମେରା, MMS ମେସେଜ ଏବଂ ଏକ୍ସଟର୍ନାଲ ଷ୍ଟୋରେଜ୍ ପାଇଁ ଆକ୍ସେସ୍ ପାଇଥାଏ । ଏହି ଆପ୍‌ ସାହଯ୍ୟରେ ହ୍ୟାକର୍ସମାନେଦ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ । ଆପଣଙ୍କ ବ୍ୟକ୍ତିଗତ ଜିନିଷର ସସସ୍ତ ତଥ୍ୟ ହ୍ୟାକର୍ସଙ୍କ ନିକଟରେ ପହଞ୍ଚିଯିବ ଯାହା ଦ୍ୱାରା ଆପଣ ବ୍ଲାକମେଲର ମଧ୍ୟ ଶିକାର ହୋଇ ପାରନ୍ତି ।

SpyNote ବହୁତ ହିଁ ବିପଜ୍ଜନକ କାରଣ ଏହା ନିଜର ଉପସ୍ଥିତିକୁ ଲୁଚାଇବାରେ ସମର୍ଥ ହୋଇଥାଏ । ଏହାର ଅର୍ଥ ହେଉଛି ଏହି ମାଲେଓ୍ଵର ଇନଷ୍ଟଲ୍ ହୋଇଥିଲେ ମଧ୍ୟ ଆପଣ ଏହାକୁ ନିଜ ଫୋନରେ ଦେଖି ପାରିବେ ନାହିଁ । ଏହା ଆପଣଙ୍କ ଆଣ୍ଡ୍ରଏଡ୍ ହୋମ ସ୍କ୍ରିନରେ ମଧ୍ୟ ରହି ଥାଇପାରେ କିନ୍ତୁ ଆପଣ ଏହା ଜାଣିପାରିବେ ନାହିଁ । SpyNote ମାଲୱେର୍କୁ ଦୂର ସ୍ଥାନରୁ ମଧ୍ୟ ଇନଷ୍ଟଲ କରାଯାଇ ପାରିବ । ଏହା ଏକ ଆଣ୍ଡ୍ରଏଡ୍ ଆପ୍ ଯାହା ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ । ଏହାକୁ ଅନଇନଷ୍ଟଲ କରିବା ପରେ ମଧ୍ୟ ଏହା ଆକ୍ଟିଭ ରହିଥାଏ । ତେଣୁ ଯଦି ଆପଣଙ୍କର ଫୋନରେ SpyNote ରହିଛି, ଏହାକୁ ହଟାଇବା ପାଇଁ ଆପଣଙ୍କୁ ଆପଣଙ୍କର ଫୋନ୍ ରିସେଟ କରିବାକୁ ପଡିବ ।

SpyNote ମାଲୱେୟାରକୁ ଏଡାଇବା ପାଇଁ, ଆପଣ କୌଣସି ଏକ୍ସଟର୍ନାଲ ଲିଙ୍କରୁ ସଫ୍ଟୱେର୍ ଅପଡେଟ୍ କରିବା ଉଚିତ୍ ନୁହେଁ । ଏଥିସହ ଆପଣ କେବଳ ଗୁଗଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଆପ୍ ଷ୍ଟୋର୍‌ରୁ ଆପ୍ ଡାଉନଲୋଡ୍ କରିବା ଉଚିତ୍ ହେବ । ଯଦି ଆପଣ ଭୁଲରେ ମଧ୍ୟ ଲିଙ୍କ ଉପରେ କ୍ଲିକ କରୁଛନ୍ତି ତେବେ ଆପଣ ହ୍ୟାକର୍ସଙ୍କ ଟାର୍ଗେଟର ଶିକାର ହୋଇ ପାରନ୍ତି । ତେବେ ଆପଣ ସତର୍କ ରହିଲେ ଏଭଳି ସମସ୍ୟାରୁ ବଞ୍ଚି ପାରିବେ ।

Subhalaxmi Das

Recent Posts

ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

5 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

12 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

14 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

32 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

57 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

1 hour ago