ଟଙ୍କା ଲୁଟ କରିବାର ନୂଆ ପ୍ଲାନ୍ କରୁଛନ୍ତି ହ୍ୟାକର୍ସ, ଭୁଲରେ ଏହି ଲିଙ୍କ୍ରେ କ୍ଲିକ୍ କରନ୍ତୁ ନାହିଁ
ସାଇବର ସିକ୍ୟୁରିଟି କମ୍ପାନୀ ଏଫ୍- ସିକ୍ୟୁର ଅନୁସାରେ, SpyNote ନାମକ ଏକ ନୂଆ ବ୍ୟାଙ୍କିଙ୍ଗ୍ ଟ୍ରୋଜନ ମାଲେଓ୍ଵର ରହିଛି । ଏହା ପ୍ରଥମେ SMS ଫିସିଂ କାମ୍ପେନ ମାଧ୍ୟମରେ ବସ୍ତାରିତ କରାଯାଇଥାଏ । SpyNote ଆଟାକକୁ ଇନଷ୍ଟଲ୍ କରିବା ପାଇଁ ଏକ ଲିଙ୍କ୍ ପଠାଯାଇଥାଏ ।
ବର୍ତ୍ତମାନ ସମୟରେ ବ୍ୟାଙ୍କ ଫ୍ରଡ୍ ସାଧାରଣ କଥା ହୋଇଯାଇଛି । କିନ୍ତୁ ଆପଣଙ୍କ ସତର୍କତା ହିଁ ଆପଣଙ୍କୁ ସାଇବର ଠକାମିରୁ ବଞ୍ଚାଇ ପାରିବ । ତେବେ ନିକଟରେ ହିଁ ଏକ ବ୍ୟାଙ୍କିଙ୍ଗ ଟ୍ରୋଜନ ଚିହ୍ନଟ ହୋଇଛି, ଯାହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରୁଛି । ଏହାର ନାଁ ହେଉଛି SpyNote ବ୍ୟାଙ୍କିଙ୍ଗ୍ ଟ୍ରୋଜନ । ଏହି ବ୍ୟାଙ୍କିଙ୍ଗ୍ ଟ୍ରୋଜନ ନିକଟରେ ଅନେକ ପ୍ରକାରର ଡାଟା କଲେକ୍ସନ କରିବାର କ୍ଷମତା ରହିଛି ଏବଂ ଏହା ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମକୁ ଟାର୍ଗେଟ କରିବା ପାଇଁ ଡିଜାଇନ୍ କରାଯାଇଛି ।
ସାଇବର ସିକ୍ୟୁରିଟି କମ୍ପାନୀ ଏଫ୍- ସିକ୍ୟୁର ଅନୁସାରେ, SpyNote ନାମକ ଏକ ନୂଆ ବ୍ୟାଙ୍କିଙ୍ଗ୍ ଟ୍ରୋଜନ ମାଲେଓ୍ଵର ରହିଛି । ଏହା ପ୍ରଥମେ SMS ଫିସିଂ କାମ୍ପେନ ମାଧ୍ୟମରେ ବସ୍ତାରିତ କରାଯାଇଥାଏ । SpyNote ଆଟାକକୁ ଇନଷ୍ଟଲ୍ କରିବା ପାଇଁ ଏକ ଲିଙ୍କ୍ ପଠାଯାଇଥାଏ । ଥରେ ଆପଣ ଲିଙ୍କରେ କ୍ଲିକ୍ କଲେ ଏହା ଆପଣଙ୍କ ଫୋନରେ ଏକ ଆପ୍ ଇନଷ୍ଟଲ୍ କରେ । ଏହି ଆପ୍ କଲ୍ ଲଗ୍, କ୍ୟାମେରା, MMS ମେସେଜ ଏବଂ ଏକ୍ସଟର୍ନାଲ ଷ୍ଟୋରେଜ୍ ପାଇଁ ଆକ୍ସେସ୍ ପାଇଥାଏ । ଏହି ଆପ୍ ସାହଯ୍ୟରେ ହ୍ୟାକର୍ସମାନେଦ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ । ଆପଣଙ୍କ ବ୍ୟକ୍ତିଗତ ଜିନିଷର ସସସ୍ତ ତଥ୍ୟ ହ୍ୟାକର୍ସଙ୍କ ନିକଟରେ ପହଞ୍ଚିଯିବ ଯାହା ଦ୍ୱାରା ଆପଣ ବ୍ଲାକମେଲର ମଧ୍ୟ ଶିକାର ହୋଇ ପାରନ୍ତି ।
SpyNote ବହୁତ ହିଁ ବିପଜ୍ଜନକ କାରଣ ଏହା ନିଜର ଉପସ୍ଥିତିକୁ ଲୁଚାଇବାରେ ସମର୍ଥ ହୋଇଥାଏ । ଏହାର ଅର୍ଥ ହେଉଛି ଏହି ମାଲେଓ୍ଵର ଇନଷ୍ଟଲ୍ ହୋଇଥିଲେ ମଧ୍ୟ ଆପଣ ଏହାକୁ ନିଜ ଫୋନରେ ଦେଖି ପାରିବେ ନାହିଁ । ଏହା ଆପଣଙ୍କ ଆଣ୍ଡ୍ରଏଡ୍ ହୋମ ସ୍କ୍ରିନରେ ମଧ୍ୟ ରହି ଥାଇପାରେ କିନ୍ତୁ ଆପଣ ଏହା ଜାଣିପାରିବେ ନାହିଁ । SpyNote ମାଲୱେର୍କୁ ଦୂର ସ୍ଥାନରୁ ମଧ୍ୟ ଇନଷ୍ଟଲ କରାଯାଇ ପାରିବ । ଏହା ଏକ ଆଣ୍ଡ୍ରଏଡ୍ ଆପ୍ ଯାହା ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ । ଏହାକୁ ଅନଇନଷ୍ଟଲ କରିବା ପରେ ମଧ୍ୟ ଏହା ଆକ୍ଟିଭ ରହିଥାଏ । ତେଣୁ ଯଦି ଆପଣଙ୍କର ଫୋନରେ SpyNote ରହିଛି, ଏହାକୁ ହଟାଇବା ପାଇଁ ଆପଣଙ୍କୁ ଆପଣଙ୍କର ଫୋନ୍ ରିସେଟ କରିବାକୁ ପଡିବ ।
SpyNote ମାଲୱେୟାରକୁ ଏଡାଇବା ପାଇଁ, ଆପଣ କୌଣସି ଏକ୍ସଟର୍ନାଲ ଲିଙ୍କରୁ ସଫ୍ଟୱେର୍ ଅପଡେଟ୍ କରିବା ଉଚିତ୍ ନୁହେଁ । ଏଥିସହ ଆପଣ କେବଳ ଗୁଗଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଆପ୍ ଷ୍ଟୋର୍ରୁ ଆପ୍ ଡାଉନଲୋଡ୍ କରିବା ଉଚିତ୍ ହେବ । ଯଦି ଆପଣ ଭୁଲରେ ମଧ୍ୟ ଲିଙ୍କ ଉପରେ କ୍ଲିକ କରୁଛନ୍ତି ତେବେ ଆପଣ ହ୍ୟାକର୍ସଙ୍କ ଟାର୍ଗେଟର ଶିକାର ହୋଇ ପାରନ୍ତି । ତେବେ ଆପଣ ସତର୍କ ରହିଲେ ଏଭଳି ସମସ୍ୟାରୁ ବଞ୍ଚି ପାରିବେ ।