Below header

ଖୋ-ଖୋ ଖେଳରେ ଜାତୀୟ ସ୍ତର ପାଇଁ ମନୋନୀତ ହେଲେ ସୁନା ଝିଅ ଇତି

ଦୃଢ଼ ଇଚ୍ଛା ଏବଂ ଆନ୍ତରିକତା ପ୍ରତ୍ୟେକ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ । ଏହା ଅନେକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିବାବେଳେ ଏବେ ଇତିଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ଖୋ-ଖୋ ଖଳ ପାଇଁ, ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି ।

ଭଞ୍ଜନଗର(କେନ୍ୟୁଜ୍): ହସୁଛି , ଇତି । ସାଙ୍ଗସାଥୀଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ମାନେ ବି , ତାରି ଖୁସିରେ ଖୁସି । କଥାରେ ଅଛି , “ବଣମଲ୍ଲୀ ବଣରେ ଫୁଟି ଝଡ଼ିଯାଏ” । ଏକଥାକୁ, କିଏ କେମିତି ଭାବରେ ବିଶ୍ୱାସ କଲେବି ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ କିନ୍ତୁ , ବଣ ଭିତରେ ଝଡ଼ିବାକୁ ଦେଇନି, ଅଷ୍ଟମ ଶ୍ରେଣୀର ଝିଅ ଇତି । ବରଂ ତାକୁ ମହକାଇ ପାରିଛି  ନିଜ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ । ଖୋ ଖୋ ଖେଳରେ , ଗାଁ ରୁ ଯାଇ ଜାତୀୟ ସ୍ତରରେ ଖେଳିବାକୁ ମନୋନୀତ ହେବାପରେ , ଗଂଜାମ ଜିଲ୍ଲା ଭଂଜନଗର ବ୍ଳକର ମୁଜାଗଡ ହାଇସ୍କୁଲର ଛାତ୍ରୀ ଇତି ସାହୁ ଏବେ ଚର୍ଚ୍ଚାରେ ।

ବିଦ୍ୟାଳୟ ସ୍ତରରେ ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ହୋଇଥିବା ଖୋ ଖୋ ଖେଳ ପାଇଁ, ମୁଜାଗଡ ହାଇସ୍କୁଲର ଝିଅ ଇତି ସାହୁ ମନୋନୀତ ହୋଇଥିଲା । ପ୍ରଥମେ ବ୍ଳକ୍ ସ୍ତରୀୟ , ତା’ପରେ ଜୋନ୍ ଏବଂ ଜିଲ୍ଲା ସ୍ତରରେ ଭଲ ଖେଳ ପ୍ରଦର୍ଶନ କରିଥିଲା । ଏବଂ ପରେ ଅନୁଗୋଳ ଠାରେ ହୋଇଥିବା ରାଜ୍ୟ ସ୍ତରୀୟ ଖେଳରେ ଭଲ ଖେଳି , ଏବେ ଜାତୀୟ ସ୍ତର ପ୍ରତିଯୋଗିତା କୁ ମନୋନୀତ ହୋଇଛି । ଯାହା ମୁଜାଗଡ ଗାଁ ସମେତ ଭଂଜନଗର ବ୍ଳକ ଏବଂ ଜିଲ୍ଲା ପାଇଁ ଗୌରବ ଆଣିଛି ।

khoco

ପାଠପଢା ସହିତ ଖେଳ ପାଇଁ ରହିଥିବା ରୁଚି ହିଁ ଇତିକୁ ଆଜି ଜାତୀୟ ସ୍ତରରେ ଖେଳିବାର ସୁଯୋଗ ସୃଷ୍ଟି କରିଛି । ଯାହା କମ୍ ପିଲାଙ୍କ ଭାଗ୍ୟରେ ଜୁଟିଥାଏ । ଏଥିପାଇଁ ଏବେ, ନିଜକୁ ପୁଣିଥରେ ପ୍ରସ୍ତୁତ କରିବା ଆରମ୍ଭ କରିଛି । ଜାରି ରଖିଛି ଅଭ୍ୟାସ । ଖେଳ ଶିକ୍ଷକ ବି ତାଲିମ୍ ଦେଉଛନ୍ତି । ବିଦ୍ୟାଳୟ ତରଫରୁ ମଧ୍ୟ  ଯଥାସମ୍ଭବ ସହଯୋଗ କରାଯାଉଛି । ସମସ୍ତଙ୍କ ବିଶ୍ୱାସ ରହିଛି ଜାତୀୟ ସ୍ତରରେ ଇତିର ସଫଳତାକୁ।

ଦୃଢ଼ ଇଚ୍ଛା ଏବଂ ଆନ୍ତରିକତା ପ୍ରତ୍ୟେକ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ । ଏହା ଅନେକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିବାବେଳେ ଏବେ ଇତିଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ଖୋ-ଖୋ ଖେଳ ପାଇଁ ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି । ଏବେ ଅପେକ୍ଷା ସେହି ଜାତୀୟ ସ୍ତରର ସଫଳତାକୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.