ବାହାଘର ଶାଢୀ ପିନ୍ଧି ନ୍ୟାସନାଲ୍‌ ଆୱାର୍ଡ ନେବାକୁ ପହଞ୍ଚିଲେ ଆଲିଆ ଭଟ୍ଟ

'ଗଙ୍ଗୁବାଇ କାଠିଆୱାଡି' ଫିଲ୍ମ ପାଇଁ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ନ୍ୟାସନାଲ୍‌ ଆୱାର୍ଡ ଗ୍ରହଣ କରିଛନ୍ତି । ଏହି ସମାରୋହରେ ନିହ ବାହାଘରର ଶାଢୀ ପିନ୍ଧି ନ୍ୟାସନାଲ୍‌ ଆୱାର୍ଡ ନେବାକୁ ପହଞ୍ଚିଥିଲେ ଅଭିନେତ୍ରୀ ଆଲିଆ ଭଟ୍ଟ ।

‘ଗଙ୍ଗୁବାଇ କାଠିଆୱାଡି’ ଫିଲ୍ମ ପାଇଁ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ନ୍ୟାସନାଲ୍‌ ଆୱାର୍ଡ ଗ୍ରହଣ କରିଛନ୍ତି । ଏହି ଦିନଟି ଆଲିଆଙ୍କ ପାଇଁ ବହୁତ ସ୍ପେଶାଲ ସେଥିପାଇଁ ସେ ଏକ ସ୍ପେଶାଲ ଆଉଟଫିଟ୍‌ ମଧ୍ୟ ବାଛିଥିଲେ । ତେବେ ଏହି ସମାରୋହରେ ନିଜ ବାହାଘରର ଶାଢୀ ପିନ୍ଧି ନ୍ୟାସନାଲ୍‌ ଆୱାର୍ଡ ନେବାକୁ ପହଞ୍ଚିଥିଲେ ଅଭିନେତ୍ରୀ ଆଲିଆ ଭଟ୍ଟ ।

ଆଲିଆଙ୍କ ଲୁକ୍‌ ବିଷୟରେ କହିବାକୁ ଗଲେ ସେ ଏକ ଧଳା ରଙ୍ଗର ଶାଢୀ ପିନ୍ଧିଥିଲେ । ଏହାକୁ ସେ ନିଜ ବିବାହରେ ମଧ୍ୟ ପିନ୍ଧିଥିଲେ । ଏହି ଶାଢୀ ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିଲା । ଏହି ଶାଢୀ ସହ ଆଲିଆ ଚୋକର ନେକଲେସ୍‌ ଏବଂ ସ୍ଟଡ୍‌ ଇୟରରିଙ୍ଗ ପିନ୍ଧିଥିଲେ । ନିଜ ଲୁକ୍‌କୁ କମ୍ପ୍ଲିଟ୍‌ କରିବା ପାଇଁ ସେ ଏକ ଲାଲ୍‌ ବିନ୍ଦି ଏବଂ କେଶରେ ଧଳା ଗୋଲାପ ମଧ୍ୟ ଲଗାଇଥିଲେ । ପୁରା ଲୁକ୍‌ ରେ ଆଲିଆ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ ।

ଫ୍ୟାନ୍ସମାନେ ଆଲିଆଙ୍କ ଏହି ଲୁକ୍‌କୁ ବହୁତ ପସନ୍ଦ କରିଛନ୍ତି । ଆଲିଆ ତାଙ୍କ ସ୍ୱାମୀ ରଣବୀର କପୁରଙ୍କ ସହିତ ଏହି ଇଭେଣ୍ଟରେ ପହଞ୍ଚିଥିଲେ । ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ବିଷୟରେ କହିବାକୁ ଗଲେ, ଏହା ସଂଜୟ ଲୀଲା ଭଂସାଲୀଙ୍କ ଦ୍ୱାରା ନିର୍ମିତ ହୋଇଛି । ଏହି ଫିଲ୍ମ ୫ଟି ମୁଖ୍ୟ କାଟେଗୋରିରେ ନ୍ୟାସନାଲ୍‌ ଆୱାର୍ଡ ଜିତିଛି । ଫ୍ୟାନ୍ସମାନେ ଏହି ଫିଲ୍ମକୁ ଖୁବ୍‌ ପସନ୍ଦ କରିଥିଲେ । ଏହି ଫିଲ୍ମରେ ଶାନ୍ତନୁ ମହେଶ୍ୱରୀ, ବିଜୟ ରାଜ, ଅଜୟ ଦେବଗନ ଏବଂ ଜିମ୍‌ ସରଭ ନଜର ଆସିଥିଲେ ।

ସୂଚନାଯୋଗ୍ୟ, ଆଲିଆ ଭଟ୍ଟଙ୍କ ବ୍ୟତୀତ ଅଭିନେତ୍ରୀ କ୍ରିତି ସାନନ୍‌ ମଧ୍ୟ ନିଜ ଫିଲ୍ମ ‘ମିମି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ନ୍ୟାସନାଲ୍‌ ଆୱାର୍ଡ ପାଇଛନ୍ତି । କ୍ରିତିଙ୍କ ଏହି ଫିଲ୍ମ OTT ପ୍ଲାଟଫର୍ମରେ ରିଲିଜ୍‌ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.