ଦେଶ ବିଦେଶ

ଚାକିରି ନାହିଁ ତ ମୂଲ ଲାଗି ସ୍ତ୍ରୀକୁ ଭରଣପୋଷଣ ଦେବାକୁ ବାଧ୍ୟ ସ୍ୱାମୀ, ହାଇକୋର୍ଟଙ୍କ ନିଷ୍ପତ୍ତି

ରୋଜଗାର ନଥିବା ଆଳ ଦେଖାଇ ପତ୍ନୀକୁ ଭରଣ ପୋଷଣ ଦାୟିତ୍ବରୁ ଆଉ ଖସି ଯାଇପାରିବେ ନାହିଁ ସ୍ବାମୀ । ଚାକିରି ନଥିଲେ ବି ଯେଉଁଠି ହେଉ ମୂଲ ମଜୁରୀ ଲାଗି ପତ୍ନୀକୁ ଭରଣ ପୋଷଣ ଦେବେ ସ୍ବାମୀ । ଏଭଳି ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ ।

କୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ ଏହି ରାୟ ଦେଇ କହିଛନ୍ତି ଯେ ପତ୍ନୀକୁ ଭରଣ ପୋଷଣ ଦେବା ଲାଗି ସ୍ବାମୀ ବାଧ୍ୟ । ଯଦି ସେ ଅଣକୁଶଳୀ ବି ହୋଇଥିବେ ତେବେ ଯେକୌଣସି କାମ କରି ଦିନକୁ ୩୦୦ରୁ ୪୦୦ ଟଙ୍କା ରୋଜଗାର କରି ପାରିବେ । ଜଷ୍ଟିସ ରେଣୁ ଅଗ୍ରୱାଲ ଏହି ରାୟ ଦେଇଛନ୍ତି ।

ମାମଲା ହେଉଛି, ଜଣେ ସ୍ବାମୀ ତାଙ୍କ ଠାରୁ ଅଲଗା ରହୁଥିବା ପତ୍ନୀଙ୍କୁ ମାସିକ ୨ ହଜାର ଟଙ୍କା ଭରଣ ପୋଷଣ ବାବଦ ଭତ୍ତା ଦେବାକୁ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ହାଇକୋର୍ଟରେ ଅପିଲ କରିଥିଲେ ସଂପୃକ୍ତ ସ୍ବାମୀ । ତାଙ୍କ ଆବଦେନକୁ ଖାରଜ କରି ଲକ୍ଷ୍ନୌ ଖଣ୍ଡପୀଠ ଯେମିତି ବି ହେଉ ଭରଣ ପୋଷଣ ଦେବାକୁ ରାୟ ଦେଇଛନ୍ତି ।

ଏହି ସ୍ବାମୀ ସ୍ତ୍ରୀଙ୍କର ୨୦୧୫ରେ ବିବାହ ହୋଇଥିଲା । ବର୍ଷେ ପରେ କୌଣସି କାରଣରୁ ପତ୍ନୀ ସ୍ବାମୀ ଠାରୁ ଅଲଗା ହୋଇ ନିଜ ବାପ ଘରେ ରହୁଛନ୍ତି । ସେ ଭରଣପୋଷଣ ଦାବି କରିଥିଲେ । ତେବେ ସଂପୃକ୍ତ ସ୍ବାମୀ ପରିବାର ଅଦାଲତରେ ଆବେଦନ କରି ନିଜେ ବହୁତ ଗରିବ, ଅସୁସ୍ଥ, ପରିବାର ବୋଝ ରହିଛି ଏବଂ ମୂଲ ମଜୁରୀ ଲାଗି ଚଳେ । ତେଣୁ ଭରଣ ପୋଷଣ ଦେବାକୁ ଅକ୍ଷମ ବୋଲି ଜଣାଇଥିଲେ । ଏମିତିକି ତାଙ୍କ ପତ୍ନୀ ଉଚ୍ଚ ଶିକ୍ଷିତା ଏବଂ ମାସକୁ ୧୦ ହଜାର ଟଙ୍କା କମାଉଛନ୍ତି ବୋଲି ଆବେଦନରେ ଉଲ୍ଲେଖ କରିଥିଲେ । ଏହାସତ୍ତ୍ବେ କୋର୍ଟ ତାଙ୍କ ବିପକ୍ଷରେ ରାୟ ଦେଇ ପତ୍ନୀଙ୍କୁ ଭରଣ ପୋଷଣ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ, ସାଙ୍ଗଙ୍କ ସହ ଭେଟ ହୋଇପରେ

ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…

2 hours ago

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

4 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

5 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

7 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

7 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

7 hours ago