ଦେଶ ବିଦେଶ

ଚାଇନାକୁ ଆଉଗୋଟେ ଚାପୁଡା, ୫୯ଟି ଆପ୍ ବ୍ୟାନ ପରେ ଏବେ ଆଉ ୪୭ଟି ଆପକୁ ବ୍ୟାନ କଲେ ଭାରତ ସରକାର

କେନ୍ୟୁଜ୍(ବ୍ୟୁରୋ):  ଚୀନକୁ ପୁଣି ଶକ୍ତ ଚାପୁଡ଼ା । କିଛି ଦିନ ତଳେ ୫୯ ଚାଇନିଜ୍ ଆପକୁ ବ୍ୟାନ କରିବା ପରେ ଏବେ ଆଉ ୪୭ଟି ଆପକୁ ଭାରତରୁ ବିତାଡିତ କରିଦେଇଛନ୍ତି କେନ୍ଦ୍ରସରକାର। ତେବେ ନିଷିଦ୍ଧ କରାଯାଇଥିବା ଆପର ସମ୍ପୂର୍ଣ୍ଣ ତାଲିକା ଜାରି କରି ନାହାନ୍ତି କେନ୍ଦ୍ର ସରକାର । କୁହାଯାଉଛି ସେୟାର ଇଟ୍‌ ଲାଇଟ୍‌, ଟିକଟକ୍‌ ଲାଇଟ୍‌, ହେଲୋ ଲାଇଟ୍‌, ବିଗୋ ଲାଇଭ୍‌ ଲାଇଟ୍‌, VFY ଲାଇଟ୍‌ ଭଳି କିଛି ଲୋକପ୍ରିୟ ଆପ୍‌ ରହିଛି ।

ଭାରତର ଡାଟା ପ୍ରୋଟକଲ୍‌ ଉଲ୍ଲଂଘନ ଓ ଡାଟା ଚୋରି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଛି । ପୂର୍ବରୁ ୫୯ଟି ଚାଇନିଜ୍‌ ଆପକୁ ବ୍ୟାନ କରିଥିଲେ କେନ୍ଦ୍ର ସରକାର । କୁହାଯାଉଛି ଏବେ ନିଷିଦ୍ଧ ଘୋଷଣା ହୋଇଥିବା ଆପ୍‌ ପୂର୍ବରୁ ବ୍ୟାନ୍‌ ହୋଇଥିବା ୫୯ ଆପର କ୍ଲୋନ ଭାବରେ କାମ କରୁଥିଲା । ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ ଅଭିଯୋଗରେ ୪୭ ନୂଆ ଚାଇନିଜ୍‌ ଆପ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ । ଏଲଏସିରେ ଚୀନ୍‌-ଭାରତ ସୀମା ବିବାଦ ପରେ ଗତ ଜୁନ୍‌ ୨୯ ତାରିଖରେ ୫୯ଟି ଚାଇନା ଆପକୁ ବ୍ୟାନ କରିଥିଲେ କେନ୍ଦ୍ର ସରକାର । ଜାତୀୟ ସୁରକ୍ଷା ଓ ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି । ଏହାପରେ ସ୍କାନରରେ ରହିଛି ୨୫୦ଟି ଚାଇନ୍‌ ଆପ୍‌ ।

Sasmita

Recent Posts

ସାମସଙ୍ଗ ଲଞ୍ଚ କଲା M35 5G ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ ଓ ଫିଚର୍ସ

ଲଞ୍ଚ ହୋଇଯାଇଛି Samsung Galaxy M35 5G ସ୍ମାର୍ଟଫୋନ୍ । ସାଉଥ କୋରିଆନ ସ୍ମାର୍ଟଫୋନ୍ କମ୍ପାନୀ ସାମସଙ୍ଗ ବର୍ତ୍ତମାନ ବ୍ରାଜିଲରେ…

17 mins ago

ଦିଲ୍ଲୀ: ଏବେ ପାଣି ନଷ୍ଟ କଲେ ଗଣିବେ ତଣ୍ଡ, କଟିବ ୨ ହଜାର ଟଙ୍କା ଚାଲାଣ

ଦିଲ୍ଲୀବାସୀଙ୍କ ପାଇଁ ବଡ ଖବର । ଦିଲ୍ଲୀରେ ପାଣି ନଷ୍ଟ କଲେ ୨ ହଜାର ଟଙ୍କା ଚାଲାଣ କଟିବ ।…

31 mins ago

ସର୍ଜରୀ ପରେ ସାମ୍ନାକୁ ଆସିଲା ରାକ୍ଷୀଙ୍କ ପ୍ରଥମ ଭିଡିଓ, କଷ୍ଟ ଅନୁଭବ କରୁଥିବାର ଆସିଲେ ନଜର

ଆଜିକାଲି ରାକ୍ଷୀ ସାୱନ୍ତ ନିଜ ସ୍ୱାସ୍ଥ୍ୟା ସମସ୍ୟାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅସୁସ୍ଥତା ହେତୁ ରାକ୍ଷୀ ସାୱନ୍ତଙ୍କୁ…

1 hour ago

ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି ଏହି ଯାଆଁଳା ଭଉଣୀ

ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ…

2 hours ago

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

2 hours ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

2 hours ago