ଚାଇନାକୁ ଆଉଗୋଟେ ଚାପୁଡା, ୫୯ଟି ଆପ୍ ବ୍ୟାନ ପରେ ଏବେ ଆଉ ୪୭ଟି ଆପକୁ ବ୍ୟାନ କଲେ ଭାରତ ସରକାର

କେନ୍ୟୁଜ୍(ବ୍ୟୁରୋ): ଚୀନକୁ ପୁଣି ଶକ୍ତ ଚାପୁଡ଼ା । କିଛି ଦିନ ତଳେ ୫୯ ଚାଇନିଜ୍ ଆପକୁ ବ୍ୟାନ କରିବା ପରେ ଏବେ ଆଉ ୪୭ଟି ଆପକୁ ଭାରତରୁ ବିତାଡିତ କରିଦେଇଛନ୍ତି କେନ୍ଦ୍ରସରକାର। ତେବେ ନିଷିଦ୍ଧ କରାଯାଇଥିବା ଆପର ସମ୍ପୂର୍ଣ୍ଣ ତାଲିକା ଜାରି କରି ନାହାନ୍ତି କେନ୍ଦ୍ର ସରକାର । କୁହାଯାଉଛି ସେୟାର ଇଟ୍ ଲାଇଟ୍, ଟିକଟକ୍ ଲାଇଟ୍, ହେଲୋ ଲାଇଟ୍, ବିଗୋ ଲାଇଭ୍ ଲାଇଟ୍, VFY ଲାଇଟ୍ ଭଳି କିଛି ଲୋକପ୍ରିୟ ଆପ୍ ରହିଛି ।
ଭାରତର ଡାଟା ପ୍ରୋଟକଲ୍ ଉଲ୍ଲଂଘନ ଓ ଡାଟା ଚୋରି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଛି । ପୂର୍ବରୁ ୫୯ଟି ଚାଇନିଜ୍ ଆପକୁ ବ୍ୟାନ କରିଥିଲେ କେନ୍ଦ୍ର ସରକାର । କୁହାଯାଉଛି ଏବେ ନିଷିଦ୍ଧ ଘୋଷଣା ହୋଇଥିବା ଆପ୍ ପୂର୍ବରୁ ବ୍ୟାନ୍ ହୋଇଥିବା ୫୯ ଆପର କ୍ଲୋନ ଭାବରେ କାମ କରୁଥିଲା । ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ ଅଭିଯୋଗରେ ୪୭ ନୂଆ ଚାଇନିଜ୍ ଆପ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ । ଏଲଏସିରେ ଚୀନ୍-ଭାରତ ସୀମା ବିବାଦ ପରେ ଗତ ଜୁନ୍ ୨୯ ତାରିଖରେ ୫୯ଟି ଚାଇନା ଆପକୁ ବ୍ୟାନ କରିଥିଲେ କେନ୍ଦ୍ର ସରକାର । ଜାତୀୟ ସୁରକ୍ଷା ଓ ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି । ଏହାପରେ ସ୍କାନରରେ ରହିଛି ୨୫୦ଟି ଚାଇନ୍ ଆପ୍ ।