Below header

ଏବେ ଫଟୋ ଓ ଭିଡିଓକୁ ଏଡିଟ କରିବା ହେଲା ଅହୁରି ସହଜ, ହ୍ଵାଟ୍ସଆପ ଆଣିଲା ନୂଆ ଫିଚର

ଆପଣ ଜାଣନ୍ତି କି ବର୍ତ୍ତମାନ ଆପଣଙ୍କ ଫଟୋ ଓ ଭିଡିଓକୁ ଏଡିଟ କରିବା ହେଲା ଅହୁରି ସହଜ । ଆଜ୍ଞା ହଁ ବର୍ତ୍ତମାନ ହ୍ଵାଟ୍ସଆପ ମେସେଞର ନେଇ ଆସିଛି ଆପଣଙ୍କ ପାଇଁ ଏମିତି ଏକ ନୂଆ ଫିଚର ,ଯାହା ଦ୍ୱାରା ଆପଣ ସିଧାସଳଖ ହ୍ଵାଟ୍ସଆପ‌ ମାଧ୍ୟମରେ ଫଟୋ କିମ୍ବା ଭିଡିଓକୁ ଏଡିଟ କରି ନିଜ ପ୍ରିୟଜନଙ୍କୁ ପଠାଇ ପାରିବେ । ଫଟୋ କିମ୍ବା ଭିଡିଓ ପଠାଇବା ସମୟରେ ଆପଣ ଏଥିରେ ନିଜ ମନ ପସନ୍ଦର Text, Emoji କିମ୍ବା Free hand drawing ମଧ୍ୟ ଆଡ କରିପାରିବେ । ତେବେ କିଛି ସିମ୍ପଲ ଷ୍ଟେପ ଫଲୋ କରି ଏହି ପ୍ରୋସେସକୁ ଆପଣ ଅଧିକ ଇଣ୍ଟ୍ରେଷ୍ଟିଙ୍ଗ କରିପାରିବେ । ତାହେଲେ ଆସନ୍ତୁ ଜାଣିବା ଏହି ଫିଚରଟି କିପରି କାମ କରୁଛି

୧. ପ୍ରଥମେ Text fieldରେ ଥିବା କ୍ୟାମେରା ଆଇକନକୁ କ୍ଲିକ କରନ୍ତୁ । ଏବେ ନୂଆ ଫଟୋ କିମ୍ବା ଭିଡିଓକୁ ସିଲେକ୍ଟ କରନ୍ତୁ । ଆପଣ ସିଧାସଳଖ ନିଜ ଫୋନ ଗ୍ୟାଲେରୀରୁ ବି ନିଜ ମନ ପସନ୍ଦର ଫଟୋ କିମ୍ବା ଭିଡିଓକୁ ସିଲେକ୍ଟ କରିପାରିବେ । ଯଦି ଆପଣ ବି ନିଜ ଫଟୋରେ ଷ୍ଟିକର କିମ୍ବା ଇମୋଜୀ ଆଡ଼ କରିବାକୁ ଚାଁହୁଛନ୍ତି ତାହେଲେ sticker କିମ୍ବା emoji ଅପସନରେ କ୍ଲିକ କରନ୍ତୁ , ଏବେ ଆପଣ ଚାହୁଁଥିବା ଷ୍ଟିକର କିମ୍ବା ଇମୋଜିକୁ ସିଲେକ୍ଟ କରି ସେହି ଫଟୋ ବା ଭିଡିଓରେ ଆଡ କରନ୍ତୁ ।

୨. ଫଟୋର ସାଇଜରେ ପରିବର୍ତ୍ତନ ଆଣିବା ପାଇଁ ଏହା ଉପରେ ପିଞ୍ଚ କରି ଏହାକୁ ଛୋଟ ବା ବଡ କରିପାରିବେ । ପିଞ୍ଚ କରି ବୁଲାଇବା ଦ୍ୱାରା ଆଇଟମ ଟି ରୋଟେଟ ମଧ୍ୟ ହୋଇ ପାରିବ ।

A New Study Tells You How Fake News Is Spread On WhatsApp ...

୩. ଏହାପରେ ଆପଣ ସ୍କ୍ରିନର ଟପରେ ଥିବା Text iconକୁ କ୍ଲିକ କରି ନିଜ ଇଚ୍ଛାନୁସାର Text ଲେଖି ଫଟୋରେ ଆଡ କରିପାରିବେ ।

୪. textର କଲର ସିଲେକ୍ଟ କରିବା ପାଇଁ colour selector optionରୁ ଆପଣ ସିଲେକ୍ଟ କରିପାରିବେ । font ସିଲେକ୍ସନ ପାଇଁ ମଧ୍ୟ ସେହି colour selection option ରେ ନିଜ ଆଙ୍ଗଠିକୁ ବାମରୁ ଡାହାଣ ମୁଭ କରି font select କରିପାରିବେ ।

୫. ଏଠାରେ ଆପଣ ଟେକ୍ସଟିକୁ ମଧ୍ୟ ଇମୋଜି ଭଳି ପିଞ୍ଚ କରି ବଡରୁ ଛୋଟ କରିପାରିବେ । ନିଜ ମନ ପସନ୍ଦର drawingକୁ ସେହି ଫଟୋ ବା ଭିଡିଓ ଉପରେ ଆଡ କରିବାର ମଧ୍ୟ ସୁବିଧା ରହିଛି । ଏଥିପାଇଁ ପ୍ରଥମେ ସ୍କ୍ରିନର ଟପରେ ଥିବା draw icon optionରେ କ୍ଲିକ କରି ନିଜ ଆଙ୍ଗୁଠି ସାହାଯ୍ୟରେ କିଛି ବି draw କରି ପାରିବେ । ଏହାର କଲର ସିଲେକ୍ଟ ମଧ୍ୟ ସେହି colour selection option ସାହାଯ୍ୟରେ କରିପାରିବେ । ତେବେ ଫଟୋ କିମ୍ବା ଭିଡିଓରେ ନିଜ ମନଲାଖି filter ବ୍ୟବହାର କରି ଏହାର ମଜା ନେଇ ପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଦୁଇଟି simple step follow କରିବାକୁ ପଡିବ ।

ପ୍ରଥମେ ଫଟୋ କିମ୍ବା ଭିଡିଓ ଉପରେ swipe କରନ୍ତୁ ଆଉ ତାପରେ ସେଥିରେ ଥିବା ବିଭିନ୍ନ filter ମଧ୍ୟରୁ ନିଜ ମନ ଲାଖି filterକୁ select କରି ଆଡ଼ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.