ଛୁଆକୁ ବଞ୍ଚାଇବା ପାଇଁ ନିଜକୁ ମୃତ୍ୟୁ ମୁଖରେ ପକାଇ ପାରେ ମା, ଦେଖନ୍ତୁ ଭାଇରଲ ଭିଡିଓ

ମା’ ର ବର୍ଣ୍ଣନା କୌଣସି ଶବ୍ଦରେ କରିବା ସମ୍ଭବ ନୁହେଁ । ସାରା ଦୁନିଆରେ ସମସ୍ତେ ଜାଣନ୍ତି ମା ‘ର ଅର୍ଥ କଣ । ସେଥିପାଇଁ ତ କଥାରେ ଅଛି “ମା ନାହିଁ ଯାହାର ସାହା ନାହିଁ ତାହାର” । ଆପଣ ବି କେବେ ନିଶ୍ଚୟ ଅନୁଭବ କରିଥିବେ ଯେ ଜୀବନରେ ଯେତେ ବଡ଼ ବିପଦ ଆସୁନା କାହିଁକି ଯଦି ସେହି ସମୟରେ ଆମ ମା ଆମ ପାଖରେ ଅଛି ତାହେଲେ ବିପଦ ପାଣିଫୋଟକା ଭଳି ମିଳାଇଯାଏ । ଆଜି ବି ଠିକ ସେହିପରି ଏକ ଅତ୍ୟନ୍ତ ହୃଦୟସ୍ପର୍ଶୀ ଦୃଶ୍ୟ ଆମେ ଆପଣଙ୍କୁ ଦେଖାଇବୁ । ଯେଉଁଠି ଗୋଟେ ମାଆ ନିଜ ଛୁଆର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜିରେ ଲଗାଇ ଦେଇଛି । ଆପଣ ଏଭଳି ଅନେକ ଉଦାହରଣ ଦେଖିଥିବେ ଯେଉଁଠି ଛୁଆ ପାଇଁ ମା କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ କିନ୍ତୁ ଆଜି ଆମେ କହିବୁ ଏକ ମଣିଷ ନୁହେଁ ବରଂ ଗୋଟେ ପଶୁର କଥା । ଯିଏକି ନିଜ ମନର ଭାବନାକୁ ମୁଁହରେ ବ୍ୟକ୍ତ କରିପାରେ ନାହିଁ ସତ କିନ୍ତୁ କାର୍ଯ୍ୟରେ କରି ପ୍ରମାଣ ଦେଇପାରେ ଯେ ସେ ବି ତା ଛୁଆ ପାଇଁ ନିଜ ଜୀବନ ଦେଇପାରେ । ଦେଖନ୍ତୁ ଏହି ଭିଡିଓ ।


କୂଅ ଉପରେ ବସିଥିବା ସମୟରେ ହଠାତ ଛୁଆଟି କୁଆ ଭିତରକୁ ପଡିଯାଇଥିଲା । ଆଉ ତାକୁ ବଞ୍ଚାଇଵାକୁ ଆକୁଳରେ ଚିତ୍କାର କରୁଥିଲା । ଆଖପାଖରେ କେହି ସାହାଯ୍ୟ ପାଇଁ ନ ଆସିବାରୁ ଶେଷରେ ବାଧ୍ୟ ହୋଇ ମା ଟି ନିଜ ଜୀବନକୁ ବାଜିରେ ପକାଇ ଆଗେଇ ଆସିଥିଲା ନିଜ ଛୁଆକୁ ବଞ୍ଚାଇବାକୁ । ଆପଣ ଦେଖିପାରୁଥିବେ କିଭଳି ବିପଦପୂର୍ଣ୍ଣ ଅବସ୍ଥାରେ ଏହି ମାଙ୍କଡଟି ନିଜ ଛୁଆକୁ ବଞ୍ଚାଉଛି । ଏହି ମୁହୂର୍ତ୍ତରେ କିଛିଅ ବି ଘଟଣା ଘଟିଯାଇ ପାରେ । ଏମିତି ବି ହୋଇପାରେ ମା ର ଗୋଡ଼ ଖସିଯାଇପାରେ ଆଉ ସେ କୂଅ ଭିତରେ ପଡିଯାଇପାରେ କିନ୍ତୁ ତାକୁ ନିଜ ଜୀବନ ପାଇଁ କିଛି ଚିନ୍ତା ନାହିଁ ନିଜ ଛୁଆକୁ ଯେମିତି ହେଲେ ବି ବଞ୍ଚାଇବାର ଅଛି । ଛୁଆଟି ବାରମ୍ବାର ପଡିଯାଉଛି । ମା ର ହାତ କିମ୍ବା ଗୋଡ଼ ବି ପାଉନି, ତଥାପି ସେ ବହୁତ କଷ୍ଟରେ ନିଜ ଛୁଆଟିକୁ ଉଦ୍ଧାର କରିଛି । ବହୁ ଚେଷ୍ଟା କରି ଶେଷରେ ଛୁଆକୁ ଉପରକୁ ଆଣିଛି । ସତ କହିଲେ ଏମିତି ଏକ ଦୃଶ୍ୟ ଦେଖିବା ପରେ ଆପଣ ଟିକିଏ ଭାବୁକ ହୋଇ ପଡ଼ିନାହାନ୍ତି ? ମା ଆଉ ଛୁଆକୁ ଉପରେ ଦେଖି ଆପଣ ବି ଖୁସି ଅନୁଭବ କରୁଛନ୍ତି ନା ?

କିନ୍ତୁ ଏଠାରେ ଆମେ କହି ରଖିବାକୁ ଚାହିଁବୁ ଯେ ଏହା ମଣିଷ ପାଇଁ ଏକ ମନୋରଞ୍ଜନ ନୁହେଁ । ଯଦି ଆପଣ ବି କେଉଁଠି କୌଣସି ପଶୁକୁ ଏପରି ଅବସ୍ଥାରେ ଦେଖୁଛନ୍ତି ତାହେଲେ ତାର ଭିଡିଓ ବନାଇବା ପରିବର୍ତ୍ତେ ପ୍ରଥମେ ତାକୁ ଉଦ୍ଧାର କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.