ମା’ ହେବାର ଅଦମ୍ୟ ଇଚ୍ଛା ବାଧ୍ୟ କଲା କିଛି ଏମିତି କରିବାକୁ, ଏବେ ଜେଲରେ କଟୁଛି ତାଙ୍କ ଦିନ

ଗୁଜୁରାଟ: ଗୁଜୁରାଟର ବନାସକାଂଠାରେ ଏକ ବଡ ଖବର ସମ୍ନାକୁ ଆସିଛି । ଯେଉଁଠାରେ ଜଣେ ମହିଳାଙ୍କୁ ଛୁଆ ଚୋରି ଅଭିଯୋଗରେ ପୋଲିସ୍ ଗିରଫ କରିଛି । ହେଲେ ମହିଳା ଜଣଙ୍କ ଏପରି କାହିଁକି କଲେ ତା ଜାଣିବା ପରେ ନିହାତୀ ମନରେ ତାଙ୍କ ପ୍ରତି କିଛିଟା ସହାନୁଭୂତି ଆସିବ । କିନ୍ତୁ ଯାହାହେଲେ ବି ଯେହେତୁ ସେ ଅପହରଣ ଭଳି ଏକ ଭୟାନକ ଅପରାଧ କରିଛନ୍ତି ସେଥିପାଇଁ ଆଇନ୍ ତାଙ୍କୁ ଦଣ୍ଡ ଦେବାଟା ସ୍ବଭାବିକ । ସୂଚନା ଅନୁଯାୟୀ, ମହିଳା ଜଣଙ୍କ ହେଉଛନ୍ତି ବନାସକାଂଠା ପାଳନପୁରର ନିବାସୀ ସୀମା ମେମଣ । କୁହାଉଛି କି, ସୀମା ବିବାହ ପରେ ମା ହେଇପାରୁନଥିଲେ । ଏମିତିରେ ସେ ଧିରେ ଧିରେ ମାନସିକ ରୂପେ ଦୁର୍ବଳ ହୋଇଯାଇଥିଲେ ।

ଛୁଆ ଜନ୍ମ ନହେବା କାରଣରୁ ସେ ଦ୍ବିତୀୟ ବିବାହ କରିଥିଲେ । ସେ ଦ୍ବିତୀୟ ବିବାହ କରିବା ପୂର୍ବରୁ ତାଙ୍କର ପ୍ରଥମ ସ୍ବାମୀଙ୍କ ଠାରୁ ଛାଡପତ୍ର ନେଇଥିଲେ । କିନ୍ତୁ ସୀମାଙ୍କ ଦ୍ବିତୀୟ ବିବାହ ପରେ ମଧ୍ୟ ଛୁଆ ହୋଇନଥିଲା। ଯାହାଫଳରେ ଦ୍ବିତୀୟ ସ୍ବାମୀ ମଧ୍ୟ ମାନସିକ ରୂପେ ଚିନ୍ତାରେ ରହୁଥିଲେ । ଏହିଭଳି ପରିସ୍ଥିତିରେ ସୀମା ମା ହେବା ଆଶାରେ ଏତେ ତଳକୁ ଖସିଯାଇଥିଲେ ଯେ ଶେଷରେ ସେ ଗୋଟେ ଛୁଆଟିକୁ ଅପହରଣ କରିଥିଲେ ।

ସୀମା ଛୁଆ ଚୋରି କରିବା ପାଇଁ ବିଭିନ୍ନ ଇଲାକାରେ ବୁଲିବା ସହିତ ନବଜାତ ଶିଶୁ ଏବଂ ମା ମାନଙ୍କୁ ସରକାରୀ ଯୋଜନା ଦ୍ବାରା ବିଭିନ୍ନ ସହାୟତା ମିଳିବା ନେଇ ଲୋଭ ଦେଖାଉଥିଲା । ଏହାପରେ ତହସିଲଦାରଙ୍କ କାର୍ଯ୍ୟାଳୟ ଯିବାକୁ କହୁଥିଲେ । ଏହା ଭିତରେ ତାଙ୍କ ନଜର ଏକ ଦେଢ ବର୍ଷ ର ଶିଶୁ ଏବଂ ମା ଉପରେ ପଡିଥିଲା । ସେ ସେମାନଙ୍କୁ ବିଭିନ୍ନ କଥା କହି ତହସିଲ କାର୍ଯ୍ୟାଳୟ ନେଇଯାଇଥିଲେ। ଏହାପରେ ସେ ମାକୁ ବିଭିନ୍ନ କାଗଜ ପତ୍ରକୁ ଜେରକ୍ସ କରିବା ପାଇଁ ପଠାଇବା ପରେ ଛୁଆକୁ ନେଇ ଫେରାର ହୋଇଯାଇଥିଲେ।

ଏହି ଘଟଣା ପରେ ମହିଳା ଜଣଙ୍କ ଏନେଇ ପୋଲିସରେ ଅଭିଯୋଗ କରିବା ପରେ ସିସିଟିଭି କ୍ୟାମେରା ସାହାର୍ଯ୍ୟରେ ପୋଲିସ୍ ମୀମାକୁ ଗିରଫ କରିଥିଲା। ସୂଚନା ମୁତାବକ ସୀମା ନିଜ ପରିବାର ଲୋକଙ୍କୁ ଦେଖେଇବା ପାଇଁ ପେଟରେ ଲୁଗା ଭର୍ତ୍ତୀ କରି ବହୁ ଦିନ ହେବ ଗର୍ଭବତୀ ହେବାର ମିଛ ନାଟକ କରୁଥିଲା।

Sonalisa

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

8 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

8 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

26 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

26 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

31 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

53 mins ago