ମା’ ହେବାର ଅଦମ୍ୟ ଇଚ୍ଛା ବାଧ୍ୟ କଲା କିଛି ଏମିତି କରିବାକୁ, ଏବେ ଜେଲରେ କଟୁଛି ତାଙ୍କ ଦିନ

ଗୁଜୁରାଟ: ଗୁଜୁରାଟର ବନାସକାଂଠାରେ ଏକ ବଡ ଖବର ସମ୍ନାକୁ ଆସିଛି । ଯେଉଁଠାରେ ଜଣେ ମହିଳାଙ୍କୁ ଛୁଆ ଚୋରି ଅଭିଯୋଗରେ ପୋଲିସ୍ ଗିରଫ କରିଛି । ହେଲେ ମହିଳା ଜଣଙ୍କ ଏପରି କାହିଁକି କଲେ ତା ଜାଣିବା ପରେ ନିହାତୀ ମନରେ ତାଙ୍କ ପ୍ରତି କିଛିଟା ସହାନୁଭୂତି ଆସିବ । କିନ୍ତୁ ଯାହାହେଲେ ବି ଯେହେତୁ ସେ ଅପହରଣ ଭଳି ଏକ ଭୟାନକ ଅପରାଧ କରିଛନ୍ତି ସେଥିପାଇଁ ଆଇନ୍ ତାଙ୍କୁ ଦଣ୍ଡ ଦେବାଟା ସ୍ବଭାବିକ । ସୂଚନା ଅନୁଯାୟୀ, ମହିଳା ଜଣଙ୍କ ହେଉଛନ୍ତି ବନାସକାଂଠା ପାଳନପୁରର ନିବାସୀ ସୀମା ମେମଣ । କୁହାଉଛି କି, ସୀମା ବିବାହ ପରେ ମା ହେଇପାରୁନଥିଲେ । ଏମିତିରେ ସେ ଧିରେ ଧିରେ ମାନସିକ ରୂପେ ଦୁର୍ବଳ ହୋଇଯାଇଥିଲେ ।

cringଛୁଆ ଜନ୍ମ ନହେବା କାରଣରୁ ସେ ଦ୍ବିତୀୟ ବିବାହ କରିଥିଲେ । ସେ ଦ୍ବିତୀୟ ବିବାହ କରିବା ପୂର୍ବରୁ ତାଙ୍କର ପ୍ରଥମ ସ୍ବାମୀଙ୍କ ଠାରୁ ଛାଡପତ୍ର ନେଇଥିଲେ । କିନ୍ତୁ ସୀମାଙ୍କ ଦ୍ବିତୀୟ ବିବାହ ପରେ ମଧ୍ୟ ଛୁଆ ହୋଇନଥିଲା। ଯାହାଫଳରେ ଦ୍ବିତୀୟ ସ୍ବାମୀ ମଧ୍ୟ ମାନସିକ ରୂପେ ଚିନ୍ତାରେ ରହୁଥିଲେ । ଏହିଭଳି ପରିସ୍ଥିତିରେ ସୀମା ମା ହେବା ଆଶାରେ ଏତେ ତଳକୁ ଖସିଯାଇଥିଲେ ଯେ ଶେଷରେ ସେ ଗୋଟେ ଛୁଆଟିକୁ ଅପହରଣ କରିଥିଲେ ।

Pregnantwomenସୀମା ଛୁଆ ଚୋରି କରିବା ପାଇଁ ବିଭିନ୍ନ ଇଲାକାରେ ବୁଲିବା ସହିତ ନବଜାତ ଶିଶୁ ଏବଂ ମା ମାନଙ୍କୁ ସରକାରୀ ଯୋଜନା ଦ୍ବାରା ବିଭିନ୍ନ ସହାୟତା ମିଳିବା ନେଇ ଲୋଭ ଦେଖାଉଥିଲା । ଏହାପରେ ତହସିଲଦାରଙ୍କ କାର୍ଯ୍ୟାଳୟ ଯିବାକୁ କହୁଥିଲେ । ଏହା ଭିତରେ ତାଙ୍କ ନଜର ଏକ ଦେଢ ବର୍ଷ ର ଶିଶୁ ଏବଂ ମା ଉପରେ ପଡିଥିଲା । ସେ ସେମାନଙ୍କୁ ବିଭିନ୍ନ କଥା କହି ତହସିଲ କାର୍ଯ୍ୟାଳୟ ନେଇଯାଇଥିଲେ। ଏହାପରେ ସେ ମାକୁ ବିଭିନ୍ନ କାଗଜ ପତ୍ରକୁ ଜେରକ୍ସ କରିବା ପାଇଁ ପଠାଇବା ପରେ ଛୁଆକୁ ନେଇ ଫେରାର ହୋଇଯାଇଥିଲେ।

kidnapଏହି ଘଟଣା ପରେ ମହିଳା ଜଣଙ୍କ ଏନେଇ ପୋଲିସରେ ଅଭିଯୋଗ କରିବା ପରେ ସିସିଟିଭି କ୍ୟାମେରା ସାହାର୍ଯ୍ୟରେ ପୋଲିସ୍ ମୀମାକୁ ଗିରଫ କରିଥିଲା। ସୂଚନା ମୁତାବକ ସୀମା ନିଜ ପରିବାର ଲୋକଙ୍କୁ ଦେଖେଇବା ପାଇଁ ପେଟରେ ଲୁଗା ଭର୍ତ୍ତୀ କରି ବହୁ ଦିନ ହେବ ଗର୍ଭବତୀ ହେବାର ମିଛ ନାଟକ କରୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.