ଦେଶ ବିଦେଶ

ବାଂଲାଦେଶ ହାତରେ ଅଛି ଆଉ ମାତ୍ର ୫ ମାସ, ତା’ପରେ ହେବ ଶ୍ରୀଲଙ୍କା ଭଳି ସ୍ଥିତି

ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଏବେ ଭୟଙ୍କର ଆର୍ଥିକ ସଙ୍କଟ ଦେଖାଦେଇଛି। ଦେଶର ମୁଦ୍ରାସ୍ଫୀତି ଆଶାତୀତ ଭାବେ ତଳକୁ ଖସିଛି। ଏଥିସହ ବିଦେଶୀ ମୁଦ୍ରା ଭଣ୍ଡାର ବି ଖାଲି ହୋଇଯାଇଛି। ଇତି ମଧ୍ୟରେ ଖବର ଆସୁଛି ଯେ ପଡ଼ୋଶୀ ଦେଶ ବାଂଲାଦେଶର ବି ଏବେ ସେମିତି ଅବସ୍ଥା ହେବାକୁ ଯାଇଛି। ବାଲାଂଦେଶରେ ମଧ୍ୟ ଆର୍ଥିକ ସ୍ଥିତି ଧୀରେ ଧୀରେ ଖରାପ ହେବାରେ ଲାଗିଛି। ଅନ୍ତର୍ଜାତୀୟ ବଜାରରେ ଆବଶ୍ୟକୀୟ ସାମଗ୍ରୀ, କଞ୍ଚାମାଲ ଓ ଇନ୍ଧନର ମୂଲ୍ୟ ପ୍ରବଳ ମାତ୍ରାରେ ବଢ଼ୁଥିବାରୁ ଏହାର ପ୍ରଭାବ ଏବେ ବାଂଲାଦେଶ ଉପରେ ବି ପଡ଼ିଛି। ଜୁଲାଇରୁ ମାର୍ଚ୍ଚ ମଧ୍ୟରେ ବାଂଲାଦେଶରେ ଖର୍ଚ୍ଚ ୪୪ ପ୍ରତିଶତ ବଢ଼ିଥିବା ଜଣାଯାଇଛି।

ଯଦି ଆଗକୁ ବି ଏହି ଅନୁପାତରେ ଖର୍ଚ୍ଚ ବଢ଼ିଚାଲେ ତେବେ ଆଉ ମାତ୍ର ୫ ମାସ ଭିତରେ ଶ୍ରୀଲଙ୍କା ଭଳି କାଙ୍ଗାଳ ହୋଇଯିବ ବାଲାଂଦେଶ। ଦେଶର ସମସ୍ତ ବୈଦେଶିକ ମୁଦ୍ରା ଶେଷ ହୋଇଯିବ। ଫଳରେ ଅନ୍ୟ ଦେଶରୁ ଖାଦ୍ୟ ସାମଗ୍ରୀ ବି ଆମଦାନୀ କରିପାରିବନି। ଫଳସ୍ୱରୂପ ଦେଶର ଲୋକମାନେ ଖାଇବାକୁ ପାଇବେନି ଓ ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ିପଡ଼ିବ। ଏଣୁ ଏବେ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକତା ରହିଛି ବୋଲି ଅର୍ଥନୀତିଜ୍ଞମାନେ ମତ ବ୍ୟକ୍ତ କରିଛନ୍ତି।

Also Read: ବାହାଘର ପରେ କ୍ୟାଟ୍ରିନାଙ୍କ ସହ ପ୍ରଥମ ଜନ୍ମ ଦିନ ପାଳିଲେ ଭିକ୍କି କୌଶଲ, ଫଟୋ ସେୟାର କରି କଲେ ମଜାଳିଆ କମେଣ୍ଟ

ବର୍ତ୍ତମାନ ବାଲାଂଦେଶ ନିକଟରେ ୪୨ ଅରବ ଆମେରିକା ଡଲାର ରହିଛି। କିନ୍ତୁ ଅନ୍ତର୍ଜାତୀୟ ମୁଦ୍ରା କୋଷ (IMF) ଲଗାତାର ବାଲାଂଦେଶ ଉପରେ ଚାପ ପକାଉଛି ଯେ ସେମାନେ ବିଦେଶୀ ମୁଦ୍ରାର ସଠିକ୍‌ ଗଣନା କରନ୍ତୁ। ଯଦି ବାଲାଂଦେଶ ଆଇଏମ୍‌ଏଫ୍‌ର ଏହି ନିର୍ଦ୍ଦେଶକୁ କଡ଼ା କଡ଼ି ପାଳନ କରେ, ତେବେ କ୍ରେଡିଟ୍‌ ଫଣ୍ଡ, ସରକାରୀ ପରିଯୋଜନା, ଶ୍ରୀଲଙ୍କାକୁ ଦିଆଯାଇଥିବା ରାଶି ଓ ସୋନାଲି ବ୍ୟାଙ୍କ (ବାଲାଂଦେଶର ସରକାରୀ ବ୍ୟାଙ୍କ)ରେ ଜମା ରାଶି ଛାଡ଼ି, ବାକି ବିଦେଶୀ ମୁଦ୍ରା ଭଣ୍ଡାରର ଗଣନା କରିବାକୁ ହେବ।

କୁହାଯାଉଛି ଯେ ଏହି ଗଣନା ପରେ ବାଲାଂଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ୭ ଅରବ ଡଲାର କମ୍‌ ହୋଇପାରେ। ଫଳରେ ସ୍ଥିତି ଆହୁରି ଖରାପ ହୋଇଯିବ।

Also Read: ବିବାହ ପୂର୍ବରୁ କେତେ ଭାରତୀୟ ରଖୁଛନ୍ତି ଶାରୀରିକ ସମ୍ପର୍କ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରି ଦେବା ଭଳି ସରକାରୀ ରିପୋର୍ଟ

WCW 11

Recent Posts

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

11 seconds ago

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

11 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

8 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

11 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

11 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

11 hours ago