ଦେଶ ବିଦେଶ

ବିହାର ବିଷାକ୍ତ ମଦ ମୃତ୍ୟୁ ମାମଲା; ବଢିଚାଲିଛି ମୃତକଙ୍କ ସଂଖ୍ୟା, ଗଲାଣି ୫୩ ଜଣଙ୍କ ଜୀବନ

ମଦ ବନ୍ଦଥିବା ରାଜ୍ୟ ବିହାରର ସାରଣ ଜିଲ୍ଲାର ଛପ୍ରାରେ ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୫୩ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଅନେକ ଲୋକ ହସପିଟାଲରେ ଜୀବନ ପାଇଁ ମରଣ ସହିତ ସଂଘର୍ଷ କରୁଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ। ଏକାସାଙ୍ଗରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ସାରଣ ଜିଲ୍ଲାରେ ଚଢଉ କରିଛି । ଏହି ମାମଲାରେ ୧୨୬ ଲୋକଙ୍କୁ ଗିରଫ କରାଯାଇଛି। ୪ ହଜାର ଲିଟରରୁ ଅଧିକ ଅବୈଧ ମଦକୁ ଜବତ କରାଯାଇଛି। ଏହି ମାମଲାର ଯାଞ୍ଚ ପାଇଁ ଏସଆଇଟି ଗଠନ କରାଯାଇଛି ।
ବିଷାକ୍ତ ମଦ ପିଇ ୫୩ ଜଣ ମୃତ୍ୟୁବରଣ କରିସାରିଲେ। ମୃତକଙ୍କ ପରିବାର କହିବା ଅନୁସାରେ, ମୃତ୍ୟୁ ମଦ ପିଇବା ଯୋଗୁଁ ହୋଇଛି। ଏହି ମାମଲାର ଯାଞ୍ଚ କରିବା ପାଇଁ ଏସଆଇଟି ଗଠନ କରାଯାଇଛି। ଏଥିରେ ୩୧ ପୋଲିସକର୍ମୀ ରହିଛନ୍ତି।

ସୂଚନାଯୋଗ୍ୟ, ବିହାରରେ ୨୦୧୬ରେ ନୀତୀଶ ସରକାର ମଦ ବିକ୍ରି ଏବଂ ପିଇବା ଉପରେ ବ୍ୟାନ୍‌ କରିଥିଲେ। କିନ୍ତୁ ବିହାରରେ ମଦ ମୃତ୍ୟୁ ବନ୍ଦ ଥିବା ବେଳେ ଏମିତି ମାମଲା ଦେଖାଯିବା ଯୋଗୁଁ ବିପକ୍ଷ ନୀତୀଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପୋଲିସ କର୍ମୀଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।

ଉଲ୍ଲେଖଯୋଗ୍ୟ, ମଦମୃତ୍ୟୁ ପ୍ରସଙ୍ଗରେ ଗତକାଲି ବିହାର ବିଧାନସଭାରେ ହଙ୍ଗାମା ଓ ‌ହୋ’ହଲ୍ଲା ହୋଇଥିଲା। ବିରୋଧୀ ବିଜେପି ନୀତୀଶଙ୍କୁ ଟାର୍ଗେଟ୍‌ କରିଥିଲା। ମଦ ନିଷିଦ୍ଧ ହୋଇଥିବା ରାଜ୍ୟରେ ଲୋକଙ୍କ ପାଖରେ ମଦ କିଭଳି ପହଞ୍ଚୁଛି ସେନେଇ ପ୍ରଶ୍ନ ଉଠିଥିଲା।

ନୀତୀଶ କୁମାରଙ୍କ କହିବା ହେଲା, ‘ଯେତେବେଳେ ବିହାରରେ ମଦ ଉପରେ ପ୍ରତିବନ୍ଧକ ନ ଥିଲା, ସେତେବେଳେ ମଧ୍ୟ ଲୋକେ ନକଲି ମଦ ପିଇ ମରି ଯାଉଥିଲେ। ଏପରିକି, ଅନ୍ୟ ରାଜ୍ୟମାନଙ୍କରେ ବି ଏଭଳି ଘଟଣା ସବୁ ଘଟୁଛି। ଲୋକେ ସଚେତନ ରହିବା ଉଚିତ୍‌। ବିହାରରେ ଯେହେତୁ ମଦ ଉପରେ ପ୍ରତିବନ୍ଧକ ଲାଗିଛି, ତ କିଛି ନା କିଛି ନକଲି ବିକ୍ରି ହେବ। ଏହାକୁ ପିଇ ଲୋକଙ୍କ ମୃତ୍ୟୁ ଘଟିଛି’। ନୀତୀଶ କୁମାର କହିଥିଲେ, ‘ମଦ ଖରାପ ଅଭ୍ୟାସ। ଏହାକୁ ପିଇବା ଉଚିତ୍‌ ନୁହେଁ’।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ‘ମୁଁ ଅଧିକାରୀମାନଙ୍କୁ କହିଛି ଯେ ଗରିବଙ୍କୁ ଧରିବ ନାହିଁ, ଯେଉଁ ଲୋକ ଏହାର ବ୍ୟବସାୟ କରୁଛନ୍ତି, ସେମାନଙ୍କୁ ଧରିବ। ମଦ ପ୍ରତିବନ୍ଧକ ଆଇନ ଦ୍ୱାରା ଅନେକ ଲୋକଙ୍କୁ ଫାଇଦା ହୋଇଛି। କିଛି ଲୋକ ମଦ ପିଇବା ଛାଡ଼ି ଦେଇଛନ୍ତି’। ନୀତୀଶ ଏହି ପ୍ରସଙ୍ଗରେ ମଦ ସହ ଜଡ଼ିତ ବ୍ୟବସାୟ ନ କରିବାକୁ ଲୋକଙ୍କୁ ଅପିଲ୍‌ କରିଥିଲେ। ସେ କହିଥିଲେ, ‘ଲୋକେ ଅନ୍ୟ ବ୍ୟବସାୟ କରନ୍ତୁ। ଅବଶ୍ୟକ ପଡ଼ିଲେ ସରକାର ଅନ୍ୟ ବିଜନେସ୍‌ ପାଇଁ ୧ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି’।

Swagatika

Recent Posts

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

26 mins ago

ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ହାରାହାରି ୩୭.୬୪% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ…

38 mins ago

ଝାଡ଼ଖଣ୍ଡ: ମାଛ ବୋଝେଇ ଗାଡ଼ି ଓଲଟିଲା, ରାସ୍ତାରୁ ଥାଇ ମାଗୁର ବୋହିନେଲେ ସ୍ଥାନୀୟ ଲୋକେ

ଝାଡ଼ଖଣ୍ଡର ଧନବାଦରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି…

41 mins ago

ଦିନ ୧୦ଟାରୁ ୩ଟା ଯାଏ ପ୍ରଚଣ୍ଡ ଖରାରେ ଘରୁ ନ ବାହାରିବାକୁ ଅପିଲ୍

ଭୁବନେଶ୍ୱର(କେନ୍ୟୁଜ୍‌) : ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସତର୍କ କଲେ ମୁଖ୍ୟ ସଚିବ ପ୍ରଦୀପ ଜେନା । ଗତ…

51 mins ago

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

1 hour ago

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

2 hours ago