ଦେଶ ବିଦେଶ

ମଦୁଆଙ୍କ ପାଇଁ ଖୁସି ଖବର! ମଦ ପିଇଲେ ଆଉ ହେବନି ଜେଲ୍‌, ସରକାରଙ୍କ ବଡ଼ ଘୋଷଣା

ମଦ ପିଇଲେ ଆଉ ହେବନି ଜେଲ୍‌। ବିହାରରେ ମଦ ମୁକ୍ତି ଆନ୍ଦୋଳନ ମଧ୍ୟରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଏବେ ମଦ ପିଉଥିବା ବ୍ୟକ୍ତି ଧରାପଡ଼ିଲେ ବି ଜେଲ ଯିବେନି। ଏହା ବଦଳରେ ତାଙ୍କୁ କେବଳ ମଦ ମାଫିଆଙ୍କର ସୂଚନା ଦେବାକୁ ହେବ। ଦେଇଥିବା ସୂଚନା ଅନୁସାରେ ଯଦି ମଦ ମାଫିଆ ଗିରଫ ହୁଅନ୍ତି ତେବେ ମଦ ପିଇଥିବା ବ୍ୟକ୍ତିଙ୍କୁ ଆଉ ଜେଲ ଯିବାକୁ ପଡ଼ିବ ନାହିଁ। ଏ ନେଇ ବିହାରର ଉତ୍ପାଦ ଆୟୁକ୍ତ କାର୍ତ୍ତିକେୟ ଧନଜୀ ସୂଚନା ଦେଇଛନ୍ତି।

ବିହାରର ସବୁ ଜିଲ୍ଲାରେ ବଢ଼ୁଥିବା ମଦୁଆଙ୍କୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଜି ଅନୁଷ୍ଠିତ ଏକ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବିହାର ପୋଲିସ ଓ ମଦ ନିଷେଧ ବିଭାଗକୁ ଏହି ବିଶେଷ ଅଧିକାର ଦିଆଯାଇଛି।

ବିହାର ସରକାର ୨୦୨୧ ମସିହାରେ ନଭେମ୍ବର ମାସରେ ଏକ ରିପୋର୍ଟ ଜାରି କରିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଏହି ରିପୋର୍ଟରେ କୁହାଯାଇଥିଲା ଯେ ଜାନୁଆରୀ ୨୦୨୧ରୁ ଅକ୍ଟୋବର ୨୦୨୧ ମଧ୍ୟରେ ସ୍ୱତନ୍ତ୍ର ସ୍କ୍ଵାର୍ଡ ଚଢ଼ଉ କରି ଜିଲ୍ଲାରେ ୪୯ ହଜାର ୯୦୦ ଲୋକଙ୍କୁ ଗିରଫ କରିଥିଲା। ଏଥିରେ ମଦୁଆ ଓ ମଦ ମାଫିଆ ବି ଥିଲେ। ଏ ଅବସରରେ ମୋଟ୍‌ ୩୮ ଲକ୍ଷ ୭୨ ହଜାର ୬୪୫ ଲିଟର ମଦ ଜବତ ହୋଇଥିଲା।

ଜିଲ୍ଲା ସମେତ ବିହାର କୋର୍ଟରେ ବି ମଦ ବନ୍ଦ ମାମଲାର ବୋଝ ବଢ଼ିଯାଇଥିଲା। ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। କୋର୍ଟରେ ଜାମିନ୍‌ ଆବେଦନ ପାଇଁ ଲୋକଙ୍କ ଲମ୍ବା ଲାଇନ୍‌ ଲାଗିଥିଲା। ଫଳରେ ବାଧ୍ୟ ହୋଇ ସରକାରଙ୍କୁ ଏହି ନିୟମରେ ପରିବର୍ତ୍ତନ କରିବାକୁ ପଡ଼ିଛି।

WCW 11

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

9 hours ago

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜୀଉଙ୍କୁ ସସ୍ତ୍ରୀକ ଦର୍ଶନ କରିଛନ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶରେ…

10 hours ago

ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସନ୍ତାକାଲିଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

11 hours ago