ମଦୁଆଙ୍କ ପାଇଁ ଖୁସି ଖବର! ମଦ ପିଇଲେ ଆଉ ହେବନି ଜେଲ୍, ସରକାରଙ୍କ ବଡ଼ ଘୋଷଣା

ମଦ ପିଇଲେ ଆଉ ହେବନି ଜେଲ୍। ବିହାରରେ ମଦ ମୁକ୍ତି ଆନ୍ଦୋଳନ ମଧ୍ୟରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଏବେ ମଦ ପିଉଥିବା ବ୍ୟକ୍ତି ଧରାପଡ଼ିଲେ ବି ଜେଲ ଯିବେନି। ଏହା ବଦଳରେ ତାଙ୍କୁ କେବଳ ମଦ ମାଫିଆଙ୍କର ସୂଚନା ଦେବାକୁ ହେବ। ଦେଇଥିବା ସୂଚନା ଅନୁସାରେ ଯଦି ମଦ ମାଫିଆ ଗିରଫ ହୁଅନ୍ତି ତେବେ ମଦ ପିଇଥିବା ବ୍ୟକ୍ତିଙ୍କୁ ଆଉ ଜେଲ ଯିବାକୁ ପଡ଼ିବ ନାହିଁ। ଏ ନେଇ ବିହାରର ଉତ୍ପାଦ ଆୟୁକ୍ତ କାର୍ତ୍ତିକେୟ ଧନଜୀ ସୂଚନା ଦେଇଛନ୍ତି।
ବିହାରର ସବୁ ଜିଲ୍ଲାରେ ବଢ଼ୁଥିବା ମଦୁଆଙ୍କୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଜି ଅନୁଷ୍ଠିତ ଏକ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବିହାର ପୋଲିସ ଓ ମଦ ନିଷେଧ ବିଭାଗକୁ ଏହି ବିଶେଷ ଅଧିକାର ଦିଆଯାଇଛି।
Big news: Now there will be no jail for drinking alcohol, big decision of Nitish government.
#Government #alcohol #BIG #Bihar #Decision #drinking #homeslider #jail #news #Nitish #state #ticker #TopNewshttps://t.co/ssIx3OuY2F— News8Plus (@news8_plus) February 28, 2022
ବିହାର ସରକାର ୨୦୨୧ ମସିହାରେ ନଭେମ୍ବର ମାସରେ ଏକ ରିପୋର୍ଟ ଜାରି କରିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଏହି ରିପୋର୍ଟରେ କୁହାଯାଇଥିଲା ଯେ ଜାନୁଆରୀ ୨୦୨୧ରୁ ଅକ୍ଟୋବର ୨୦୨୧ ମଧ୍ୟରେ ସ୍ୱତନ୍ତ୍ର ସ୍କ୍ଵାର୍ଡ ଚଢ଼ଉ କରି ଜିଲ୍ଲାରେ ୪୯ ହଜାର ୯୦୦ ଲୋକଙ୍କୁ ଗିରଫ କରିଥିଲା। ଏଥିରେ ମଦୁଆ ଓ ମଦ ମାଫିଆ ବି ଥିଲେ। ଏ ଅବସରରେ ମୋଟ୍ ୩୮ ଲକ୍ଷ ୭୨ ହଜାର ୬୪୫ ଲିଟର ମଦ ଜବତ ହୋଇଥିଲା।
ଜିଲ୍ଲା ସମେତ ବିହାର କୋର୍ଟରେ ବି ମଦ ବନ୍ଦ ମାମଲାର ବୋଝ ବଢ଼ିଯାଇଥିଲା। ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। କୋର୍ଟରେ ଜାମିନ୍ ଆବେଦନ ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଥିଲା। ଫଳରେ ବାଧ୍ୟ ହୋଇ ସରକାରଙ୍କୁ ଏହି ନିୟମରେ ପରିବର୍ତ୍ତନ କରିବାକୁ ପଡ଼ିଛି।