ଟେକ୍

କୌଣସି ଥାର୍ଡ ପାର୍ଟି ଆପ୍‌ ବ୍ୟବହାର ନ କରି ଏପରି ଚଲାନ୍ତୁ ଦୁଇଟି ଫୋନରେ ଗୋଟିଏ WhatsApp ଆକାଉଣ୍ଟ

ଗୋଟିଏ ସ୍ମାର୍ଟଫୋନରେ ଦୁଇଟି ହ୍ଵାଟସଆପ୍‌ ଆକାଉଣ୍ଟ ୟୁଜ୍‌ କରିବା ଫିଚର ପ୍ରାୟ ସମସ୍ତେ ଜାଣିଛନ୍ତି। ଏହି ଫିଚରକୁ ଲୋକମାନେ ୟୁଜ କରୁଛନ୍ତି ମଧ୍ୟ। ଅନେକ ସ୍ମାର୍ଟଫୋନ୍‌ ବ୍ରାଣ୍ଡସ ତ ଏହି ଫିଚରକୁ ପୂର୍ବରୁ ହିଁ ନିଜ ଡିଭାଇସରେ ଦେଇଛି। କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ, ଗୋଟିଏ ଆକାଉଣ୍ଟକୁ ଆପଣ ଦୁଇଟି ସ୍ମାର୍ଟଫୋନରେ ଚଲାଇପାରିବେ ତାହେଲେ କଣ ଆପଣ ବିଶ୍ୱାସ କରିବେ। ହଁ ଆଜ୍ଞା ଆପଣ ଏପରି କରିପାରିବେ।

ଯଦିଓ ଦୁଇଟି ଡିଭାଇସରେ ଗୋଟିଏ ଆକାଉଣ୍ଟକୁ ମଲ୍ଟି ଡିଭାଇସ ଫିଚର ସାହାଯ୍ୟରେ ବ୍ୟବହାର କରାଯାଇହେବ। କିନ୍ତୁ ଦୁଇଟି ସ୍ମାର୍ଟଫୋନରେ ଏହି ମଲ୍ଟି ଡିଭାଇସ ଫିଚର ସାହାଯ୍ୟରେ ଗୋଟିଏ ଆକାଉଣ୍ଟକୁ ୟୁଜ କରାଯାଇ ପାରିବନାହିଁ। ଏଥିପାଇଁ ଆପଣଙ୍କୁ ଓ୍ଵାଟସଆପ୍‌ ଟ୍ରିକର ବ୍ୟବହାର କରିବାକୁ ହେବ।

ମଲ୍ଟି ଡିଭାଇସ ଫିଚର ସାହାଯ୍ୟରେ ଆପଣ ଗୋଟିଏ ସମୟରେ ଗୋଟିଏ ଆକାଉଣ୍ଟକୁ ସ୍ମାର୍ଟଫୋନ, ପର୍ସନାଲ କମ୍ପ୍ୟୁଟର କିମ୍ବା ଆଇପ୍ୟାଡରେ ତ ବ୍ୟବବହାର କରିପାରିବେ। କିନ୍ତୁ କଣ ଆପଣ ଜାଣିଛନ୍ତି ଦୁଇଟି ଅଲଗା ଅଲଗା ସ୍ମାର୍ଟଫୋନରେ ଆପଣ ଏହାକୁ ବ୍ୟବହାର କରିପାରିବେନାହିଁ। ଆମେ ଆପଣଙ୍କୁ ଏହା ବିଷୟରେ ଆଜି ସମ୍ପୂର୍ଣ୍ଣ ସୂଚନା ଡିଟେଲ୍ସରେ ଜଣାଇବୁ। ସବୁଠୁ ଖାସ୍‌ କଥା ହେଉଛି ଏଥିପାଇଁ ଆପଣଙ୍କୁ କୌଣସି ଥାର୍ଡ ପାର୍ଟି ଆପର ଆବଶ୍ୟକତା ପଡିବନାହିଁ। ତାହେଲେ ଆସନ୍ତୁ ଜାଣିବା ଆପଣ କିପରି ଦୁଇଟି ସ୍ମାର୍ଟଫୋନରେ ଗୋଟିଏ ହ୍ଵାଟ୍ସଆପ୍‌ ଆକାଉଣ୍ଟକୁ ୟୁଜ୍‌ କରିପାରିବେ।

ଜାଣନ୍ତୁ ତରିକା

ଏହି ହ୍ଵାଟସଆପ୍‌ ଟ୍ରିକକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ କୌଣସି ଥାର୍ଡ ପାର୍ଟି ଆପର ଆବଶ୍ୟକତା ପଡିବନାର୍ହି। ଆପଣ କେବଳ କିଛି ସ୍ଟେପକୁ ଫଲୋ କରି ଏହାର ବ୍ୟବହାର କରିପାରିବେ। କିନ୍ତୁ କେତେ ସମୟ ପର୍ଯ୍ୟନ୍ତ ଆପଣଙ୍କ ଆକାଉଣ୍ଟ ଅନ୍ୟ ଫୋନରେ ଚାଲିପାରିବ ତାହା ବିଷୟରେ ଜଣାନାହିଁ।

ସର୍ବପ୍ରଥମେ ଆପଣଙ୍କୁ ଏକ ଷ୍ଟାବଲ ଇଣ୍ଟରନେଟ କନେକସନ୍‌ ଆବଶ୍ୟକତା ପଡିବ। ଦୁଇ ସ୍ମାର୍ଟଫୋନରେ ବରାବର ଇଣ୍ଟରନେଟ୍‌ ରହିବା ଜରୁରୀ।

ଏହାପରେ ଆପଣଙ୍କୁ ଆଉ ଏକ ସ୍ମାର୍ଟଫୋନ ଯେଉଁଥିରେ ଆପଣ ହ୍ଵାଟସଆପ୍‌ ୟୁଜ କରିବାକୁ ଚାହୁଁଛନ୍ତି ସେଥିରେ ୱେବ ବ୍ରାଉଜର ଓପନ କରିବାକୁ ହେବ। ଏବଂ ସେଠାରେ ଆପଣଙ୍କୁ ହ୍ଵାଟସଆପ୍‌ ୱେବ ସର୍ଚ୍ଚ କରିବାକୁ ହେବ।

ବ୍ରାଉଜରରେ ହ୍ଵାଟସଆପ୍‌ େଓ୍ଵବ ମୋବାଇଲ ପେଜ୍‌ ଖୋଲିଯିବ। ଆପଣଙ୍କୁ ସେଟିଙ୍ଗକୁ ଯାଇ ଡେସ୍କଟପ ସାଇଟରେ ଚେଞ୍ଜ୍‌ କରିବାକୁ ହେବ। ଯେମିତି ହିଁ ଆପଣଙ୍କ ପେଜ୍‌ ଡେସ୍କଟପ ସାଇଟରେ ବଦଳିଯିବ ଆପଣଙ୍କ ସାମ୍ନାରେ ଏକ କ୍ୟୁଆର କୋଡ ଥିବା ଏକ ପେଜ୍‌ ଓପନ ହୋଇଯିବ।

ଆପଣ ଏହି କ୍ୟୁଆର କୋଡକୁ ଆପଣଙ୍କ ଅନ୍ୟ ଫୋନରେ ହ୍ଵାଟସଆପ୍‌ ଆପ୍‌ ସାହାଯ୍ୟରେ ସ୍କାନ କରିବାକୁ ହେବ। ଏହିଭଳି ଭାବେ ଆପଣଙ୍କ ଗୋଟିଏ ଆକାଉଣ୍ଟ ଦୁଇଟି ଫୋନରେ ସାଇନ-ଇନ ହୋଇପାରିବ। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ୟୁଜ କରିପାରିବେନାହିଁ। ଯଦି ବି ଲଗଆଉଟ୍‌ ହେଇଯାଏ ଆପଣ ଆଉ ଥରେ କ୍ୟୁଆର କୋଡ ସ୍କାନ କରି ପୁନର୍ବାର ମଧ୍ୟ ଚଲାଇପାରିବେ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ଏଭଳି ବ୍ୟବହାର କରିବା ଦ୍ୱାରା ହ୍ଵାଟସଆପକୁ ଆପଣଙ୍କ ଉପରେ ସନ୍ଦେହ ହେଲା ତାହେଲେ ଆପଣଙ୍କ ଆକାଉଣ୍ଟକୁ ଟେମ୍ପରାରୀ ବ୍ୟାନ୍‌ ମଧ୍ୟ କରାଯାଇପାରେ।

ଏହାସହ ପଢନ୍ତୁ : ଫୋନ୍‌ ଲକ୍‌ କରି ଲୁଚାଇବା ଦରକାର ନାହିଁ, ଏପରି ଗୋପନ ରଖନ୍ତୁ ନିଜ WhatsApp ସିକ୍ରେଟ ଚାଟ୍‌

Pritiparna

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

1 min ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

18 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

32 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

45 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

46 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago