ଦେଶ ବିଦେଶ

ଉତ୍ତରପ୍ରଦେଶ ଗଙ୍ଗା ଘାଟରେ ଓଲଟିଲା ଡଙ୍ଗା: ୪ ମୃତ, ଅନେକ ନିଖୋଜ

ଉତ୍ତରପ୍ରଦେଶର ବାଲିୟା ଗଙ୍ଗା ଘାଟରେ ଡଙ୍ଗା ବୁଡି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ଡଙ୍ଗାରେ ୩୦ ଜଣ ଯାତ୍ରୀ ରହିଥିଲେ । ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଡଙ୍ଗା ଓଲଟିବା ପରେ କିଛି ଲୋକଙ୍କୁ ବାହାର କରାଯାଇଛି । ଅନେକ ମହିଳା ନଦୀ ସ୍ରୋତରେ ଭାସି ଯାଇଥିବା ଖବର ମିଳିଛି । ସେମାନଙ୍କୁ ଖୋଜା ଚାଲିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣା ସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚିଛି ।

ସୂଚନା ମୁତାବକ, ବାଲିୟା ଖେଜୁରୀ ଥାନାରେ ଅନ୍ତର୍ଗତ ଏକ ଗାଁର ମହିଳାମାନେ ଡଙ୍ଗାରେ ଗଙ୍ଗାଘାଟରେ ଓହାର ପରମ୍ପରା ପାଇଁ ଅଧିକ ସଂଖ୍ୟାରେ ଏକତ୍ରିତ ହୋଇଥିଲେ । ଏହି ପରମ୍ପରା ଅନୁଯାୟୀ, ଡଙ୍ଗାରେ ଗଙ୍ଗା ପାର ହେବାର ପରମ୍ପରା ରହିଛି। ତେଣୁ ମହିଳା ଏବଂ ପୁରୁଷମାନେ ଏକାଠି ଡଙ୍ଗାରେ ଗଙ୍ଗା ପାର ହେଉଥିବା ବେଳେ ହଠାତ୍‌ ଡଙ୍ଗାଟି ଓଲଟିପଡିଥିଲା । କିଛି ଲୋକ ଏକ ରଶି ଧରି ବାହାରକୁ ବାହାରିଥିବା ବେଳେ ଅନ୍ୟ ମହିଳାମାନେ ଭାସି ଯାଇଥିଲେ । ଡଙ୍ଗାରେ ୩୦ ଜଣ ଲୋକ ରହିଥିଲେ ବୋଲି ଅନୁମାନ କରାଯାଉଛି । ୪ ଜଣ ମହିଳାଙ୍କ ମୃତଦେହ ମିଳିଛି । ଅନ୍ୟମାନେ ନିଖୋଜ ରହିଛନ୍ତି । ଘଟଣାସ୍ଥଳରେ ଊଦ୍ଧାର କାର୍ଯ୍ୟ ଜାରି ରହିଛି ।

ତେବେ ଘଟଣାକୁ ନେଇ ୩ଟି କାରଣ ସାମ୍ନାକୁ ଆସିଛି । ଡଙ୍ଗା ଓଭରଲୋଡ, ମଝିରେ ଇଂଜିନ ଖରାପ ହେବା କିମ୍ବା ଅତ୍ୟଧିକ ପବନ ଯୋଗୁଁ ଡଙ୍ଗା ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିବା ଅନୁମାନ କରାଯାଉଛି । ଘଟଣା ପରେ ଡଙ୍ଗା ନାବିକ ଫେରାର ହୋଇଯାଇଛି ।
ଘଟଣା ବିଷୟରେ ଯୋଗୀ ଆଦିତ୍ୟନାଥ ଜାଣିବା ପରେ ତତ୍‌କାଳ ଚିକିତ୍ସା ଏବଂ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଆହତ ହୋଇଥିବା ଲୋକଙ୍କୁ ଶୀଘ୍ର ସୁସ୍ଥତା କାମନା କରିଛନ୍ତି । ଜିଲ୍ଲା ପ୍ରଶାସନ ଅଧିକାରୀ, ଏସଡିଆରଏଫ, ଏନଡିଆରଏଫ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Swagatika

Recent Posts

ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗାଁ ଲୋକେ, ରାସ୍ତାରେ ଗରା-ବାଲଟି ରଖି କଲେ ବିରୋଧ

କନ୍ଧମାଳ(କେନ୍ୟୁଜ): ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବୁନ୍ଦାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅନେକ ଲୋକ l ଫୁଲବାଣୀ ପୌର…

2 mins ago

ଫ୍ଲୋରିଡାରେ ପ୍ରବଳ ବର୍ଷା, ଟି୨୦ ବିଶ୍ୱକପ ଉପରେ ପଡିପାରେ ପ୍ରଭାବ

ଫ୍ଲୋରିଡାରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ଦେଖାଦେଇଛି । ଫଳରେ ଟି୨୦ ବିଶ୍ୱକପ ଉପରେ ପ୍ରଭାବ ପଡିପାରେ ।…

50 mins ago

ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ଜଣେ ହାବିଲଦାର ମୃତ

କଟକ (କେନ୍ୟୁଜ): ଫୁଟିଲା ବୋମା । ହାବିଲଦାର ମୃତ । କଟକ ସଦର ଥାନା କାଠଯୋଡ଼ି ନଦୀପଠାରେ କମିଶନରେଟ ପୋଲିସର…

1 hour ago

୨୦୦ ଫୁଟ ତଳକୁ ଖସିଲା ବିଦ୍ୟୁତ ବିଭାଗ ଗାଡି, ୭ ଗୁରୁତର

ଗଜପତି (କେନ୍ୟୁଜ): ୨୦୦ ଫୁଟ ତଳକୁ ଖସିଲା ବିଦ୍ୟୁତ ବିଭାଗ ଗାଡି । ୭ ଜଣ ଗୁରୁତର ।ଗ ଜପତି…

1 hour ago

ସିକ୍କିମରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ: ୬ ମୃତ, ଫସିଛନ୍ତି ୧୫୦୦ ପର୍ଯ୍ୟଟକ

ସିକ୍କିମରେ ଲଗାତାର ବର୍ଷା ଯୋଗୁଁ ପରିସ୍ଥିତି ଖରାପ ହୋଇଛି । ଏଠାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଅତିକମରେ…

2 hours ago

ପ୍ରଥମ ରଜରେ ପୋଖରୀରେ ବୁଡି ମା-ଝିଅଙ୍କ ସଲିଳ ସମାଧି

ନବରଙ୍ଗପୁର (କେନ୍ୟୁଜ): ଆଜି ପହିଲି ରଜରେ ଗାଁଠୁ ସହର ସବୁଠି ଉତ୍ସାହ ଓ ଆନନ୍ଦର ମାହୋଲ । ହେଲେ ନବରଙ୍ଗପୁର…

2 hours ago