ଉତ୍ତରପ୍ରଦେଶ ଗଙ୍ଗା ଘାଟରେ ଓଲଟିଲା ଡଙ୍ଗା: ୪ ମୃତ, ଅନେକ ନିଖୋଜ
ଉତ୍ତରପ୍ରଦେଶର ବାଲିୟା ଗଙ୍ଗା ଘାଟରେ ଡଙ୍ଗା ବୁଡି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ଡଙ୍ଗାରେ ୩୦ ଜଣ ଯାତ୍ରୀ ରହିଥିଲେ । ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ଚିକିତ୍ସା ଏବଂ ଉଦ୍ଧାରକାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
![boat accident](https://knewsodisha.com/wp-content/uploads/2023/05/boat-accident.jpg)
ଉତ୍ତରପ୍ରଦେଶର ବାଲିୟା ଗଙ୍ଗା ଘାଟରେ ଡଙ୍ଗା ବୁଡି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ଡଙ୍ଗାରେ ୩୦ ଜଣ ଯାତ୍ରୀ ରହିଥିଲେ । ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଡଙ୍ଗା ଓଲଟିବା ପରେ କିଛି ଲୋକଙ୍କୁ ବାହାର କରାଯାଇଛି । ଅନେକ ମହିଳା ନଦୀ ସ୍ରୋତରେ ଭାସି ଯାଇଥିବା ଖବର ମିଳିଛି । ସେମାନଙ୍କୁ ଖୋଜା ଚାଲିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣା ସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚିଛି ।
ସୂଚନା ମୁତାବକ, ବାଲିୟା ଖେଜୁରୀ ଥାନାରେ ଅନ୍ତର୍ଗତ ଏକ ଗାଁର ମହିଳାମାନେ ଡଙ୍ଗାରେ ଗଙ୍ଗାଘାଟରେ ଓହାର ପରମ୍ପରା ପାଇଁ ଅଧିକ ସଂଖ୍ୟାରେ ଏକତ୍ରିତ ହୋଇଥିଲେ । ଏହି ପରମ୍ପରା ଅନୁଯାୟୀ, ଡଙ୍ଗାରେ ଗଙ୍ଗା ପାର ହେବାର ପରମ୍ପରା ରହିଛି। ତେଣୁ ମହିଳା ଏବଂ ପୁରୁଷମାନେ ଏକାଠି ଡଙ୍ଗାରେ ଗଙ୍ଗା ପାର ହେଉଥିବା ବେଳେ ହଠାତ୍ ଡଙ୍ଗାଟି ଓଲଟିପଡିଥିଲା । କିଛି ଲୋକ ଏକ ରଶି ଧରି ବାହାରକୁ ବାହାରିଥିବା ବେଳେ ଅନ୍ୟ ମହିଳାମାନେ ଭାସି ଯାଇଥିଲେ । ଡଙ୍ଗାରେ ୩୦ ଜଣ ଲୋକ ରହିଥିଲେ ବୋଲି ଅନୁମାନ କରାଯାଉଛି । ୪ ଜଣ ମହିଳାଙ୍କ ମୃତଦେହ ମିଳିଛି । ଅନ୍ୟମାନେ ନିଖୋଜ ରହିଛନ୍ତି । ଘଟଣାସ୍ଥଳରେ ଊଦ୍ଧାର କାର୍ଯ୍ୟ ଜାରି ରହିଛି ।
Uttar Pradesh Boat Capsize: Vessel Capsizes at Maldepur Ganga Ghat in Ballia; Three Women Dead, Three Rescued (Watch Video) #UttarPradesh #BoatCapsize #Ballia https://t.co/QUy3VgDpyF
— LatestLY (@latestly) May 22, 2023
ତେବେ ଘଟଣାକୁ ନେଇ ୩ଟି କାରଣ ସାମ୍ନାକୁ ଆସିଛି । ଡଙ୍ଗା ଓଭରଲୋଡ, ମଝିରେ ଇଂଜିନ ଖରାପ ହେବା କିମ୍ବା ଅତ୍ୟଧିକ ପବନ ଯୋଗୁଁ ଡଙ୍ଗା ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିବା ଅନୁମାନ କରାଯାଉଛି । ଘଟଣା ପରେ ଡଙ୍ଗା ନାବିକ ଫେରାର ହୋଇଯାଇଛି ।
ଘଟଣା ବିଷୟରେ ଯୋଗୀ ଆଦିତ୍ୟନାଥ ଜାଣିବା ପରେ ତତ୍କାଳ ଚିକିତ୍ସା ଏବଂ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଆହତ ହୋଇଥିବା ଲୋକଙ୍କୁ ଶୀଘ୍ର ସୁସ୍ଥତା କାମନା କରିଛନ୍ତି । ଜିଲ୍ଲା ପ୍ରଶାସନ ଅଧିକାରୀ, ଏସଡିଆରଏଫ, ଏନଡିଆରଏଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।