କିଏ ହେବେ ନୂଆ ବାଚସ୍ପତି ? ରେସ୍‌ରେ ଅଛନ୍ତି ସ୍ନେହାଙ୍ଗିନୀ ଛୁରିଆ, ପ୍ରଫୁଲ ସାମଲ ଓ ବଦ୍ରିନାରାୟଣ ପାତ୍ର

ନୂଆ ବାଚସ୍ପତିଙ୍କୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଖୁବଶୀଘ୍ର ନାଁ ଘୋଷଣା ହୋଇପାରେ । ଚର୍ଚ୍ଚା ହେଉଛି ଜଣେ ମହିଳାଙ୍କୁ ମିଳିପାରେ ବାଚସ୍ପତି ପଦ ।

ଭୁବନେଶ୍ଵର (କେନ୍ୟୁଜ): କିଏ ହେବେ ବିଧାନସଭାର ନୂଆ ବାଚସ୍ପତି । ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ଏହି ପଦ ଖାଲି ପଡିଛି । ନୂଆ ବାଚସ୍ପତିଙ୍କୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଖୁବଶୀଘ୍ର ନାଁ ଘୋଷଣା ହୋଇପାରେ । ରେସ୍‌ରେ ସ୍ନେହାଙ୍ଗିନୀ ଛୁରିଆ, ପ୍ରଫୁଲ ସାମଲ ଓ ବଦ୍ରିନାରାୟଣ ପାତ୍ର ପ୍ରମୁଖ ଅଛନ୍ତି । ଚର୍ଚ୍ଚା ହେଉଛି ଜଣେ ମହିଳାଙ୍କୁ ମିଳିପାରେ ବାଚସ୍ପତି ପଦ ।

ଏମିତି ହେଲେ ଆଗରେ ଅଛନ୍ତି ଅତାବିରାର ୨ ଥର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ୨୦୧୪ରେ ପ୍ରଥମ ଥର ବିଧାୟିକା ହୋଇଥିଲେ । ୨୦୧୪-୧୯ ମଧ୍ୟରେ ଥିଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ । ୨୦୧୪-୧୭ ମଧ୍ୟରେ ଥିଲେ ଏସ୍‌ସି ଓ ଏସ୍‌ଟି ଉନ୍ନୟନ ବିଭାଗ ମନ୍ତ୍ରୀ । ସେହିପରି ରେସରେ ଅଛନ୍ତି ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର । ୫ ଥର ବିଧାୟକ । ୨ ଥର ରାମଚନ୍ଦ୍ରପୁରରୁ ଓ ଘସିପୁରାରୁ ୩ ଥର ବିଧାୟକ ଭାବେ ନିର୍ବାଚନ ଜିତିଛନ୍ତି । ୨୦୦୯ରେ ପ୍ରଥମ ଥର ମନ୍ତ୍ରୀ ହୋଇଥିଲେ ।

ସେହିପରି ବାଚସ୍ପତି ପଦ ପାଇଁ ଚର୍ଚ୍ଚାରେ ଅଛି ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନାଁ । ୬ ଥରର ବିଧାୟକ । ୩ ଥର ଭଦ୍ରକ ଓ ୩ ଥର ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ୧୯୯୦ରେ ପ୍ରଥମ ଥର ବିଧାୟକ ହୋଇଥିଲେ । ୧୯୯୮ରେ ସେ ଥିଲେ ବିରୋଧୀ ଦଳ ନେତା । ନବୀନଙ୍କ କ୍ୟାବିନେଟରେ ବି ମନ୍ତ୍ରୀ ଥିଲେ ପ୍ରଫୁଲ୍ଲ ସାମଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.