ସାରା’ଙ୍କ ଦେଶୀ ଅବତାର: ସାଲୱାର ପିନ୍ଧି ଗଲେ ଦର୍ଘା, ଫିଲ୍ମ ପାଇଁ ମାଗିଲେ ଆଶୀର୍ବାଦ

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ନିଜର ଅନ୍ଦାଜ୍‌ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ସୈଫ୍ ଅଲ୍ଲୀ ଖାନ୍ ଓ ଅମୃତା ସିଂହଙ୍କ ଝିଅ ସାରା ଏବେ ବଲିଉଡରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ପକ୍କା କରି ସାରିଛନ୍ତି । ତେବେ ନିକଟ ଅତୀତରେ ସାରାଙ୍କୁ ଅଜମେର୍‌ ସରିଫ ଦର୍ଘାରେ ଦେଖିବାକୁ ମିଳିଛି । ସାରା ଦର୍ଘାକୁ ଯାଇ ସେଠାରେ ମାନସିକ ଚାଦର ଘୋଡ଼ାଇଥିବା ସହିତ ହାତ ଯୋଡ଼ି ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ମୁମ୍ବାଇ:  ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ନିଜର ଅନ୍ଦାଜ୍‌ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ସୈଫ୍ ଅଲ୍ଲୀ ଖାନ୍ ଓ ଅମୃତା ସିଂହଙ୍କ ଝିଅ ସାରା ଏବେ ବଲିଉଡରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ପକ୍କା କରି ସାରିଛନ୍ତି। ତେବେ ନିକଟ ଅତୀତରେ ସାରାଙ୍କୁ ଅଜମେର୍‌ ସରିଫ ଦର୍ଘାରେ ଦେଖିବାକୁ ମିଳିଛି। ସାରା ଦର୍ଘାକୁ ଯାଇ ସେଠାରେ ମାନସିକ ଚାଦର ଘୋଡ଼ାଇଥିବା ସହିତ ହାତ ଯୋଡ଼ି ଆଶୀର୍ବାଦ ଭିକ୍ଷା କରିଛନ୍ତି।

ଏହି ସମୟରେ ସାରା ଅଲ୍ଳୀ ଖାନ୍‌ଙ୍କୁ ଏକଦମ ଧାର୍ମିକ ଅବତାରରେ ଦେଖିବାକୁ ମିଳିଥିଲା। ତେବେ ଯାହା ଶୁଣିବାକୁ ମିଳେ କି, ବଲିଉଡ୍‌ର ଏହି ସୁନ୍ଦରୀ ଅଭିନେତ୍ରୀ ତାଙ୍କ ବାସ୍ତବ ଜୀବନରେ ଖୁବ୍‌ ଧାର୍ମିକ। ତାଙ୍କୁ କେବେ ମନ୍ଦିରରେ ମୁଣ୍ଡିଆ ମାରୁଥିବାର ଦେଖିବାକୁ ମିଳିଥାଏ ତ ପୁଣି କେବେ ଦର୍ଘାରେ ହାତ ଟେକି ଆଶୀର୍ବାଦ ମାଗୁଥିବାର ଦେଖିବାକୁ ମିଳିଥାଏ । ଯାହାର ଫଟୋ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ସୂଚନା ମୁତାବକ, ଆଗକୁ ଆସୁଛି ସାରାଙ୍କ ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’। ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ସାରା ଅଜମେର୍‌ ସରିଫ ଦର୍ଘାରେ ଆଶୀର୍ବାଦ ପାଇଁ ଯାଇ ପହଞ୍ଚିଥିଲେ। ସେ ଦର୍ଗାରେ ପହଞ୍ଚି ନିଜ ଫିଲ୍ମ ପାଇଁ ଆଲ୍ଲାଙ୍କ କରୁଣା ଭିକ୍ଷା କରିଥିଲେ। ତେବେ ସେହି ମୁହୂର୍ତ୍ତର କିଛି ଫଟୋ ସାରା ‌ତାଙ୍କର ସୋସିଆଲ୍‌ ମିଡିଆ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଦର୍ଘା ଭିତରରେ ଉଠାଯାଇଥିବା ଖୁବ୍ ସୁନ୍ଦର ଫଟୋଗୁଡିକୁ ସେ ସେୟାର୍‌ କରିଛନ୍ତି। ତେବେ ସେ ଏହି ଫଟୋଗୁଡିକ ସେୟାର୍‌ କରିବା ପରେ ତାହା ଏବେ ଭାଇରାଲ୍‌ ‌ହେବାରେ ଲାଗିଛି।

 

View this post on Instagram

 

A post shared by Pallav Paliwal (@pallav_paliwal)

ସାରା ତାଙ୍କ ମଥାରେ ଓଢ଼ଣା ପକାଇଛନ୍ତି। କଳା ରଂଗର ଏକ ସନ୍‌ଗ୍ଲାସ୍‌ ଲଗାଇ ସେ ଏକଦକ ସାଧାରଣ ଲୁକ୍‌ରେ ନଜର ଆସିଛନ୍ତି। ସେ ଏକ ସବୁଜ ରଂଗର ପ୍ରିଣ୍ଟେଡ୍‌ ସାଲୱାର ପିନ୍ଧି ବେଶ୍‌ ଆକର୍ଷଣୀୟ ଲାଗୁଛନ୍ତି। କିଛି ଫଟୋରେ ସେ ହାତ ଯୋଡ଼ି ନିଜ ମଥା ନୁଆଇଁ ଥିବାର ଦେଖିବାକୁ ମିଳିଛନ୍ତି। ସେ ଦର୍ଘା ପରିସର ଭିତରକୁ ଯିବାବେଳେ ଅନେକ ପ୍ରଶଂସକ ତାଙ୍କୁ ଘେରି ରହିଥିଲେ ।

ତାଙ୍କ ସୁରକ୍ଷା କର୍ମୀମାନେ ତାଙ୍କ ସହ ଚାଲିଥିଲେ। ଏକ ଫଟୋରେ ସାରା ତାଙ୍କ ଫିଲ୍ମ ରିଲିଜ୍ ପୂର୍ବରୁ ଆଶୀର୍ବାଦ ଲୋଡିଥିଲେ। ତେବେ ସାରା ତାଙ୍କ ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’ ପାଇଁ ଏବେ ଜୟପୁରରେ ପହଞ୍ଚିଛନ୍ତି। ତେବେ ସାରାଙ୍କ ସହ ତାଙ୍କ କୋ-ଷ୍ଟାର୍‌ ଭିକି କୌଶଲଙ୍କୁ ବି ଏକ ଗାଡ଼ିରେ ଯାଉଥିବାର ଦେଖିବାକୁ ମିଳିିଥିଲା। ତେବେ ସାରା ବିଭିନ୍ନ ସମୟରେ ମନ୍ଦିର ଏବଂ ଦରଗା ପରିଦର୍ଶନ କରୁଥିବାର ଦେଖାଯାଏ । ୨୦୨୧ ମସିହାରେ ସାରା ତାଙ୍କ ମା ଅମୃତା ସିଂଙ୍କ ସହ ଅଜମେର ସରିଫ ଦର୍ଘା ପରିଦର୍ଶନ କରିଥିଲେ । ଅଭିନେତ୍ରୀ ସାରା ସେମାନଙ୍କ ଗସ୍ତର ଫଟୋ ସେୟାର କରିଥିଲେ, ଯେଉଁଥିରେ ଉଭୟ ମା-ଝିଅଙ୍କ ଯୋଡିକୁ ଦେଖିବାକୁ ମିଳିଥିଲା।

sara khan

 

ତେବେ ସାରା ନିକଟରେ କାନ୍ସରେ ଡେବ୍ୟୁ କରିବା ପରେ ମୁମ୍ବାଇ ଫେରିଥିଲେ। ତେବେ ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’ ପାଇଁ ସେ ଏବେ ପୁରା ବ୍ୟସ୍ତ । ତାଙ୍କୁ ପ୍ରଥମ ଥର ପାଇଁ ବିକି କୌଶଲଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଷ୍ଟାର କାଷ୍ଟଙ୍କ ମଧ୍ୟରେ ଶରିବ ହାଶ୍ମୀ ଏବଂ ରାକେଶ ବେଦୀ ମଧ୍ୟ ଅଛନ୍ତି। ମ୍ୟାଡକ୍ ଫିଲ୍ମସ୍ ଏବଂ ଜିଓ ଷ୍ଟୁଡିଓ ଦ୍ୱାରା ସମର୍ଥିତ ଏହି ଫିଲ୍ମ ଜୁନ୍ ୨ରେ ବଡ ପରଦାରେ ଆସିବାର କାର୍ଯ୍ୟକ୍ରମ ରହିଛି ।