୨୦୦୦ ହଜାର ଟଙ୍କିଆ ନୋଟ୍‌ ହଟିବା ନିଷ୍ପତ୍ତି ପରେ ସୁନା ଦୋକାନରେ ଭିଡ, ଅଧିକ ଦର ଦେଇ କିଣୁଛନ୍ତି ଗ୍ରାହକ

ଆରବିଆଇ ୨ ହଜାର ଟଙ୍କିଆ ନୋଟ ହଟିବା ନିଷ୍ପତ୍ତି ଘୋଷଣା ପରେ ସୁନା ଦୋକାନରେ ଭିଡ଼ ଜମିଛି । ଦୋକାନୀ ୧୦ ପ୍ରତିଶତ ଅଧିକ ଲାଭ ରଖି ସୁନା ବିକ୍ରି କରୁଛନ୍ତି ।

ଆରବିଆଇ ୨ ହଜାର ଟଙ୍କିଆ ନୋଟ ହଟିବା ନିଷ୍ପତ୍ତି ପରେ ସୁନା ଦୋକାନରେ ଜମିଛି ଭିଡ଼ । ୨ ହଜାର ଟଙ୍କିଆ ନୋଟ ଦେଇ ସୁନା କିଣିବାକୁ ଲୋକଙ୍କ ଭିଡ଼ ଲାଗୁଛି । ଦିଲ୍ଲୀ , ମୁମ୍ବାଇ, ସୁରଟ ଜୁଏଲାରୀ ମାନଙ୍କରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ସୁନା ଦୋକାନୀ ମାନେ ମଧ୍ୟ ୧୦ ପ୍ରତିଶତ ଅଧିକ ଲାଭ ରଖି ସୁନା ବିକୁଛନ୍ତି । ଅଧିକ ଦର ଦେଇ ମଧ୍ୟ ସୁନା କିଣୁଛନ୍ତି ଗ୍ରାହକ।

ତେବେ କିଛି ଜୁଏଲାରୀ ୫୦ ହଜାରରୁ ଅଧିକ ଦାମର ସୁନା କିଣିଲେ ଗ୍ରାହକଙ୍କ ପ୍ୟାନ ଓ ଆଧାର କାର୍ଡ ମଗାଯାଉଛି । ତେବେ PMLA ଆକ୍ଟ ଅନୁଯାୟୀ ୫୦ହଜାର ଯାଏ ଁ KYC ମୁକ୍ତ କ୍ରୟ ହୋଇପାରିବ । ୫୦ ହଜାରରୁ ୨ଲକ୍ଷ ପର୍ଯ୍ୟନ୍ତ ବିକ୍ରି ପାଇଁ ଆଧାର କାର୍ଡ ପରି ବ୍ୟକ୍ତିଗତ ପରିଚୟ ପତ୍ର ଆବଶ୍ୟକ । ତା ଠାରୁ ଅଧିକ ଟଙ୍କା କ୍ରୟ ପାଇଁ ପାନକାର୍ଡ ଆବଶ୍ୟକ।

ତେବେ ଏନେଇ ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଲୋକଙ୍କୁ ଭୟଭୀତ ଓ ବ୍ୟସ୍ତ ବିବ୍ରତ ହେବାକୁ ବାରଣ କରିଛନ୍ତି । କାରଣ ଏହି ୨୦୦୦ଟଙ୍କିଆ ନୋଟ ବଦଳାଇବା ପାଇଁ ପ୍ରଜ୍ୟାପ୍ତ ସମୟ ଗ୍ରାହକକୁ ଦିଆଯାଇଛି । ଯେକୌଣସି ବ୍ୟାଙ୍କରେ ୨ ହଜାର ଟଙ୍କା ନୋଟ୍କୁ ବଦଳ କରି ହେବ । ଏକା ସଙ୍ଗରେ ୨୦ ହଜାର ଟଙ୍କା ବଦଳ କରି ହେବ। ଆସନ୍ତା ୨୩ ତାରିଖରୁ ଟଙ୍କା ବଦଳ ଆରମ୍ଭ ହେବ । ଏହି ପ୍ରକ୍ରିୟା ୨୦୨୩ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ବଜାରକୁ ଆଉ ୨ ହଜାର ଟଙ୍କା ନୋଟ୍ ଛଡାଯିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.