ଦେଶ ବିଦେଶ

ଜମ୍ମୁ-କାଶ୍ମୀର ବଡ଼ଗାମ୍‌ରେ ଏନକାଉଣ୍ଟର, ୩ ଲସ୍କର ଆତଙ୍କୀ ସଫା; ବହୁ କଶ୍ମୀର ପଣ୍ଡିତଙ୍କୁ କରିଥିଲେ ହତ୍ୟା

ଜମ୍ମୁ-କଶ୍ମୀର : ଜମ୍ମୁ କାଶ୍ମୀର ବଡ଼ଗାମ ଜିଲ୍ଲାରେ ବୁଧବାର ଏନ୍‌କାଉଣ୍ଟରରେ ୩ ଲସ୍କର ଆତଙ୍କୀ ନିପାତ ହୋଇଛନ୍ତି। ୩ ଲସ୍କର ଆତଙ୍କବାଦୀ ବଡ଼ଗାମ ଜିଲ୍ଲାରେ ଲୁଚି ରହିଥିବା ସୂଚନା ପାଇ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍‌ କରିଥିଲେ। ସର୍ଚ୍ଚ ଅପରେସନ୍‌ ବେଳେ ଏନକାଉଣ୍ଟର ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଏମାନଙ୍କ ଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ଏ ନେଇ କଶ୍ମୀର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (କଶ୍ମୀର ମଣ୍ଡଳ) ବିଜୟ କୁମାର ଟ୍ଵିଟ୍‌ କରି କହିଛନ୍ତି, ଲୁଚିଥିବା ୩ ଲସ୍କର ଆତଙ୍କବାଦୀଙ୍କୁ ସୁରକ୍ଷା ବଳ ନିପାତ କରିଛି। ଘଟଣାସ୍ଥଳରୁ ଶବ ବାହାର କରାଯାଉଛି। ମୃତକଙ୍କ ପରିଚୟ ଖୋଜା ଚାଲିଛି। ମୃତ ଦେହ ନିକଟରୁ ବହୁ ଆପତ୍ତିଜନକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ କରାଯାଇଛି। ଆମ ପାଇଁ ଏହା ଏକ ବଡ଼ ସଫଳତା।

ଏହା ପୂର୍ବରୁ ବିଜୟ କୁମାର କହିଥିଲେ ଯେ ସର୍ଚ୍ଚ ଅପରେସନ୍‌ ବେଳେ ୩ ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀ ଘେରିଛନ୍ତି। ସେ ଟ୍ଵିଟ୍‌ କରି କହିଥିଲେ, ସର୍ଚ୍ଚ ଅପରେସନ୍‌ରେ ଆତଙ୍କବାଦୀ ଲତିଫ୍‌ ରାଠୋର ସମେତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ୩ ଆତଙ୍କବାଦୀଙ୍କୁ କବ୍‌ଜା କରାଯାଇଛି। ରାହୁଲ ଭଟ୍ଟ ଓ ଅମରିନ୍‌ ଭଟ୍ଟଙ୍କ ସମେତ ଅନେକ ସାଧାରଣ ନାଗରିକଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା ଆତଙ୍କବାଦୀ ଲତିଫ୍‌।

ସୂଚନାଯୋଗ୍ୟ ଯେ ରାହୁଲ ଭଟ୍ଟଙ୍କୁ ଜମ୍ମୁ କଶ୍ମୀର ବଡଗାମ୍‌ ଜିଲ୍ଲାରେ ଚଡ଼ୁରା ସହରରେ ମେ ୧୨ରେ ତହସିଲ କାର୍ଯ୍ୟାଳୟ ଭିତରେ ଆତଙ୍କ ବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ତାଙ୍କୁ ଶରଣାର୍ଥୀ ଭାବେ ସ୍ୱତନ୍ତ୍ର ରୋଜଗାର ପ୍ୟାକେଜ୍‌ରେ କ୍ଲର୍କ ଚାକିରି ମିଳିଥିଲା। ଏହାର କିଛି ଦିନ ପରେ ଲସ୍କରର ଆତଙ୍କବାଦୀ ଟିଭି କଳାକାର ଅମୀନ୍‌ ଭଟ୍ଟଙ୍କ ବଡ଼ଗାମ ଜିଲ୍ଲାର ଚଡ଼ୁରାରେ ତାଙ୍କ ଘରେ ଗୁଳି କରି ହତ୍ୟା କରାଯାଇଥିଲା।

Also Read: କମିଲା ସୁନା ଦାମ୍, ଆଜି ରାକ୍ଷୀରେ ଭଉଣୀ ପାଇଁ କିଣି ଆଣନ୍ତୁ ମନ ପସନ୍ଦର ଗହଣା

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago