ଦେଶ ବିଦେଶ

ମୋଦିଙ୍କ ରାଲିକୁ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ୩ ମୃତ, ଅନେକ ଆହତ

ଛତିଶଗଡ ବିଳାସପୁର ଜିଲ୍ଲାରେ ଏକ ଯାତ୍ରୀବାହୀ ବସ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛି । ଦ୍ରୁତଗତିରେ ଯାଉଥିବା ବସ୍‌ ରାସ୍ତାରେ ଛିଡା ହୋଇଥିବା ହାଇଓ୍ଵା ସହିତ ଧକ୍କା ହୋଇଥିଲା । ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଆହତ ହୋଇଛନ୍ତି । ଆହତ ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମୃତକଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଯୋଗ ଦେବା ପାଇଁ ଅମ୍ବିକାପୁରରୁ ରାୟପୁରକୁ ୪୭ଜଣ ବିଜେପି କର୍ମୀଙ୍କୁ ନେଇ ବସ୍‌ଟି ଯାଉଥିଲା। କୋର୍ବା ଜିଲ୍ଲା ଅତିକ୍ରମ କରି ଭୋର୍ ପ୍ରାୟ ୫ଟା ବେଳେ ବିଳାସପୁର ଜିଲ୍ଲାର ବେଲତାରା ଗ୍ରାମ ନିକଟରେ ପହଞ୍ଚିବା ପରେ ଉକ୍ତ ବସ୍ ରାସ୍ତା ପାର୍ଶ୍ବରେ ଠିଆ ହୋଇଥିବା ହାଇଓ୍ଵା ସହିତ ଧକ୍କା ଖାଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍‌ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତ ବ୍ୟକ୍ତିମାନେ ହେଲେ ସୂରଜପୁର ଜିଲ୍ଲାର ସାଜନ (୩୦), ଋକ୍ଦେବ (୪୫) ଏବଂ ବଳରାମପୁର ବସ୍ ଡ୍ରାଇଭର୍ ଆକ୍ରମ୍ ରାଜା (୨୮)। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।

Swagatika

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

2 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

2 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

2 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

4 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

5 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

5 hours ago