ରୋଗ ପ୍ରତିଷେଧକ ଶକ୍ତିର ମୂଳ ଉତ୍ସ ମିଳିସାରିଲାଣି , ଏବେ କର୍କଟ ରୋଗ ଚିକିତ୍ସା ପାଇଁ ସହଜ ବାଟ ଖୋଲିବ

ବିଶ୍ୱରେ କର୍କଟ ରୋଗ ଏବେ ଆତଙ୍କ ସୃଷ୍ଟି କରିଛି । ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ ତଥ୍ୟ ଅନୁଯାୟୀ ପ୍ରତିଦିନ ଭାରତରେ ୧୩୦୦ ଲୋକ କର୍କଟ ରୋଗରେ ମୃତ୍ୟୁବରଣ କରନ୍ତି । ଭାରତରେ ପ୍ରତିବର୍ଷ ୩୦୦ ପ୍ରତିଶତ କର୍କଟ ରୋଗୀ ସୃଷ୍ଟି ହେଉଥିବା ନେସ୍‌ନାଲ୍‌ ହେଲ୍ଥ ପ୍ରୋଫାଇଲ୍‌ ଡାଟା ଅନୁଯାୟୀ ଜଣାପଡ଼ିଛି ।

ଓ୍ଵାର୍ଲଡ଼ ହେଲ୍ଥ ଅର୍ଗନାଇଜେସନ୍‌ ଅନୁଯାୟୀ ବିଶ୍ୱରେ ୨୦୧୮ ମସିହାରେ କର୍କଟରେ ପ୍ରାୟ ୯୬ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡ଼ିଛନ୍ତି ।
ତେବେ କର୍କଟ ରୋଗ ଉପରେ ବିଜୟ ପ୍ରାପ୍ତ କରିହେବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି । ଏଥିପାଇଁ ଗବେଷକମାନେ ନୂଆ ବାଟ ଖୋଜି ପାଇଛନ୍ତି ।

ମନୁଷ୍ୟର ଥାଇମସ୍‌ ସେଲ୍‌ର ମାପକରଣ ଦ୍ୱାରା ଗବେଷକମାନେ ଚିକିତ୍ସା ଭିତ୍ତିକ ‘ଟି ସେଲ’ର ଉନ୍ନତିକରଣ କରିପାରିବେ । ଯାହାଦ୍ୱାରା ମନୁଷ୍ୟ ଦେହରେ ସୃଷ୍ଟ କର୍କଟ ଓ ଅନ୍ୟ ରୋଗକୁ ସହଜରେ ଚିକିତ୍ସା କରାଯାଇପାରିବ ।
ମନୁଷ୍ୟର ଜୀବନକାଳ ଦେଇ ଗତିକରୁଥିବା ଥାଇମସ୍‌ ଟିସୁକୁ ମାପ କରି ରୋଗ ପ୍ରତିଷେଧକ କୋଷ ‘ଟି ସେଲ’ର ଉତ୍ପତି ଓ ବିକାଶ ବିଷୟରେ ଜାଣିପାରିଛନ୍ତି । ଯଦ୍ୱାରା ଭବିଷ୍ୟତରେ କୃତ୍ତ୍ରିମ ପ୍ରତିଷେଧକ କୋଷ ‘ଟି ସେଲ’ ସୃଷ୍ଟି କରି କର୍କଟ ଭଳି ଭୟାନକ ରୋଗ ଉପରେ ବିଜୟ ଆଣିହେବ ।

ନ୍ୟୁକାଷ୍ଟଲ୍‌ ଓ ଘେଣ୍ଟ ବିଶ୍ୱବିଦ୍ୟାଳୟର ଗବେଷକମାନେ ଭବିଷ୍ୟତରେ କିଭଳି ପ୍ରତିଷେଧକ କୋଷ‘ଟି ସେଲ’ ସୃଷ୍ଟି କରାଯାଇପାରିବ ସେ ସମ୍ପର୍କରେ ତଥ୍ୟ ପାଇଛନ୍ତି ।
ଥାଇମସ କୋଷ ମନୁଷ୍ୟର ଛାତି ଭିତରେ ଥିବାବେଳେ ଏହା‘ଟି ସେଲ’ ଉତ୍ପାଦନ କରିଥାଏ । ଯାହାକି ଧଳା କୋଷ କଣିକା ଭାବରେ ମନୁଷ୍ୟ ଦେହରେ ଜିବାଣୁ ଓ ଭୁତାଣୁ ନଷ୍ଟ କରିଥାଏ । କେବଳ ସେତିକି ନୁହେଁ ମନୁଷ୍ୟ ଦେହରେ କର୍କଟ କୋଷକୁ ଖୋଜି ନଷ୍ଟ କରିଥାଏ ।

ମାତ୍ର ବିଡ଼ମ୍ବନା ଯେ ଏହି ଥାଇମସ୍‌ ପିଲାମାନଙ୍କ ଠାରେ ପ୍ରବଳମାତ୍ରାରେ ସକ୍ରିୟ ଥାଏ । ମାତ୍ର ବୟସ ବଢ଼ିବ ସଙ୍ଗେ ସଙ୍ଗେ ଏହା କମିଯାଏ । ପ୍ରାୟ ୩୫ ବର୍ଷ ବୟସ ହେଲା ବେଳକୁ ଏହା ମନୁଷ୍ୟ ଦେହରୁ ସମାପ୍ତ ହୋଇଯାଇଥାଏ ।ଫଳରେ ମନୁଷ୍ୟ ଦେହରେ ବିଭିନ୍ନ ରୋଗ ଉତ୍ପତ୍ତି ହୋଇଥାଏ ।

ଯଦି ଗବେଷକମାନେ ମନୁଷ୍ୟ ଶରୀରରେ ଏହି‘ଟି ସେଲ’କୁ ପୁନର୍ବାର ସୃଷ୍ଟି  କରିପାରିବେ ତେବେ ଖାଲି କର୍କଟ ନୁହେଁ ମନୁଷ୍ୟ ଦେହେରେ ସୃଷ୍ଟି ହେଉଥିବା ବହୁ ଭୟଙ୍କର ରୋଗ ଉପରେ ବିଜୟପ୍ରାପ୍ତ କରିହେବ ।

Niharanjan

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

28 mins ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

4 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

4 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

5 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

5 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

5 hours ago