ଦେଶ ବିଦେଶ

ରେଳ କର୍ମଚାରୀଙ୍କୁ ଦୀପାବଳି ବୋନସ ଦେଲେ କେନ୍ଦ୍ର ସରକାର, ମିଳିବ ୭୮ ଦିନର ଅଧିକ ଦରମା

ରେଳ କର୍ମଚାରୀଙ୍କୁ ଦୀପାବଳି ବୋନସ ଦେଲେ କେନ୍ଦ୍ର ସରକାର। ବୋନସ ନେଇ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ ଏହା ଜଣାଇଛନ୍ତି। ରେଳ କର୍ମଚାରୀଙ୍କୁ ୭୮ ଦିନର ଦୀପାବଳି ବୋନସ ମିଳିବ। ରେଳ କର୍ମଚାରୀଙ୍କୁ ସର୍ବାଧିକ ୧୭,୯୫୧ ଟଙ୍କା ପର୍ଯ୍ୟନ୍ତ ବୋନସ ମିଳିବ। ରେଲେଓ୍ଵର ୧୧.୨୭ ଲକ୍ଷ କର୍ମଚାରୀ ପାଇବେ ୧୮୩୨ କୋଟି ଟଙ୍କା ପାଇବେ।

ରେଳବାଇ ଗତ ବର୍ଷ ମଧ୍ୟ କର୍ମଚାରୀଙ୍କୁ ୭୮ ଦିନର ବେତନ ବୋନସ ପ୍ରଦାନ କରିଥିଲେ। ଜଣେ ରେଳବାଇ କର୍ମଚାରୀଙ୍କର ୩୦ ଦିନକୁ ୭ହଜାର ଟଙ୍କା ବୋନସ ହେଉଛି। ଏଥିରେ ୭୮ ଦିନରେ କର୍ମଚାରୀ ପିଛା ୧୭, ୯୫୧ ଟଙ୍କା ବୋନସ ପଡୁଛି।

ସାମ୍ବାଦିକ ସମ୍ମିଳନୀରେ କ୍ୟାବିନେଟ ମନ୍ତ୍ରୀ ଅନୁରାଗ ଠାକୁର ଗୁଜୁରାଟର କାଣ୍ଡାଲରେ ଦୀନ ଦୟାଲ ପୋର୍ଟ ଅଥରିଟି ଅଧିନରେ ଏକ କଣ୍ଟେନର ଟର୍ମିନାଲ ଏବଂ ମଲ୍ଟି ପରପଜ୍‌ କାର୍ଗୋ ବର୍ଥ ନିର୍ମାଣ କରିବାର ନିଷ୍ପତ୍ତି ନିଆଯାଇଛି। ଏଥିରେ ପାଖାପାଖି ୬ କୋଟି ଟଙ୍କା ଖର୍ଚ୍ଚ ହେବ।

ପ୍ରତିବର୍ଷ ଭଳି ଏଥର ମଧ୍ୟ ରେଳବାଇ କର୍ମଚାରୀଙ୍କ ପାଇଁ ପ୍ରଡକ୍ଟଭିଟି ଲିଙ୍କଡ ବୋନସ ଘୋଷଣା କରାଯାଉଛି। ୧୧.୨୭ ଲକ୍ଷ କର୍ମଚାରୀଙ୍କୁ ୧୮୩୨ କୋଟି ଟଙ୍କା ବୋନସ ଦିଆଯିବ। ଟ୍ରାକ ମେଣ୍ଟନର୍ସ, ଡ୍ରାଇଭର୍ସ, ଗାର୍ଡ, ଷ୍ଟେସନ ମାଷ୍ଟର, ସୁପରଭାଇଜର ଟେକ୍ନିସିଆନ, ଟେକ୍ନିକାଲ ହେଲପର, କଣ୍ଟ୍ରୋଲର ଓ ଗ୍ରୁପ ସି’ର ସବୁ କର୍ମଚାରୀ ବୋନସ ପାଇବେ।” ତେବେ ବର୍ଷ ୨୦୨୧/୨୦୨୨ ବର୍ଷ ପାଇଁ ଏହି ବୋନସ ଅର୍ଥ RPF/RPSF କର୍ମଚାରୀଙ୍କୁ ମିଳିବ ନାହିଁ।

ଏହାଛଡା ଉତ୍ତର ପୂର୍ବ ରାଜ୍ୟରେ ଢାଞ୍ଚାଗତ ଏବଂ ଅନ୍ୟ ସାମାଜିକ ସଂରଚନା ବିକାଶ ପାଇଁ ପିଏମ- ଡିଭାଇନ ଯୋଜନାକୁ ମଞ୍ଜୁରୀ ମିଳିଛି। ଏହି ସ୍କିମ ଚାରି ବର୍ଷ ଅର୍ଥାତ୍‌ ୨୦୨୫ରୁ-୨୬ ପାଇଁ ହେବ। ଏଥିପାଇଁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ବହୁ ରାଜ୍ୟ ସହକାରୀ ସଂଶୋଧନ ବିଧେୟକ, ୨୦୨୨ରେ ମଞ୍ଜୁରୀ ଦେଇଛି।

Also Read : ଉଡାଣ ଭରିବା ପରେ ଖସିପଡିଲା ବିମାନର ଟାୟାର, ଏବେ ଅବତରଣକୁ ନେଇ ସମସ୍ତେ ଚିନ୍ତାରେ : ଭିଡିଓ ଭାଇରଲ

Swagatika

Recent Posts

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

13 mins ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

40 mins ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

53 mins ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

8 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

11 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

11 hours ago