ଦେଶ ବିଦେଶ

ପୁଣି କରୋନା କବଳରେ ଚୀନ୍ : ସଂକ୍ରମଣ ବଢ଼ିବା ପରେ ପଜିଟିଭ ବ୍ୟକ୍ତିଙ୍କୁ ନେବା ପାଇଁ ଘରେ ପହଞ୍ଚିଲା କ୍ରେନ୍; ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ : ୨ ବର୍ଷ କାଳ କରୋନାର କରାଳ ରୂପ ସାରା ବିଶ୍ବ ଦେଖିବା ପରେ ଏବେ ଧୀରେ ଧୀରେ ସଂକ୍ରମଣ କମିବାରେ ଲାଗିଛି। ପରିସ୍ଥିତି ସୁଧୁରୁଥିବା ବେଳେ କରୋନା ଭୂତାଣୁର ଉତ୍ପତିସ୍ଥଳ ବୋଲି କୁହାଯାଉଥିବା ଚୀନରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦ୍ରୁତ ଗତିରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ଅନେକ ସହରରେ ପୁନର୍ବାର ଲକଡାଉନ୍ ଲାଗୁ କରାଯାଇଛି। ସାମାଜିକ ଦୂରତାକୁ ଅନୁସରଣ କରିବା ପାଇଁ ଅଜବ ଉପାୟ ଅବଲମ୍ବନ କରାଯାଉଛି।

ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ କରୋନା ପଜିଟିଭ ବ୍ୟକ୍ତିଙ୍କୁ କ୍ରେନ୍ ଦ୍ୱାରା ଉଠାଯାଉଛି। ଏହି କ୍ରେନ ଘର ଭିତରୁ ଜଣେ ପଜିଟିଭ ବ୍ୟକ୍ତି ଉଠାଉଥିବା ଦେଖିବାକୁ ମିଳିଛି । ସାରା ବିଶ୍ୱରେ ଏବେ କରୋନା କଟକଣା ହଟାଉଥିବା ବେଳେ ଚୀନ କଣ ପାଇଁ ଏଭଳି ନୀତି ଆପଣାଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି । ଚୀନରେ ଏବେ ବି ଜିରୋ କୋଭିଡ୍ ନୀତି ଜାରି ରହିଥିବାରୁ ଏଭଳି କରାଯାଉଥିବା କୁହାଯାଉଛି । ଚୀନ୍‌ର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ଭିଡିଓ କେଉଁ ସହରରୁ ଆସିଛି ତାହା ଜଣା ପଡିନାହିଁ।

ଚାଇନାର ଲେଖକ ଫାଙ୍ଗ ଝୋଉଜିନ ଏହି ଭିଡିଓ ସେୟାର କରିଛନ୍ତି। ସେ ଲେଖିଛନ୍ତି – କରୋନା ରୋଗୀଙ୍କୁ କ୍ରେନ୍ ଦ୍ୱାରା ଅଲଗା ଅଲଗା ୱାର୍ଡକୁ ନିଆଯାଇଥିଲା। ଅଧିକାରୀମାନେ ଚାହୁଁ ନଥିଲେ ଯେ କୌଣସି ବ୍ୟକ୍ତି କରୋନା ପଜିଟିଭ ରୋଗୀଙ୍କ ସଂସ୍ପର୍ଶରେ ଆସନ୍ତୁ। ସାମାଜିକ ଦୂରତା ନାମରେ PPE କିଟ୍ ପିନ୍ଧିଥିବା ଅଧିକାରୀ ମଧ୍ୟ ରୋଗୀ ପାଖକୁ ଆସିନଥିଲେ। ଏହାର କିଛି ଦିନ ପୂର୍ବରୁ ବ୍ୟବସାୟିକ ଟାଇକନ୍ ହର୍ଷ ଗୋଏଙ୍କା ଏକ ଭିଡିଓ ସେୟାର କରି ଚାଇନାର ଆଇସୋଲେସନ ସେଣ୍ଟରର ବାସ୍ତବତା ଚିତ୍ର ଦର୍ଶାଇଥିଲେ। ଭିଡିଓରେ କିଛି ଜେଲ୍ ବ୍ୟାରେକ୍ ପରି କୋଠରୀ ଦେଖିବାକୁ ମିଳିଥିଲା। ଏହି ଧଳା ରଙ୍ଗର କୋଠରୀରେ ଛୋଟ ଛୋଟ ଝରକା ଖୋଲା ଥିଲା ଏବଂ ସେଥିରେ ଜଣେ PPE କିଟ୍ ପିନ୍ଧିଥିବା ବ୍ୟକ୍ତି ଲୋକମାନଙ୍କୁ ଖାଦ୍ୟ ଏବଂ ଔଷଧ ବଢ଼ାଇ ଦେଉଥିଲେ ।

ଚୀନର ରିପୋର୍ଟ ମୁତାବକ ତିନି ଦିନ ହେବ ଚୀନରେ ହଜାରରୁ ଅଧିକ କରୋନା ସକ୍ରମିତ ଚିହ୍ନଟ ହେଉଛନ୍ତି । ଆଶ୍ଚର୍ଯ୍ୟର କଥା ଏଭଳି କଠୋରତା ପରେ ମଧ୍ୟ ଚାଇନାରେ କରୋନା ମାମଲା ଦିନକୁ ଦିନ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏହା ପୁନର୍ବାର ଏହାର ଜିରୋ କୋଭିଡ୍ ନୀତିକୁ କଡାକଡି କରୁଛି। ଦେଶର ପାର୍କ, ସପିଂ ମଲ୍, ପ୍ରେକ୍ଷାଳୟ ପରି ସର୍ବସାଧାରଣ ସ୍ଥାନରେ ପ୍ରବେଶ ପାଇଁ କରୋନା ନେଗେଟିଭି ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ୭୨ ଘଣ୍ଟାରୁ ଅଧିକ ପୁରୁଣା ରିପୋର୍ଟ ଗ୍ରହଣ କରାଯିବ ନାହିଁ ବୋଲି କୁହାଯାଇଛି ।

ସୂଚନା ଯୋଗ୍ୟ ୧୭ ନଭେମ୍ବର ୨୦୧୯ ରେ ଚାଇନାର ୱୁହାନ ସହରରେ କରୋନାର ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲେ। ଏହାର ୨୧ ଦିନ ପରେ, ଅର୍ଥାତ୍ ୮ ଡିସେମ୍ବର ୨୦୧୯ ରେ କରୋନା ସଂକ୍ରମଣର ପ୍ରଥମ ରୋଗୀଙ୍କ ବିଷୟରେ ସୂଚନା ଦିଆଯାଇଥିଲା। ଡିସେମ୍ବର ୨୦୧୯ ସୁଦ୍ଧା ଚୀନ୍ କର୍ତ୍ତୃପକ୍ଷ ୨୬୬ ଜଣ କରୋନା ଭୂତାଣୁ ଚିହ୍ନଟ କରିଥିଲେ। ୧ ଜାନୁୟାରୀ ୨୦୨୦ ସୁଦ୍ଧା ୩୮୧ ଟି ମାମଲା ରୁଜୁ ହୋଇଥିଲା।

Barsha

Recent Posts

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

3 mins ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

2 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

3 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

3 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

3 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

3 hours ago