ଦେଶ ବିଦେଶ

ଚୀନ୍‌ରେ ଅସମ୍ଭାଳ କୋଭିଡ୍‌ ପରିସ୍ଥିତି: ଆସନ୍ତା ସପ୍ତାହରେ ୩ କୋଟି ୭୦ ଲକ୍ଷ ଲୋକ ହୋଇପାରନ୍ତି ସଂକ୍ରମିତ

ନୂଆଦିଲ୍ଲୀ : ଚୀନ୍‌ର କରୋନା ସଂକ୍ରମଣ ଅତି ଭୟାବହ ରୂପ ନେଇଛି। ବର୍ତ୍ତମାନ ଚାଲିଥିବା ସଂକ୍ରମଣ ଲହର ସପ୍ତାହକ ମଧ୍ୟରେ ଶୀର୍ଷ ଛୁଇଁବ ବୋଲି ଗ୍ଲୋବାଲ ହେଲ୍‌ଥ ଇଣ୍ଟେଲିଜେନ୍ସ ସଂସ୍ଥା ‘ଏୟାରଫିନିଟି’ ରିପୋର୍ଟ କରିଛି। ଆସନ୍ତା ସପ୍ତାହରେ ଗୋଟିଏ ଦିନରେ ୩ କୋଟି ୭୦ ଲକ୍ଷ ଲୋକ ସଂକ୍ରମିତ ହୋଇ ପାରନ୍ତି। ଯାହାକି ଦିନକରେ ଏଯାଏ ଆସିଥିବା ସର୍ବାଧିକ ଦୈନିକ ସଂକ୍ରମଣ ହେବ । ଯାହା ସାରା ବିଶ୍ୱର ସର୍ବାଧିକ ଦୈନିକ ସଂକ୍ରମଣର କାହିଁ କେତେ ଗୁଣ । ଚୀନରେ ହାହାକାର ସ୍ଥିତି । ଟେଷ୍ଟ କିଟ୍‌ ନାହିଁ କି ଜ୍ୱର ପାଇଁ ଔଷଧ ନାହିଁ । ଲୋକଙ୍କୁ ମରଣ ମୁହଁକୁ ଠେଲି ଦିଆଯାଉଛି। ଏପରିକି ସଂକ୍ରମିତଙ୍କୁ ଅଫିସ ଆସିବାକୁ କୁହାଯାଉଛି । ଯାହାର ତୀବ୍ର ପ୍ରତିବାଦ କରୁଛନ୍ତି ଲୋକ।

ପ୍ରତିଦିନ ଲକ୍ଷ ଲକ୍ଷ ସଂକ୍ରମିତ ହେଉଛନ୍ତି । ଶହ ଶହ ମୃତ୍ୟୁବରଣ କରୁଥିଲେ ବି ତଥ୍ୟ ଲୁଚାଉଛି ଚୀନ୍‌ । ଆଗାମୀ ସପ୍ତାହରେ ଆହୁରି ଗମ୍ଭୀର ହେବ ସ୍ଥିତି । ପିକ୍‌ ଛୁଇଁପାରେ କରୋନା ସଂକ୍ରମଣ । କୋଭିଡର ସବୁ ରେକର୍ଡ ଭାଙ୍ଗିବ ଚୀନ୍‌ । ଗତକାଲି ମାତ୍ର ୩ ହଜାର ୭୦୦ ଲୋକ ସଂକ୍ରମିତ ହୋଇଥିବା ଏବଂ କାହାର ମୃତ୍ୟୁ ହୋଇନଥିବା ଦର୍ଶାଇଛି ଡ୍ରାଗନ। ଏପଟେ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟ । ସମ୍ଭାବ୍ୟ କୋଭିଡ୍‌ ମୁକାବିଲା ପାଇଁ ପୂରା ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଡିସେମ୍ବର ମାସ ୨୦ ଦିନ ଭିତରେ ଚୀନରେ ୨୦ କୋଟି ଲୋକ କରୋନା ସଂକ୍ରମିତ ହେବା ଆଶଙ୍କା କରାଯାଉଥିଲା । ଯାହାକି ଚୀନ୍‌ ଲୋକସଂଖ୍ୟାର ପାଖାପାଖି ୧୮ ପ୍ରତିଶତ । ଅନ୍ତର୍ଜାତୀୟ ଗଣମାଧ୍ୟମ ତଥ୍ୟ ଅନୁସାରେ, ଡିସେମ୍ବର ୨୦ ତାରିଖରେ ୩୭ ଲକ୍ଷ ଲୋକ ସଂକ୍ରମିତ ହୋଇଥିଲେ । କିନ୍ତୁ ଚୀନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦର୍ଶାଇଥିଲା ସେଦିନ ବାହାରିଥିଲେ ମାତ୍ର ୩ହଜାର ୪୯ ପଜିଟିଭ୍‌ । ଡିସେମ୍ବର ୧ରୁ ୨୦ ତାରିଖ ଭିତରେ ୨୪କୋଟି ୮୦ ଲକ୍ଷ ସଂକ୍ରମିତ ହୋଇଥିବା କୁହାଯାଉଛି । ବିଶେଷଜ୍ଞ ଆକଳନ କରୁଛନ୍ତି, ଚୀନରେ ଆସନ୍ତା ୩ ମାସରେ କରୋନାର ୩ଟି ଲହର ଆସିପାରେ । ଏବେ ପ୍ରଥମ ଲହର ଚାଲିଛି । ଏହାର ପିକ୍‌ ଜାନୁଆରୀ ମଧ୍ୟଭାଗରେ ଆସିପାରେ ।

ଚୀନ୍‌ ସରକାରଙ୍କ ଜିରୋ କୋଭିଡ୍‌ ନୀତି ଯୋଗୁଁ ଏଭଳି ସାଂଘାତିକ ସ୍ଥିତି ଆସିଛି ଏବଂ ସଂକ୍ରମଣର ବଡ଼ ଲହର ଆଗରେ ସରକାର ଅସହାୟ ହୋଇପଡ଼ିଛନ୍ତି। ଅତି ପ୍ରବଳ ଚାପରେ ଥିବା ସ୍ବାସ୍ଥ୍ୟସେବାକୁ ସୁଧାରିବା ପାଇଁ ମଧ୍ୟ କର୍ତ୍ତୃପକ୍ଷ ନାକେଦମ ହୋଇଛନ୍ତି। ଚୀନ୍‌ର ବେଜିଂ, ସିଚୁଆନ, ହୁୱେଇ, ହୁନାନ ଏବଂ ସାଂଘାଇରେ ସ୍ଥିତି ଅତି ଖରାପ ରହିଥିବାରୁ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ୨୫ ତାରିଖ ଦିନ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଇଛନ୍ତି। ଏହି ବୈଠକରେ କୋଭିଡ୍‌ ମୁକାବିଲା ରଣନୀତିକୁ ଆହୁରି ବ୍ୟାପକ କରାଯିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଚୀନ୍‌ ସ୍ବାସ୍ଥ୍ୟ ନିୟାମକ ସଂସ୍ଥା ପକ୍ଷରୁ କୁହାଯାଇଛି।

Barsha

Recent Posts

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ଭିଣୋଇ ନାଁରେ ଅଭିଯୋଗ ଆଣିଲା ଶଳା

ଗଞ୍ଜାମ : ମୋ ଭଉଣୀର ବର୍ଷେ ତଳେ ହୋଇଥିଲା ବାହାଘର । କେଡ଼େ ଖୁସିରେ ନୂଆ କରି ସଂସାର ଗଢ଼ି…

2 mins ago

ସାମସଙ୍ଗ ଲଞ୍ଚ କଲା M35 5G ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ ଓ ଫିଚର୍ସ

ଲଞ୍ଚ ହୋଇଯାଇଛି Samsung Galaxy M35 5G ସ୍ମାର୍ଟଫୋନ୍ । ସାଉଥ କୋରିଆନ ସ୍ମାର୍ଟଫୋନ୍ କମ୍ପାନୀ ସାମସଙ୍ଗ ବର୍ତ୍ତମାନ ବ୍ରାଜିଲରେ…

32 mins ago

ଦିଲ୍ଲୀ: ଏବେ ପାଣି ନଷ୍ଟ କଲେ ଗଣିବେ ତଣ୍ଡ, କଟିବ ୨ ହଜାର ଟଙ୍କା ଚାଲାଣ

ଦିଲ୍ଲୀବାସୀଙ୍କ ପାଇଁ ବଡ ଖବର । ଦିଲ୍ଲୀରେ ପାଣି ନଷ୍ଟ କଲେ ୨ ହଜାର ଟଙ୍କା ଚାଲାଣ କଟିବ ।…

46 mins ago

ସର୍ଜରୀ ପରେ ସାମ୍ନାକୁ ଆସିଲା ରାକ୍ଷୀଙ୍କ ପ୍ରଥମ ଭିଡିଓ, କଷ୍ଟ ଅନୁଭବ କରୁଥିବାର ଆସିଲେ ନଜର

ଆଜିକାଲି ରାକ୍ଷୀ ସାୱନ୍ତ ନିଜ ସ୍ୱାସ୍ଥ୍ୟା ସମସ୍ୟାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅସୁସ୍ଥତା ହେତୁ ରାକ୍ଷୀ ସାୱନ୍ତଙ୍କୁ…

1 hour ago

ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି ଏହି ଯାଆଁଳା ଭଉଣୀ

ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ…

2 hours ago

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

2 hours ago