ଦେଶ ବିଦେଶ

ମ୍ୟାଚକୁ ନେଇ ବିବାଦ, ଯୁବକଙ୍କୁ ବାଡ଼େଇବା ସହ ମୁହଁରେ କଲେ ପରିସ୍ରା

କ୍ରିକେଟ୍‌ ଖେଳକୁ ନେଇ ଅନେକ ସମୟରେ ବିବାଦ ଘଟଣା ତ ଆପଣମାନେ ଶୁଣିଥିବେ । ଖେଳକୁ ନେଇ ଝଗଡ଼ା ବଡ଼ କଥା ନୁହେଁ । କିନ୍ତୁ ବେଳେବେଳେ ଏହି ଝଗଡ଼ା ଏତେ ବଢ଼ିଯାଏ ଯେ ମାମଲା ଥାନାରେ ପହଞ୍ଚେ । ତେବେ ନିକଟରେ ହିଁ ଏଭଳି କିଛି ମାମଲା ସାମ୍ନାକୁ ଆସିଛି । କ୍ରିକେଟ ଖେଳ ସମୟରେ ଜଣେ ଯୁବକଙ୍କ ଅନ୍ୟ ଦଳର କିଛି ଯୁବକମାନେ ଏପରି ବାଡ଼େଇଥିଲେ ଯେ ସେ ଅଚେତ ହୋଇ ପଡ଼ିଥିଲେ । କଥା ଏତିକିରେ ସରି ନଥିଲା ତାଙ୍କ ମୁହଁରେ ପରିସ୍ରା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଆସନ୍ତୁ ଜାଣିବା ପୂରା ଘଟଣା କଣ ।

ଲକ୍ଷ୍ନୌର ଇନ୍ଦିରାନଗରରେ କ୍ରିକେଟ୍ ମ୍ୟାଚ୍ ସମୟରେ ଯୁବକମାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପରେ ଜଣେ ଦଳିତ ଯୁବକଙ୍କୁ ଅନ୍ୟ ସମ୍ପ୍ରଦାୟର ଯୁବକମାନେ ଆକ୍ରମଣ କରି ଅତି ନିର୍ମମ ଭାବରେ ପିଟିଥିଲେ ଏବଂ ତାଙ୍କ ମୁହଁରେ ପରିସ୍ରା ମଧ୍ୟ କରିଥିଲେ । ଯୁବକ ଜଣକ ଝଗଡ଼ା ବେଳେ ଅଚେତ ହୋଇପଡ଼ିଥିଲେ । ଏଭଳି ଲଜ୍ଜାଜନକ ଘଟଣା ଜାନୁଆରୀ ୧୩ ଅପରାହ୍ନରେ ଘଟିଥିଲା ।

ଇନ୍ଦିରାନଗରର ଚନ୍ଦନ ଗାଁରେ ୧୮ ବର୍ଷୀୟ ପିଡ଼ିତ ଯୁବକ ଲକି ତାଙ୍କ ପରିବାର ସହିତ ରୁହନ୍ତି ଏବଂ ଏସି ମରାମତି କାମ କରନ୍ତି । ଲକିଙ୍କ ବାପାଙ୍କ କହିବା ଅନୁଯାୟୀ, ୧୨ ଜାନୁଆରୀରେ ଲକି ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କ ସହ କ୍ରିକେଟ୍ ଖେଳିବାକୁ ନିକଟସ୍ଥ ପଡ଼ିଆକୁ ଯାଇଥିଲେ। ଅନ୍ୟ କିଛି ଯୁବକମାନେ ମଧ୍ୟ ସମାନ ପଡ଼ିଆରେ ମ୍ୟାଚ୍ ଖେଳୁଥିଲେ । ଏହି ସମୟରେ ଲକିର ବଲ୍‌ ଅନ୍ୟ ଯୁବକମାନଙ୍କ ନିକଟରେ ପଡ଼ିଥିଲା। ଲକି ବଲ୍‌ ନେବା ପାଇଁ ଉକ୍ତ ସ୍ଥାନକୁ ଯାଇଥିବା ବେଳେ ଅନ୍ୟ ଯୁବକ ମାନେ ବଲ୍‌ ନେବାକୁ ଦେଇ ନଥିଲେ ଫଳରେ ଦୁଇ ଦଳ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ।

ବିବାଦ ଏତେ ବଢ଼ି ଯାଇଥିଲା ଯେ ଅନ୍ୟ ଯୁବକମାନେ ଲକିକୁ ବାଡ଼େଇବା ଆରମ୍ଭ କରିଥିଲେ । କୌଣସି ପ୍ରକାରେ ଲକି ସେଠାରୁ ଖସି ଘରେ ପହଞ୍ଚିଥିଲେ କିନ୍ତୁଘଟଣା ସମ୍ପର୍କରେ ଘରେ କିଛି ବି ଜଣାଇ ନଥିଲେ । ସନ୍ଧ୍ୟାରେ ଅଭିଯୁକ୍ତ ଯୁବକମାନେ ପୁଣି ଏକ ଦୋକାନ ନିକଟରେ ଲକିଙ୍କୁ ମାଡ଼ ମାରିଥିଲେ । ବାରମ୍ବାର ଏଭଳି ଆକ୍ରମଣର ଶିକାର ହେବା ପରେ ଲକି ନିଜ ପରିବାରକୁ ସବୁକିଛି କହିଥିଲେ। ଅନ୍ୟପଟେ ଅଭିଯୋଗ ହୋଇଛି ଯେ ଫରଦିନ ନାମକ ଜଣେ ଯୁବକ ୨୫ରୁ ୩୦ ଜଣ ଲୋକଙ୍କୁ ନେଇ ଲକିଙ୍କ ଘରେ ପହଞ୍ଚି ହୋ-ହାଲ୍ଲା କରିଥିଲେ ।

ସ୍ଥାନୀୟ ଲୋକମାନେ କୌଣସି ପ୍ରକାରେ ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ଶାନ୍ତ କରାଇଥିଲେ । କିନ୍ତୁ ୧୩ ଜାନୁଆରୀ ଅପରାହ୍ନ ସମୟରେ ଯେତେବେଳେ ଲକି ତାଙ୍କ ଭଉଣୀକୁ ଆଣିବା ପାଇଁ ସ୍କୁଲ ଯାଉଥିଲେ ସେହି ସମୟରେ ଉକ୍ତ ଅଭିଯୁକ୍ତ ଯୁବକମାନେ ଲକିକୁ ଧରି ନେଇଥିଲେ ଏବଂ ବାଡ଼ିରେ ଅତି ନିର୍ମମ ଭାବେ ମାଡ଼ ମାରିଥିଲେ ।

ଅଭିଯୁକ୍ତମାନେ ଲକିର ମୁହଁରେ ପରିସ୍ରା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଲକିଙ୍କୁ ଅଭିଯୁକ୍ତ ଯୁବକମାନେ ଏତେ ଜୋରରେ ବାଡ଼େଇଥିଲେ ଯେ ସେ ବେହୋସ ହୋଇ ଯାଇଥିଲେ । ଲକିଙ୍କୁ ହୋସ ଆସିବା ପରେ ସେ ଘରେ ପହଞ୍ଚି ପୁରା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ। ଲକିଙ୍କ ବାପା ଘଟଣା ସମ୍ପର୍କରେ ଜାଣିବା ପରେ ଇନ୍ଦିରାନଗର ପୋଲିସ ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲାରେ ସୋମବାର ଅଭିଯୁକ୍ତ ଫରଦିନ୍‌ ସମେତ ଅଜଣା ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ମାମଲାର ତଦନ୍ତ ଚାଲିଛି ।

Subhalaxmi Das

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

5 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

8 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

9 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

9 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

11 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

11 hours ago