ଦେଶ ବିଦେଶ

ବଢ଼ିଲା ସୀମା-ସଚିନ୍‌ଙ୍କ ସମସ୍ୟା, ବାହାଘର କରାଇଥିବା ପୁରୋହିତଙ୍କୁ କୋର୍ଟଙ୍କ ନୋଟିସ୍‌

ପୁଣି ବଢ଼ିଲା ସୀମା ହାଇଦରଙ୍କ ସମସ୍ୟା । ପାକିସ୍ତାନରୁ ନେପାଳ ରାସ୍ତାରେ ଭାରତ ଆସି ବିବାହ କରିଥିଲେ ସୀମା ହାଇଦର । ନିକଟରେ ସୀମା ଓ ସଚିନ୍ ସେମାନଙ୍କ ବିବାହ ବାର୍ଷିକୀ ପାଳନ କରିଥିଲେ, ଯାହାକୁ ସୀମାଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦର କୋର୍ଟରେ ଆବେଦନ କରି ଚ୍ୟାଲେଞ୍ଜ କରିଥିଲେ । କୋର୍ଟ ଏହି ମାମଲାରେ ସୀମା-ସଚିନଙ୍କ ବିବାହ କରାଇଥିବା ଓକିଲ ଏପି ସିଂ, ପଣ୍ଡିତ ଏବଂ ବରଯାତ୍ରୀଙ୍କୁ ନୋଟିସ ଜାରି କରିଛନ୍ତି ।

ଗୁଲାମ ହାଇଦରଙ୍କ ଓକିଲ ମୋମିନ ମଲିକ କହିଛନ୍ତି ଯେ ତାଙ୍କ ଆବେଦନକୁ ଜିଲ୍ଲା କୋର୍ଟଙ୍କ ପରିବାର ଅଦାଲତ ସ୍ୱୀକାର କରିଛନ୍ତି । ବାହାଘର କରାଇଥିବା ପୁରୋହିତଙ୍କୁ କୋର୍ଟ ସମନ ପଠାଇଛନ୍ତି । ଏହା ବ୍ୟତୀତ ଗୁଲାମ ସୀମାଙ୍କ ସହିତ ଭାରତ ଆସିଥିବା ନିଜର ନାବାଳକ ପିଲାମାନଙ୍କ ଧାର୍ମିକ ପରିବର୍ତ୍ତନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ବର୍ତ୍ତମାନ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ମେ’ ୨୭ରେ ହେବ ।

ଗୌତମ ବୁଦ୍ଧ ନଗରର ପରିବାର ଅଦାଲତ ସୀମା, ସଚିନ, ଏପି ସିଂ, ପଣ୍ଡିତ ଏବଂ ବରଯାତ୍ରୀମାନଙ୍କୁ ମେ’ ୨୫ରେ ହାଜର ହେବାକୁ କହିଛନ୍ତି । ଓକିଲ ମୋମିନ୍ ମଲିକ୍ କହିଛନ୍ତି, ଯଦି ସମସ୍ତେ ମେ’ ୨୫ରେ ହାଜର ହେବେ ନାହିଁ, ତେବେ କୋର୍ଟରେ ଏକପାଖିଆ ଶୁଣାଣି ହୋଇପାରେ ।

ସେପଟେ ସୀମା ହାଇଦରଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ଜଲ୍‌ଦି ଭାରତ ଆସିପାରନ୍ତି । ତାଙ୍କ ଓକିଲ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ସାକ୍ଷ୍ୟ ଦେବାକୁ ଭାରତ ଆସିପାରନ୍ତି । ଗୁଲାମଙ୍କ ପାଖରେ ଦୃଢ଼ ପ୍ରମାଣ ଅଛି, ଯାହାକୁ ସେ କୋର୍ଟରେ ଉପସ୍ଥାପନ କରିବେ । କହି ରଖୁଛୁ ଯେ ଏହା ପୂର୍ବରୁ ମଧ୍ୟ ଗୁଲାମ ହାଇଦର ସୀମା ଓ ସଚିନ ମୀଣାଙ୍କୁ ୬ କୋଟିର ମାନହାନି ନୋଟିସ୍‌ ପଠାଇଥିଲେ । ଭାରତରେ ଗୁଲାମଙ୍କ ଓକିଲ ଏହି ନୋଟିସ୍‌ ପଠାଇଥିଲେ । ଏହା ସହିତ ସେ ସୀମା ହାଇଦରଙ୍କ ଓକିଲ ଏପି ସିଂଙ୍କୁ ମଧ୍ୟ ୫ କୋଟିର ନୋଟିସ୍‌ ପଠାଇଥିଲେ ।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

2 hours ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

5 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

5 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

5 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

5 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

6 hours ago