ବଢ଼ିଲା ସୀମା-ସଚିନ୍ଙ୍କ ସମସ୍ୟା, ବାହାଘର କରାଇଥିବା ପୁରୋହିତଙ୍କୁ କୋର୍ଟଙ୍କ ନୋଟିସ୍
ପୁଣି ବଢ଼ିଲା ସୀମା ହାଇଦରଙ୍କ ସମସ୍ୟା । ପାକିସ୍ତାନରୁ ନେପାଳ ରାସ୍ତାରେ ଭାରତ ଆସି ବିବାହ କରିଥିଲେ ସୀମା ହାଇଦର । ନିକଟରେ ସୀମା ଓ ସଚିନ୍ ସେମାନଙ୍କ ବିବାହ ବାର୍ଷିକୀ ପାଳନ କରିଥିଲେ ।

ପୁଣି ବଢ଼ିଲା ସୀମା ହାଇଦରଙ୍କ ସମସ୍ୟା । ପାକିସ୍ତାନରୁ ନେପାଳ ରାସ୍ତାରେ ଭାରତ ଆସି ବିବାହ କରିଥିଲେ ସୀମା ହାଇଦର । ନିକଟରେ ସୀମା ଓ ସଚିନ୍ ସେମାନଙ୍କ ବିବାହ ବାର୍ଷିକୀ ପାଳନ କରିଥିଲେ, ଯାହାକୁ ସୀମାଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦର କୋର୍ଟରେ ଆବେଦନ କରି ଚ୍ୟାଲେଞ୍ଜ କରିଥିଲେ । କୋର୍ଟ ଏହି ମାମଲାରେ ସୀମା-ସଚିନଙ୍କ ବିବାହ କରାଇଥିବା ଓକିଲ ଏପି ସିଂ, ପଣ୍ଡିତ ଏବଂ ବରଯାତ୍ରୀଙ୍କୁ ନୋଟିସ ଜାରି କରିଛନ୍ତି ।
ଗୁଲାମ ହାଇଦରଙ୍କ ଓକିଲ ମୋମିନ ମଲିକ କହିଛନ୍ତି ଯେ ତାଙ୍କ ଆବେଦନକୁ ଜିଲ୍ଲା କୋର୍ଟଙ୍କ ପରିବାର ଅଦାଲତ ସ୍ୱୀକାର କରିଛନ୍ତି । ବାହାଘର କରାଇଥିବା ପୁରୋହିତଙ୍କୁ କୋର୍ଟ ସମନ ପଠାଇଛନ୍ତି । ଏହା ବ୍ୟତୀତ ଗୁଲାମ ସୀମାଙ୍କ ସହିତ ଭାରତ ଆସିଥିବା ନିଜର ନାବାଳକ ପିଲାମାନଙ୍କ ଧାର୍ମିକ ପରିବର୍ତ୍ତନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ବର୍ତ୍ତମାନ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ମେ’ ୨୭ରେ ହେବ ।
ଗୌତମ ବୁଦ୍ଧ ନଗରର ପରିବାର ଅଦାଲତ ସୀମା, ସଚିନ, ଏପି ସିଂ, ପଣ୍ଡିତ ଏବଂ ବରଯାତ୍ରୀମାନଙ୍କୁ ମେ’ ୨୫ରେ ହାଜର ହେବାକୁ କହିଛନ୍ତି । ଓକିଲ ମୋମିନ୍ ମଲିକ୍ କହିଛନ୍ତି, ଯଦି ସମସ୍ତେ ମେ’ ୨୫ରେ ହାଜର ହେବେ ନାହିଁ, ତେବେ କୋର୍ଟରେ ଏକପାଖିଆ ଶୁଣାଣି ହୋଇପାରେ ।
ସେପଟେ ସୀମା ହାଇଦରଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ଜଲ୍ଦି ଭାରତ ଆସିପାରନ୍ତି । ତାଙ୍କ ଓକିଲ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ସାକ୍ଷ୍ୟ ଦେବାକୁ ଭାରତ ଆସିପାରନ୍ତି । ଗୁଲାମଙ୍କ ପାଖରେ ଦୃଢ଼ ପ୍ରମାଣ ଅଛି, ଯାହାକୁ ସେ କୋର୍ଟରେ ଉପସ୍ଥାପନ କରିବେ । କହି ରଖୁଛୁ ଯେ ଏହା ପୂର୍ବରୁ ମଧ୍ୟ ଗୁଲାମ ହାଇଦର ସୀମା ଓ ସଚିନ ମୀଣାଙ୍କୁ ୬ କୋଟିର ମାନହାନି ନୋଟିସ୍ ପଠାଇଥିଲେ । ଭାରତରେ ଗୁଲାମଙ୍କ ଓକିଲ ଏହି ନୋଟିସ୍ ପଠାଇଥିଲେ । ଏହା ସହିତ ସେ ସୀମା ହାଇଦରଙ୍କ ଓକିଲ ଏପି ସିଂଙ୍କୁ ମଧ୍ୟ ୫ କୋଟିର ନୋଟିସ୍ ପଠାଇଥିଲେ ।