ପାଟନା: କ୍ରେନ ସହିତ ଧକ୍କା ହେଲା ଅଟୋ, ଅକାଳରେ ଚାଲିଗଲା ୭ ଜୀବନ

ପାଟନାରେ କ୍ରେନ ଓ ଅଟୋ ଧକ୍କା ହେବା ଫଳରେ ୭ ଜଣଙ୍କ ଜୀବନ ଚାଲିଯାଇଛି । ଅଟୋରେ ମୋଟ ୮ ଜଣ ଲୋକ ରହିଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ଏମାନଙ୍କ ମଧ୍ୟରେ ଜଣେ ନେପାଳି ରହିଛନ୍ତି । ସବୁ ମୃତଦେହକୁ ପାଟନା ମେଡିକାଲ କଲେଜକୁ ପଠାଯାଇଛି ।

ବିହାର ରାଜଧାନୀ ପାଟନାରେ କ୍ରେନ ଓ ଅଟୋ ଧକ୍କା ହେବା ଫଳରେ ୭ ଜଣଙ୍କ ଜୀବନ ଚାଲିଯାଇଛି । ଅଟୋରେ ମୋଟ ୮ ଜଣ ଲୋକ ରହିଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ଆହତଙ୍କୁ ପାଟନାର ପିଏସିଏଚ ହସପିଟାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ସକାଳ ସମୟର ଦୁର୍ଘଟଣା ହୋଇଛି ।

ଖବର ମୁତାବକ, ପାଟନାର ନ୍ୟୁ ବାଇପାସ୍‌ କଙ୍କଡବାଗ ଥାନାରେ ଅଞ୍ଚଳରେ ରାମ ଲଖନ ପଥରେ ଭୋର ୩.୪୪ ମିନିଟ ସମୟରେ ମେଟ୍ରୋ ବାଇପାସ୍‌ ନିକଟରେ କାମ କରୁଥିବା କ୍ରେନ ସହିତ ଅଟୋ ଧକ୍କା ହୋଇଥିଲା । ଅଟୋଟି ପୁରୁଣା ବସ୍‌ ଷ୍ଟାଣ୍ଡ ତରଫରୁ ଆସୁଥିଲା । ଅଟୋରେ ୮ ଜଣ ଲୋକ ରହିଥିଲେ । ଏମାନଙ୍କ ମଧ୍ୟରୁ ୩ ଜଣ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୪ ଜଣ ଚିକିତ୍ସା ବେଳେ ପ୍ରାଣ ହରାଇଛନ୍ତି । ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି ।

ପାଟନା ମେଟ୍ରୋ କାମ କରୁଥିବା କ୍ରେନ ପାଖରେ କୌଣସି ଗାର୍ଡ ଉପସ୍ଥିତ ନଥିଲେ । ତେଣୁ ଦୁର୍ଘଟଣା ପରେ କ୍ରେନ ଡ୍ରାଇଭର ନିଜ ମେସିନ ନେଇ ଫେରାର ହୋଇଯାଇଥିଲା । ଡ୍ରାଇଭର ଘଟଣା ବିଷୟରେ କାହାକୁ ଜଣାଇନଥିଲେ । ଦୁର୍ଘଟଣା ପରେ ସିସିଟିଭି ଫୁଟେଜ ଦେଖିବା ପରେ ସତ ସାମ୍ନାକୁ ଆସିଥିଲା । ୭ ଜଣ ମୃତକଙ୍କ ମଧ୍ୟରୁ ୪ ଜଣଙ୍କ ପରିଚୟ ମିଳିଥିବା ବେଳେ ବାକି ୩ ଜଣଙ୍କ ପରିଚୟ ମିଳିନି । ଏମାନଙ୍କ ମଧ୍ୟରେ ଜଣେ ନେପାଳି ରହିଛନ୍ତି । ସବୁ ମୃତଦେହକୁ ପାଟନା ମେଡିକାଲ କଲେଜକୁ ପଠାଯାଇଛି ।

ଘଟଣା ବିଷୟରେ ସୂଚନା ମିଳିବା ପରେ ଟ୍ରାଫିକ ଏସପି ଅଶୋକ କୁମାର ଚୌଧୁରୀ ଏବଂ ଟ୍ରାଫିକ ଡିଏସପି ଅନୀଲ କୁମାର ଘଟଣା ବିଷୟରେ ଛାନଭିନ୍‌ କରୁଛନ୍ତି । ତେବେ ଏବେ ମେଟ୍ରୋ କାମରେ ଲାଗିଥିବା କ୍ରେନ ଏବଂ ଡ୍ରାଇଭରକୁ ଖୋଜୁଛି ପୋଲିସ ।

ସୂଚନାଯୋଗ୍ୟ, ଗତକାଲି ବିହାରରେ ବିହାରର କୈମୁର ଜିଲ୍ଲାର ଭଗବାନପୁର ଥାନା ଅଞ୍ଚଳ ଗୋବରଚ୍ଛ ଗାଁ ନିକଟରେ ଦୁଇ ଭାଇ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଭଉଣୀ ବାହାଘର ପାଇଁ ହଲ୍‌ ବୁକ୍‌ କରିବାକୁ ଯାଇଥିଲେ ଦୁଇଭାଇ । ହଲ୍‌ ବୁକ୍‌ କରି ଘରକୁ ଫେରୁଥିବା ବେଳେ ଟ୍ରାକ୍ଟର ଏବଂ ବାଇକ୍‌ ଧକ୍କ ହେବା ଫଳରେ ଦୁଇ ଭାଇଙ୍କ ଜୀବନ ଚାଲିଯାଇଥିଲା । ମୃତକ ଦୁଇ ଯୁବକ ବିଶାଲ କୁମାର(୨୧) ଏବଂ ରାଜୁ ସିଂ(୨୦) ଭଉଣୀର ୨୩ ତାରିଖ ବାହାଘର ପାଇଁ ହଲ୍‌ ବୁକ୍‌ ପାଇଁ ଭଭୁଆ ସହର ଯାଇଥିଲେ । ସେଠାରେ ହଲ୍‌ ବୁକ୍‌ କରିବାକୁ ପଇସା ଦେବା ପରେ ବାହାଘର ପାଇଁ ଜିନିଷ କିଣିଥିଲେ । ସବୁ ସରିବା ପରେ ଦୁହେଁ ଅପରାହ୍ନ ୧ଟା ସମୟରେ ଫେରୁଥିବା ବେଳେ ଭଗବାନପୁର ସଡ଼କ ସ୍ଥିତ ଗୋବରଚ୍ଛ ଗାଁ ପାଖରେ ମାଟି ଲଦା ହୋଇଥିବା ଟ୍ରାକ୍ଟର ଏବଂ ବାଇକ ଧକ୍କା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.