ଫିଲ୍ମ ‘ଶ୍ରୀକାନ୍ତ’ର ପ୍ରଥମ ଗୀତ ହେଲା ରିଲିଜ୍, ଅଲାୟା ଏଫ୍ ଓ ରାଜକୁମାର ରାଓଙ୍କ କେମେଷ୍ଟ୍ରି ଜିତୁଛି ଦର୍ଶକଙ୍କ ମନ
ଏହି ଫିଲ୍ମଟି ଜଣେ ପ୍ରସିଦ୍ଧ ବ୍ୟବସାୟୀ ଶ୍ରୀକାନ୍ତ ବୋଲାଙ୍କ ବାୟୋପିକ୍ । ଯେଉଁଥିରେ ରାଜକୁମାର ରାଓ ଏହି ବ୍ୟବସାୟୀଙ୍କ ଭୂମିକାରେ ନଜର ଆସିବେ । ତେବେ ଟି-ସିରିଜ୍ ଏହି ଫିଲ୍ମ ନିର୍ମାଣ କରୁଛି । ନିକଟରେ ଏହି ଫିଲ୍ମ ପ୍ରଥମ ଗୀତ ରିଲିଜ ହୋଇଛି, ଯାହା ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ବଲିଉଡ ଅଭିନେତା ରାଜକୁମାର ରାଓ ଆଜିକାଲି ତାଙ୍କର ଅପ୍କମିଂ ଫିଲ୍ମ ‘ଶ୍ରୀକାନ୍ତ’ କୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ତେବେ ଏହି ଫିଲ୍ମଟି ଜଣେ ପ୍ରସିଦ୍ଧ ବ୍ୟବସାୟୀ ଶ୍ରୀକାନ୍ତ ବୋଲାଙ୍କ ବାୟୋପିକ୍ । ଯେଉଁଥିରେ ରାଜକୁମାର ରାଓ ଏହି ବ୍ୟବସାୟୀଙ୍କ ଭୂମିକାରେ ନଜର ଆସିବେ । ତେବେ ଟି-ସିରିଜ୍ ଏହି ଫିଲ୍ମ ନିର୍ମାଣ କରୁଛି । ନିକଟରେ ଏହି ଫିଲ୍ମ ପ୍ରଥମ ଗୀତ ରିଲିଜ ହୋଇଛି, ଯାହା ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଗୀତରେ ଅଲାୟା ଏଫ୍ ସହିତ ରାଜକୁମାର ରାଓଙ୍କ କେମେଷ୍ଟ୍ରି ଲୋକଙ୍କ ମନ ଜିତୁଛି ।
ଫିଲ୍ମ ‘ଶ୍ରୀକାନ୍ତ’ରୁ ମୁକ୍ତିଲାଭ କରିଥିବା ଗୀତର ନାମ ହେଉଛି ‘ ତୁ ମିଲ୍ ଗୟା ‘। ଏଥିରେ ରାଜକୁମାର ରାଓ ଓ ଅଲାୟା ଏଫ୍ ରୋମାନ୍ସ କରୁଥିବା ନଜର ଆସିଛନ୍ତି । ଏହି ଗୀତଟି ରାଜ ଏବଂ ଅଲାୟାଙ୍କ ମଧ୍ୟରେ ଏକ ଫୋନ୍ କଲରୁ ଆରମ୍ଭ ହୋଇଛି ଯାହା ପରେ ଦୁହେଁ ଏକ ରୋଡ ଟ୍ରିପ୍ରେ ଯାଉଛନ୍ତି । ତେବେ ଗୀତରେ ଏପରି ଦେଖିବାକୁ ମିଳିଛି ଯେ ସେମାନେ ବିଭିନ୍ନ ସ୍ଥାନରେ ପରସ୍ପର ସହିତ ସମୟ ବିତାଉଛନ୍ତି । ଏହି ଗୀତରେ ରାଜକୁମାର ରାଓ ଏବଂ ଅଲାୟା ଏଫଙ୍କ ବହୁତ ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ମିଳିଛି । ଗୀତଟି ରିଲିଜ୍ ହେବା ପରଠାରୁ ପ୍ରଶଂସକମାନେ ଏହି ଗୀତକୁ ବହୁତ ପସନ୍ଦ କରୁଛନ୍ତି । ଗୀତଟିକୁ ଗାଇଛନ୍ତି ଜଣାଶୁଣା ଗାୟକ ଜୁବିନ୍ ନାଉଟିଆଲ୍ ଏବଂ ତୁଳସୀ କୁମାର । ଏହା ବ୍ୟତୀତ ତନିଷ୍କା ବାଗଚି ଏହି ଗୀତକୁ କମ୍ପଜ୍ କରିଛନ୍ତି ।
ତେବେ ତୁଷାର ହିରାନନ୍ଦାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ହେଉଛି ଶ୍ରୀକାନ୍ତ, ଏହା ଶିଳ୍ପପତି ‘ଶ୍ରୀକାନ୍ତ ବୋଲା’ର ବାୟୋପିକ୍ । ଯାହାଙ୍କ ଭୂମିକାରେ ରାଜକୁମାର ରାଓ ଅଭିନୟ କରୁଛନ୍ତି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି, ଯାହା ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ପାଇଛି । ରାଜକୁମାର ରାଓ ଏବଂ ଅଲାୟା ଏଫ୍ଙ୍କ ବ୍ୟତୀତ ଅଭିନେତ୍ରୀ ଜ୍ୟୋତିକା ଏହି ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ । ଜ୍ୟୋତିକା ନିକଟରେ ଅଜୟ ଦେବଗନଙ୍କ ଭୟଙ୍କର ଥ୍ରୀଲର ଫିଲ୍ମ ‘ସୈତାନ୍’ରେ ନଜର ଆସିଥିଲେ । ଏହା ବ୍ୟତୀତ ଶରଦ କେଲକରଙ୍କ ପରି କଳାକାରମାନେ ମଧ୍ୟ ଫିଲ୍ମ ‘ଶ୍ରୀକାନ୍ତ’ରେ ଅଭିନୟ କରୁଥିବାର ନଜର ଆସିବେ । ଏହି ଫିଲ୍ମ ମଇ ୧୦, ୨୦୨୪ ରେ ସିନେମା ହଲ୍ରେ ମୁକ୍ତିଲାଭ କରିବାକୁ ଯାଉଛି ।