ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି POCOର ଫାଷ୍ଟ ଟାବଲେଟ୍, ମିଳିବ ଏହି ସବୁ ଧମାକାଦାର ଫିଚର୍ସ

POCO କମ୍ପାନୀର ପ୍ରଥମ ଟ୍ୟାବଲେଟ୍ ଖୁବ ଶୀଘ୍ର ଲଞ୍ଚ ହୋଇପାରେ । ପୋକୋ ଫ୍ୟାନ୍ସମାନେ ଅତି ଉତ୍ସାହର ସହିତ କମ୍ପାନୀର ଏହି ପ୍ରଡକ୍ଟକୁ ଅପେକ୍ଷା କରିଛନ୍ତି, କାରଣ ଏହା କମ୍ପାନୀର ପ୍ରଥମ ଟ୍ୟାବଲେଟ୍ ଅଟେ । ଏହି ଟ୍ୟାବଲେଟ୍ ବିଷୟରେ ଏକ ରିପୋର୍ଟରେ କିଛି ଲିକ୍ ଡିଟେଲ୍ସ ସେୟାର କରାଯାଇଛି ।

POCO କମ୍ପାନୀର ପ୍ରଥମ ଟ୍ୟାବଲେଟ୍ ଖୁବ ଶୀଘ୍ର ଲଞ୍ଚ ହୋଇପାରେ । ଏକ ପୋଷ୍ଟରେ ଏହା ପ୍ରକାଶ ପାଇଛି ଯେ ପୋକୋ ପ୍ୟାଡ୍ ଏକ ରିବ୍ରାଣ୍ଡେଡ୍ ରେଡମି ପ୍ୟାଡ୍ ପ୍ରୋ ହୋଇପାରେ । ପୋକୋ ଫ୍ୟାନ୍ସମାନେ ଅତି ଉତ୍ସାହର ସହିତ କମ୍ପାନୀର ଏହି ପ୍ରଡକ୍ଟକୁ ଅପେକ୍ଷା କରିଛନ୍ତି, କାରଣ ଏହା କମ୍ପାନୀର ପ୍ରଥମ ଟ୍ୟାବଲେଟ୍ ଅଟେ । ଏହି ଟ୍ୟାବଲେଟ୍ ବିଷୟରେ ଏକ ରିପୋର୍ଟରେ କିଛି ଲିକ୍ ଡିଟେଲ୍ସ ସେୟାର କରାଯାଇଛି ।

କିଛି ରିପୋର୍ଟ ଅନୁଯାୟୀ, ପୋକୋର ଏହି ଟ୍ୟାବଲେଟ୍ ରେଡମି ନୋଟ୍ ପ୍ରୋର ଏକ ରିବ୍ରାଣ୍ଡେଡ୍ ଭର୍ସନ ହୋଇପାରେ । ଟିପଷ୍ଟର କାସପର୍ ସ୍କ୍ରଜାଇପକ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଅନେକ ଜିନିଷ ସାମ୍ନାକୁ ଆସିଛି । ଏହି ପୋଷ୍ଟ ଅନୁଯାୟୀ, 2405CPCFBG ସହିତ ପୋକୋ ଟ୍ୟାବଲେଟ୍ ବିଶ୍ୱ ବଜାରରେ ପୋକୋ ପ୍ୟାଡ୍ ଅର୍ଥାତ ପୋକୋର ଫାଷ୍ଟ ଟାବଲେଟ ଭାବରେ ଲଞ୍ଚ ହେବ ।

ପୋଷ୍ଟରେ ଏହା ମଧ୍ୟ କୁହାଯାଇଛି ଯେ ପୋକୋ ପ୍ୟାଡ୍ ରିବ୍ରାଣ୍ଡେଡ୍ ରେଡମି ପ୍ୟାଡ୍ ପ୍ରୋ ହୋଇପାରେ । ଏଥିରେ ୧୨.୧ ଇଞ୍ଚ IPS LCD ଡିସପ୍ଲେ ରହିବ ବୋଲି ଆଶା କରାଯାଏ, ଯାହା ୨.୫K ରେଜୋଲ୍ୟୁସନ ଏବଂ ୧୨୦Hz ରିଫ୍ରେସ ରେଟ ପ୍ରଦାନ କରିଥାଏ । ଏହା ସହିତ, ଆପଣ ଟ୍ୟାବଲେଟରେ ୩୩W ଫାଷ୍ଟ ଚାର୍ଜିଂ ସହିତ ୧୦,୦୦୦ mAh ବ୍ୟାଟେରୀ ପାଇପାରିବେ ।

ଅନ୍ୟାନ୍ୟ ଫିଚର୍ସଗୁଡିକ ବିଷୟରେ କହିବାକୁ ଗଲେ, ଏହାର ଫ୍ରଣ୍ଟରେ ୮ ମେଗାପିକ୍ସେଲ କ୍ୟାମେରା ରହିବ ଏବଂ ବ୍ୟାକ ପ୍ୟାନେଲରେ ମଧ୍ୟ ୮ ମେଗାପିକ୍ସେଲର କ୍ୟାମେରା ରହିପାରେ । ଏହା ମଧ୍ୟ କୁହାଯାଇଛି ଯେ ଏହି ଟାବଲେଟ୍ ଆଣ୍ଡ୍ରଏଡ୍ 14 OS, ୩.୫mm ଅଡିଓ ଜ୍ୟାକ୍ ଏବଂ କ୍ୱାଡ୍ ସ୍ପିକର ସହିତ ଆସିପାରେ ।

2405CPCFBG ସହିତ ପୋକୋ ଟ୍ୟାବ୍ ୟୁରୋପର EEC ସାର୍ଟିଫିକେଟ୍ ପ୍ଲାଟଫର୍ମ ଦ୍ୱାରା ଅନୁମୋଦିତ ହୋଇସାରିଛି । ପୋକୋର ନୂଆ ଟାବଲେଟରେ ଉନ୍ନତ ପ୍ରଦର୍ଶନ ପାଇଁ କମ୍ପାନୀ କ୍ୱାଲକମ୍ ର ସ୍ନାପଡ୍ରାଗନ୍ 7s ଜେନ 2 ଚିପସେଟ ପ୍ରଦାନ କରିପାରେ ଯାହା ୮ ଜିବି ରାମ୍ ଏବଂ ୨୫୬ ଜିବି ଷ୍ଟୋରେଜ୍ ସହିତ ଯୋଡି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.