ଦେଶ ବିଦେଶ

ବାତ୍ୟା ମୋକା ମାଡ଼ରେ ଛାରଖାର ମିଆଁମାର, ନେଇଛି ଶହଶହ ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ମୋକାରେ ଯାଇଛି ଶହଶହ ଜୀବନ। ଲକ୍ଷାଧିକଙ୍କୁ ବିସ୍ଥାପିତ କରି ଦେଇଛି। କିଏ ସମୁଦ୍ର ଜୁଆରରେ ଭାସିଯାଇଛି ତ ଆଉ କାହାର ଘର ଭାସି ଯାଇଛି। ସିଟ୍‌ୱେ ସହରର ସଂପୂର୍ଣ୍ଣ ଧ୍ୱଂସ ହୋଇଛି। ନଷ୍ଟ ହୋଇଛି ୯୦ ପ୍ରତିଶତ ଅଞ୍ଚଳ। ଭୂତର ସହର ପାଲଟି ଯାଇଛି ସିଟ୍‌ୱେ। ମିଆଁମାର ପଶ୍ଚିମରେ ରହିଛି ରାଖିନ ପ୍ରଦେଶର ସିଟ୍‌ୱେ ସହର। ବାସସ୍ଥାନ ଉଜୁଡି ଯାଇଛି। ଖାଇବାକୁ ନାହିଁ। ଟେଲି ଟାୱାର ଓ ଗଛ ସବୁ ତଳେ ପଡିଛି। ଯେଉଁ ଗଛ ଠିଆ ହୋଇଛି, ସବୁ ଥୁଣ୍ଟା ପାଲଟି ଯାଇଛି। ପ୍ରାୟ ଘରର ଛାତ ଉଡାଇ ନେଇଛି ମୋକା ପବନ।

ଅନ୍ଧାର ଭବିଷ୍ୟତ ନେଇ ବଂଚୁଥିବା ରୋହିଙ୍ଗ୍ୟାଙ୍କ ଜୀବନ ଘୋର ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ରାଖିନ ରାଜ୍ୟର ରାଜଧାନୀ ସିଟ୍‌ୱେରେ ଶରଣାର୍ଥୀ ଶିବିରରେ ରହୁଥିଲେ ଶହଶହ ରୋହିଙ୍ଗ୍ୟା ଶରଣାର୍ଥୀ। ସେ ଶିବିର ସଂପୂର୍ଣ୍ଣ ଧ୍ୱଂସ ହୋଇଛି। ୧୦ରୁ ୧୨ ଫୁଟ୍‌ର ଜୁଆରରେ ସବୁ ଭାସି ଯାଇଛି। ବର୍ତ୍ତମାନ ମିଆଁମାର ମୋକା ମୃତ୍ୟୁ ସଂଖ୍ୟା ୧୦୦ରୁ କମ୍‌ ଥିବା ସୂଚନା ରହିଛି। କିନ୍ତୁ ବାସ୍ତବରେ ଶହଶହ ସଂଖ୍ୟାରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। କୁହାଯାଉଛି କେବଳ ସିଟ୍‌ୱେରେ ସମୁଦ୍ର ଜୁଆରରେ ୪୫୦ ଜଣ ଭାସି ଯାଇଛନ୍ତି କିମ୍ବା ମୃତ୍ୟୁ ମୁଖରେ ପଡିଛନ୍ତି।

Barsha

Recent Posts

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

2 mins ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

16 mins ago

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

29 mins ago

ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ, ଜଙ୍ଗଲରୁ ମୃତଦେହ ଜବତ

ମୟୂରଭଞ୍ଜ : ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଥାନାରେ ଅଟକ । ଘଟଣା…

32 mins ago

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

55 mins ago

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

1 hour ago