ଦେଶ ବିଦେଶ

ସାଇରସ ମିସ୍ତ୍ରୀଙ୍କ ଗାଡି ଚଳାଉଥିଲେ ଟାଟା ଗ୍ରୁପର ପୂର୍ବତନ ନିର୍ଦ୍ଦେଶକଙ୍କ ପତ୍ନୀ: ସିଟ୍‌ ବେଲ୍ଟ ବାନ୍ଧିନଥିଲେ ମିସ୍ତ୍ରୀ, ମାତ୍ର ୯ ମିନିଟ୍‌ରେ ୨୦ କିମି ଦୂରରେ ପହଞ୍ଚିଥିଲା ଗାଡି

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ରବିବାର ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ସାଇରସ୍ ମିସ୍ତ୍ରୀଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା । ପୋଲିସ ପ୍ରାଥମିକ ତଦନ୍ତରେ କହିଛି ଯେ, ସାଇରସ ମିସ୍ତ୍ରୀ ଏବଂ ତାଙ୍କ ସହଯୋଗୀ କାର୍‌ର ସିଟ୍‌ ବେଲ୍ଟ ବାନ୍ଧିନଥିଲେ। ଆଉ ଯେଉଁ ସମୟରେ ଦୁର୍ଘଟଣା ହେଲା, କାରର ସ୍ପିଡ ଦ୍ରୁତଗତିରେ ରହିଥିଲା। ତେବେ ଚାଳକଙ୍କ ଭୁଲ ଯୋଗୁଁ ଏମିତି ଦୁର୍ଘଟଣା ଘଟିଥିଲା ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ପୋଲିସ ରିପୋର୍ଟ ଅନୁସାରେ, ଯେଉଁ ବିଳାସପୂର୍ଣ୍ଣ କାରରେ ମିସ୍ତ୍ରୀ ଯାଉଥିଲେ ସେ ଗାଡି ପାଲଘରରେ ଚରୋଟି ଚେକ୍ ପୋଷ୍ଟ ପାର କରିବା ପରେ ମାତ୍ର ୯ ମିନିଟରେ ୨୦ କିଲୋମିଟର ରାସ୍ତା ଅତିକ୍ରମ କରିଥିଲା। ପୋଲିସର କହିବା ଅନୁସାରେ, ସିସିଟିଭି ଫୁଟେଜରେ ତାଙ୍କ କାର ମଧ୍ୟାହ୍ନ ପ୍ରାୟ ୨.୨୧ ବେଳେ ପୋଷ୍ଟ ପାଖରେ ଦେଖିବାକୁ ମିଳିଥିଲା। ଦୁର୍ଘଟଣା ମଧ୍ୟାହ୍ନ ପ୍ରାୟ ୨ଟା ୩୦ ମିନିଟରେ ସୂର୍ଯ୍ୟ ନଦୀରେ ତିଆରି ହୋଇଥିବା ବ୍ରିଜରେ ଥିଲା, ଯାହାକି ଚେକ୍ ପୋଷ୍ଟଠାରୁ ୨୦ କିଲୋମିଟର ଦୂରରେ ରହିଛି। ଏହି ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ସହିତ ଜାହାଙ୍ଗୀର ପାଣ୍ଡୋଲ ନାମକ ଜଣକ ବ୍ୟକ୍ତିର ମୃତ୍ୟୁ ହୋଇଛି।

ସାଇରସ୍ ମିସ୍ତ୍ରୀ ନିଜ ମର୍ସିଡିଜ୍ କାରରେ ଅହମ୍ମଦାବାଦରୁ ମୁମ୍ବାଇ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣା ସମୟରେ ସାଇରସ୍ ମିସ୍ତ୍ରୀଙ୍କ କାର ଭିତରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଅନାହିତା ପାଣ୍ଡୋଲ ଓ ତାଙ୍କର ସ୍ୱାମୀ ଡୋରିୟସ ପାଣ୍ଡୋଲ ଥିଲେ । ହେଲେ ଦୁର୍ଘଟଣାରେ ସେମାନେ ଆହତ ହୋଇଛନ୍ତି। ମିସ୍ତ୍ରୀ ଓ ଡୋରିୟସଙ୍କ ଭାଇ ଜାହାଙ୍ଗୀର ପାଣ୍ଡୋଲଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ବେଳେ କାର ଅନାହିତା ପାଣ୍ଡୋଲ ଗାଡି ଚଲାଉଥିଲେ ବୋଲି ସୂଚନା ମିଳିଛି।

ଦୁର୍ଘଟଣା ପରେ ସାଇରସ୍ ମିସ୍ତ୍ରୀଙ୍କୁ ଯେତେବେଳେ ହସ୍ପିଟାଲ ନିଆଯାଇଥିଲା ତାଙ୍କର ମୃତ୍ୟୁ ହୋଇସାରିଥିଲା। ଜାହାଙ୍ଗୀର ପାଣ୍ଡୋଲେଙ୍କ ଚିକିତ୍ସା ବେଳେ ମୃତ୍ୟୁ ହୋଇଥିଲା। ପୋଲିସ ଡାକ୍ତରଙ୍କଠାରୁ ଏହି ସୂଚନା ପାଇଛି। ସାଇରସ୍ ମିସ୍ତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଓ ଅନାହିତାଙ୍କ ଭାଇ ଜାହାଙ୍ଗୀରଙ୍କ ବାମ ଗୋଡ ଓ ମୁଣ୍ଡରେ ଆଘାତ ଲାଗିଥିଲା।

ସାଇରସ୍ ଓ ଜାହାଙ୍ଗୀର କାରର ପଛ ସିଟରେ ବସିଥିଲେ। ତେବେ ଦୁହେଁ ପଛରେ ବସିଥିବାରୁ ସିଟ୍‌ ବେଲ୍ଟ ବାନ୍ଧିନଥିଲେ। ମୁମ୍ବାଇର ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ଅନାହିତା କାର ଚଳାଉଥିଲେ। ଯେତେବେଳେ ସେ ସୂର୍ଯ୍ୟ ନଦୀରେ ତିଆରି ବ୍ରିଜ୍ ରାସ୍ତାର ଡିଭାଇଡରରେ କାର ମାଡ କରିଥିଲେ କାରର ସ୍ପିଡ ଅଧିକ ରହିଥିଲା। ଜାହାଙ୍ଗୀରଙ୍କ ଭାଇ ଡୋରିୟସ ଟାଟା ଗ୍ରୁପର ପୂର୍ବତନ ନିର୍ଦ୍ଦେଶକ ରହିଥିଲେ। ଯିଏ ଚେୟାରମ୍ୟାନ ପଦବୀରୁ ମିସ୍ତ୍ରୀଙ୍କ ଇସ୍ତଫାକୁ ବିରୋଧ କରିଥିଲେ।

ସୂଚନାଯୋଗ୍ୟ, ଅନାହିତା ଏବଂ ତାଙ୍କ ସ୍ୱାମୀ ଆଗ ସିଟରେ ବସିଥିବା ଯୋଗୁଁ ଦୁହିଁଙ୍କ ଜୀବନ ଏୟାରବ୍ୟାଗ୍ ଯୋଗୁଁ ବଞ୍ଚି ଯାଇଥିଲା। ଦୁର୍ଘଟଣା ସମୟରେ ଅନାହିତା ଓ ତାଙ୍କର ସ୍ୱାମୀ ଡୋରିୟସ ଦୁହେଁ ଆଗ ସିଟରେ ବସିଥିଲେ। ଦୁହେଁ ଗୁରୁତର ଭାବରେ ଆହତ ହୋଇଛନ୍ତି, ତାଙ୍କର ଚିକିତ୍ସା ଜାରି ରହିଛି।

ସାଇରସ ମିସ୍ତ୍ରୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଦେଶର ଅନେକ ବଡ ବଡ ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫିଡନବିସ୍‌ ଟ୍ଵିଟ କରି ଶୋକ ପ୍ରକାଶ କରିଛନ୍ତି ଏବଂ ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆଜି ମୁମ୍ବାଇର ଜେଜେ ହସପିଟାଲରେ ମିସ୍ତ୍ରୀଙ୍କ ଶବକୁ ପୋଷ୍ଟମର୍ଟମ କରାଯିବ। ତା’ ପରେ ମୃତଦେହଙ୍କୁ ଅନ୍ତିମ ସଂସ୍କାର ପାଇଁ ପରିଜନଙ୍କୁ ହସ୍ତାନ୍ତର କରାଯିବ।

Swagatika

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

12 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

29 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

41 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

51 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

54 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago