ସ୍ପେଶାଲ

ଘରେ କଳହ କି ଆର୍ଥିକ ସମସ୍ୟା ଲାଗି ରହିଛି କି? ତ ଏଥର ଶାରଦୀୟ ନବରାତ୍ରରେ କରନ୍ତୁ ଏହି ଖାସ୍‌ ଉପାୟ…

ଶାରଦୀୟ ନବରାତ୍ର ଆରମ୍ଭ ହେବାରେ ଆଉ ମାତ୍ର ଦିନ କେଇଟା ବାକି। ଏହି ନଅ ଗୋଟି ଦିନ ମା’ ଭଗବତୀଙ୍କ ଉପାସନା ପାଇଁ ହିଁ ଉଦ୍ଦିଷ୍ଟ ଏବଂ ବିଶ୍ୱାସ ରହିଛି, ମା’ କେବେ ବି ନିଜ ଭକ୍ତମାନଙ୍କୁ ନିରାଶ କରନ୍ତି ନାହିଁ। ଚଳିତ ବର୍ଷ ଶାରଦୀୟ ନବରାତ୍ର ସେପ୍ଟେମ୍ବର ୨୭ରୁ ଆରମ୍ଭ ହୋଇଯାଉଛି। ପ୍ରତିପଦ ଦିନ କଳସ ସ୍ଥାପନା ସହିତ ନବରାତ୍ର ଉତ୍ସବ ଆରମ୍ଭ ହେବ।

ନବରାତ୍ରର ଏହି ୯ଟି ଦିନ ଶକ୍ତିରେ ଭରପୂର ରହିଥାଏ। ଏହି ଦିନଗୁଡ଼ିକୁ ବହୁତ ଶୁଭ ବୋଲି ବିଶ୍ୱାସ କରାଯାଏ ଏବଂ ଏହି ଅବସର ନିଜକୁ ଶକ୍ତି ସହିତ ଯୋଡ଼ିବା ପାଇଁ ହିଁ ହୋଇଥାଏ। ମା’ ଶକ୍ତିସ୍ୱରୂପା ହୋଇ ଥାଆନ୍ତି। ତେଣୁ ନବରାତ୍ରରେ ତାଙ୍କୁ ଆରାଧନା କରି ନିଜକୁ ଶକ୍ତିମୟୀ କରାଯାଇ ପାରିବ। ଏହି ଦିନଗୁଡ଼ିକରେ ଏମିତି କୌଣସି ବି କାର୍ଯ୍ୟ କରିବା ଉଚିତ୍‌ ନୁହେଁ, ଯଦ୍ଦ୍ଵାରା ଶକ୍ତି କ୍ଷୟ କିମ୍ବା ହ୍ରାସ ହେବ। ଆସନ୍ତୁ ଜାଣିବା, ନବରାତ୍ରର ଏହି ପବିତ୍ର ଦିନଗୁଡ଼ିକୁ କିପରି ସଦୁପଯୋଗ କରାଯିବ। କୁହାଯାଏ, ମା’ଙ୍କୁ ଯଦି ଭକ୍ତମାନେ ସ୍ୱଚ୍ଛ ମନରେ ଆରାଧନା କରନ୍ତି, ତ ସେ ନିଶ୍ଚୟ ସେମାନଙ୍କ ମନୋକାମନା ପୂରଣ କରି ଥାଆନ୍ତି।

ଜପ କରନ୍ତୁ ଏହି ମନ୍ତ୍ର

ଯଦି ଆପଣଙ୍କ ଘରେ ପାରିବାରିକ କ୍ଳେଶ ଲାଗି ରହିଛି ଏବଂ ଏଥିଯୋଗୁ ଆପଣ ସବୁବେଳେ ଚିନ୍ତାଗ୍ରସ୍ତ ରହୁଛନ୍ତି, ତା’ ହେଲେ ନବରାତ୍ରର ଅଷ୍ଟମୀ କିମ୍ବା ନବମୀ ପୂଜାକୁ ବିଧି ବିଧାନର ସହିତ ସମ୍ପନ୍ନ କରନ୍ତୁ। ଏହି ଦିନ ଯଜ୍ଞ କରନ୍ତୁ। ଏହି ସମୟରେ ମନ୍ତ୍ର ଉଚ୍ଚାରଣ କରି ୧୦୮ ଥର ଆହୂତି ଦିଅନ୍ତୁ। ଏହାଦ୍ୱାରା ନିଶ୍ଚିତ ରୂପେ ଆପଣଙ୍କ ଘରେ ସୁଖ, ଶାନ୍ତି ବଜାୟ ରହିବ। ଜପ କରନ୍ତୁ ଏହି ମନ୍ତ୍ର…

ସବ ନର କରହିଁ ପରସ୍ପର ପ୍ରୀତି ।

ଚଲହିଁ ସ୍ୱଧର୍ମ ନିରତ ଶ୍ରୁତି ନୀତି ।।

ଘରେ ପ୍ରତିଦିନ ଅତି କମ୍‌ରେ ୨୭ ଥର ଏହି ମନ୍ତ୍ର ଜପ କରନ୍ତୁ। ହୋଇପାରିବ ଯଦି, ଆପଣଙ୍କ ପ୍ରିୟଜନମାନଙ୍କୁ ବି ମନ୍ତ୍ର ଜପ କରିବାକୁ କୁହନ୍ତୁ। ଏମିତି କରିବା ଦ୍ୱାରା ପରିବାରର ମାହୋଲ ଜଲ୍‌ଦି ବଦଳିବାକୁ ଲାଗିବ।

ଏହି ଉପାୟ ଦ୍ୱାରା ଦୂର ହେବ ଆର୍ଥିକ ସଙ୍କଟ

ନବରାତ୍ରର ଅଷ୍ଟମୀ କିମ୍ବା ନବମୀ ତିଥିରେ ସଫା ସ୍ଥାନରେ ଉତ୍ତର ଦିଗକୁ ମୁହଁ କରି ଆସନ ଉପରେ ବସନ୍ତୁ। ଆପଣଙ୍କ ସାମ୍ନାରେ ନାଲି ଚାଉଳ ମୁଠାଏ ରଖି ଏହା ଉପରେ ଶ୍ରୀଯନ୍ତ୍ର ରଖନ୍ତୁ। ଶ୍ରୀଯନ୍ତ୍ର ସାମ୍ନାରେ ତେଲର ୯ଟି ଦୀପ ଜଳାଇ ଉପାସନା କରନ୍ତୁ। ପୂଜା ପରେ ଶ୍ରୀଯନ୍ତ୍ରକୁ ପୂଜା ସ୍ଥଳରେ ସ୍ଥାପନା କରି ଦିଅନ୍ତୁ। ବିଶ୍ୱାସ ରହିଛି, ଏହାଦ୍ୱାରା ଘରର ଆର୍ଥିକ ସମସ୍ୟା ଧୀରେ ଧୀରେ ଦୂର ହେବାକୁ ଲାଗିବ ଏବଂ ଆପଣଙ୍କୁ ବହୁତ ଜଲ୍‌ଦି ଧନଲାଭ ହେବ। ଏହି ଉପାୟକୁ କରିବା ଦ୍ୱାରା ବ୍ୟକ୍ତିର ଦାରିଦ୍ର୍ୟତା ମଧ୍ୟ ଦୂର ହୋଇଯିବ।

ମନୋକାମନା ପୂରଣ ପାଇଁ ଅଷ୍ଟମୀ ତିଥିରେ ଶିବ ମନ୍ଦିର ଯାଇ ପରସରକୁ ସଫା କରନ୍ତୁ ଏବଂ ଶିବଲିଙ୍ଗ ଉପରେ ପ୍ରଥମେ ଜଳାଭିଷେକ କରନ୍ତୁ। ଏହାପରେ କ୍ଷୀର, ଦହି, ଘିଅ, ମହୁ ଓ ଅତର ଆଦି ଚଢ଼ାଇ ତାଙ୍କର ଅଭିଷେକ କରନ୍ତୁ। ମହାଦେବଙ୍କ ଶୃଙ୍ଗାର ସମ୍ପୂର୍ଣ୍ଣ ସ୍ୱଚ୍ଛ ମନରେ କରନ୍ତୁ ଏବଂ ଭୋଳାବାବାଙ୍କୁ ସ୍ମରଣ କରନ୍ତୁ।

Roshni

Recent Posts

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

4 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

10 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

11 mins ago

ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗକୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…

17 mins ago

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (KKR)…

34 mins ago

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

39 mins ago