ଦେଶ ବିଦେଶ

ଦିଲ୍ଲୀ: ପ୍ରଗତି ମୈଦାନ ଟନେଲ୍‌ରେ ଭୟଙ୍କର ଦୁର୍ଘଟଣା, ଡିଭାଇଡର୍‌ ସହ ଧକ୍କା ହୋଇ ଚାଲିଗଲା ପୋଲିସ ଏସ୍‌ଆଇଙ୍କ ଜୀବନ

ଦିଲ୍ଲୀର ପ୍ରଗତି ମୈଦାନ ଟନେଲ୍‌ରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ଏଠାରେ ଡିଭାଇଡର ସହ ଧକ୍କା ହୋଇ ଜଣେ ପୋଲିସ ସବ୍‌ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର ସିସିଟିଭି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ ପୋଲିସ ଏସ୍‌ଆଇ ଡିଭାଇଡର ସହ ଧକ୍କା ହେବା ପରେ ରାସ୍ତା ଉପରେ ଛିଟିକି ପଡ଼ୁଥିବା ଦେଖାଯାଉଛି ।

ଏସ୍‌ଆଇଙ୍କ ସ୍କୁଟି ଡିଭାଇଡର ସହ ଏତେ ଜୋର୍‌ରେ ଧକ୍କା ହୋଇଥିଲା ଯେ ରାସ୍ତା ଉପରେ ପଡ଼ିବାରୁ ତାଙ୍କ ହେଲ୍‌ମେଟ ଖସି ଯାଇଥିଲା । ଫଳରେ ମୁଣ୍ଡ ମାଡ଼ ହୋଇ ସେ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯିବା ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ପୋଲିସକର୍ମୀଙ୍କ ନାମ ଏନ୍‌କେ ପବିତ୍ରନ୍‌ ବୋଲି ଜଣାପଡ଼ିଛି । ସେ ପୂର୍ବ ଜିଲ୍ଲା ଅପରାଧିକ ଟିମ୍‌ରେ ମୁତୟନ ଥିଲେ ।

ପୋଲିସ ସୂଚନା ଅନୁସାରେ, ଏହି ଦୁର୍ଘଟଣା ଏପ୍ରିଲ ୨୭ରେ ଘଟିଥିଲା । ବିଳମ୍ବିତ ରାତି ସାଢ଼େ ୧୦ଟାରେ ଦିଲ୍ଲୀ ପୋଲିସର ସବ୍‌-ଇନ୍ସପେକ୍ଟର ଏନ୍‌କେ ପବିତ୍ରନ୍‌ ପ୍ରଗତି ମୈଦାନ ଭିତରେ ଆସୁଥିବା ବେଳେ ଏକ ଡିଭାଇଡର ସହ ପିଟି ହୋଇଯାଇଥିଲେ । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ଲେଡି ହାର୍ଡିଙ୍ଗ୍‌ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦୁର୍ଘଟଣା ସମୟରେ ପୋଲିସକର୍ମୀ ଟନେଲ୍‌ ଦେଇ ନିଜ ଘର ଆଇପି ଏକ୍ସଟେନ୍ସନ୍‌ ଆଡ଼କୁ ଯାଉଥିଲେ । ଏତିକି ବେଳେ ତାଙ୍କ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ସଡ଼କ ଦୁର୍ଘଟଣା ବିଷୟରେ ଖବର ପାଇ ଆଇଓ ରାହୁଲ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଏସ୍‌ଆଇଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିଲା । ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେ କେରଳର ବାସିନ୍ଦା ଥିଲେ ବୋଲି କୁହାଯାଉଛି । ତାଙ୍କ ପରିବାର ଲୋକଙ୍କୁ ଦୁର୍ଘଟଣା ବିଷୟରେ ସୂଚନା ଦିଆଯାଇଛି । ସେପଟେ ଏହି ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏ ନେଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

Roshni

Recent Posts

ବସ୍‌ ରେ ଯାତ୍ରା ସମୟରେ ଖସି ପଡ଼ୁଥିଲେ ଯାତ୍ରୀ, ସୁପରମ୍ୟାନ୍‌ ଭାବେ ଜୀବନ ରକ୍ଷା କଲେ କଣ୍ଡକ୍ଟର

ଯଦି ଆପଣ ଚଳଚ୍ଚିତ୍ରରେ 'ସ୍ପାଇଡରମ୍ୟାନ୍' ଦେଖିଥିବେ, ତେବେ ଆପଣ ବୋଧହୁଏ ଜାଣିଥିବେ ଷଷ୍ଠ ଇନ୍ଦ୍ରୀୟ (sixth sence) କ’ଣ କୁହାଯାଏ…

23 mins ago

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ୪୨ ଚକ ନିର୍ମାଣ ଶେଷ

ପୁରୀ : ଚଳଚଞ୍ଚଳ ପୁରୀ ରଥଖଳା । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ…

48 mins ago

ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସ, ପ୍ରଦର୍ଶିତ ହେଲା ସିନେମା ଶୂନ୍ୟ ସ୍ବରୂପ

ଭୁବନେଶ୍ଵର : ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସରେ ପ୍ରଦର୍ଶିତ ହୋଇଛି ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ଶୂନ୍ୟ ସ୍ବରୂପ…

1 hour ago

ଦମ୍ ବିରିୟାନି, ଯୋଧପୁରୀ ସବ୍‌ଜି, ମଟ୍‌କା କୁଲ୍‌ଫି…ଜେପି ନଡ୍ଡାଙ୍କ ବାସଭବନରେ ଏନ୍‌ଡିଏ ସାଂସଦଙ୍କ ଡିନର ପାର୍ଟି

ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ଜୁନ୍‌ ୯ରେ ମୋଦି ପ୍ରଧାନମନ୍ତ୍ରୀ…

1 hour ago

ଫିଲ୍ମ ‘କଲ୍କି 2898 AD’ର ଟ୍ରେଲର ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଦୀପିକାଙ୍କ ଦମ୍‌ଦାର ଲୁକ୍‌

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି…

2 hours ago

ବିହାରର ୮ ସାଂସଦଙ୍କୁ ମୋଦି କ୍ୟାବିନେଟ୍‌ରେ ଜାଗା ! ଦିଲ୍ଲୀରୁ ଆସିଛି ଫୋନ୍‌ କଲ୍‌

ଏଥର ଏନ୍‌ଡିଏ ସରକାର ଗଠନରେ କିଙ୍ଗମେକରର ଭୂମିକା ଗ୍ରହଣ କରିଛି ବିହାରର ଜେଡିୟୁ । ଏହି ଦଳର ଦୁଇ ନେତାଙ୍କୁ…

2 hours ago