ଦେଶ ବିଦେଶ

ସିବିଆଇ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ମନୀଷ ସିସୋଦିଆ, ଆଜି ଅପରାହ୍ନରେ ହେବ ଶୁଣାଣି

ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇ ସୁପ୍ରିମକୋର୍ଟ ଗଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ମଦ ନୀତି ଦୁର୍ନୀତିରେ ସିବିଆଇ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ପିଟିସନ୍‌ ଦାଖଲ କରିଛନ୍ତି । ପିଟିସନକୁ ଗ୍ରହଣ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡି. ଓ୍ଵାଇ ଚନ୍ଦ୍ରଚୂଡ଼ । ଆଜି ଅପରାହ୍‌ଣ ୩ଟା ୫୦ରେ ଶୁଣାଣି ହେବ ।

ସିସୋଦିଆଙ୍କ ପକ୍ଷରୁ ମାମଲା ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ଅଭିଶେକ ମନୁ ସିଂଘଭୀ । ତ୍ୱରିତ ଶୁଣାଣି କରିବାକୁ ଆବେଦନ ହୋଇଥିଲା । ଯାହାକୁ କୋର୍ଟ ଗ୍ରହଣ କରିଛନ୍ତି । ମାର୍ଚ୍ଚ ୪ ତାରିଖ ଯାଏ ସିବିଆଇ ରିମାଣ୍ଡରେ ରହିଛନ୍ତି ସିସୋଦିଆ । ତାଙ୍କୁ ଜେରା କରାଯାଉଛି । ୮ ଘଣ୍ଟାର ଜେରା ପରେ ସିସୋଦିଆଙ୍କୁ ବାନ୍ଧିଥିଲା ସିବିଆଇ । ଏହାପରେ ୫ ଦିନିଆ ରିମାଣ୍ଡରେ ନେଇଛି ତଦନ୍ତକାରୀ ସଂସ୍ଥା ।

ଉଲ୍ଲେଖଯୋଗ୍ୟ, ରବିବାର ଦିନ ପ୍ରାୟ ୧୧ଟାରେ ଜେରାର ସମ୍ମୁଖୀନ ହେବାପାଇଁ ସିବିଆଇ ମୁଖ୍ୟାଳୟରେ ହାଜର ହୋଇଥିଲେ ସିସୋଦିଆ । ଏହି ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରେ ତାଙ୍କ ନାମ ନଥିଲେ ମଧ୍ୟ ପଚରାଉଚରା ପାଇଁ ସିବିଆଇ ରବିବାର ଦିନ ତାଙ୍କୁ ସମନ କରିଥି‌ଲା। ଜେରାର ସମ୍ମୁଖୀନ ହେବା ପୂର୍ବରୁ ସିସୋଦିଆ କହିଥିଲେ ଯେ ୭/୮ ମାସ ଜେଲ୍‌ରେ ରହିବା ପାଇଁ ମୁଁ ପ୍ରସ୍ତୁତ ହୋଇ ରହିଛି। ଦିଲ୍ଲୀର ଉନ୍ନୟନ କାର୍ଯ୍ୟରେ ବ୍ୟାଘାତ ଆଣିବା ପାଇଁ ବିଜେପି ତାଙ୍କୁ ଗିରଫ କରିବାକୁ ଚାହୁଛି ବୋଲି ସେ ଅଭିଯୋଗ କରିଥିଲେ।

ଏହାପୂର୍ବରୁ ସିସୋଦିଆଙ୍କୁ ଫେବୃଆରୀ ୧୯ରେ ସିବିଆଇରେ ହାଜର ହେବା ପାଇଁ କୁହାଯାଇଥିଲା କିନ୍ତୁ ବଜେଟ୍ କାମ ଚାଲିଥିବା ଦର୍ଶାଇ ସେ ତାରିଖ ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ। ସିବିଆଇ ଏହି ଅନୁରୋଧକୁ ରକ୍ଷା କରି ତାଙ୍କୁ ଫେବୃଆରୀ ୨୬ରେ ହାଜର ହେବାକୁ ଦ୍ୱିତୀୟ ନୋଟିସ୍ ଜାରି କରିଥିଲା।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨୪ ଫେବୃଆରୀରେ ଏକ ପ୍ରେସ୍‌ ମିଟ୍‌ରେ ଯୋଗ ଦେଇ ସିବିଆଇ ରବିବାର ମନୀଷ ସିସୋଦିଆଙ୍କୁ ଗିରଫ କରିବ ବୋଲି କହିଥିଲେ ।

Swagatika

Recent Posts

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

9 mins ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

11 mins ago

ପ୍ୟାରିସରୁ ମୁମ୍ବାଇ ଆସୁଥିବା ବିମାନରେ ବୋମା ଆତଙ୍କ, ଜରୁରୀକାଳୀନ ଅବତରଣ କଲା ଭିସ୍ତାରା ବିମାନ

ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…

11 mins ago

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

51 mins ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

1 hour ago

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

1 hour ago