ଦେବାଳିଆ ସ୍ଥିତିରେ ଥିବା Go First ଏୟାରଲାଇନ୍ କମ୍ପାନୀକୁ ବିମାନ ଚଳାଚଳ ନିୟାମକ ସଂସ୍ଥା (ଡିଜିସିଏ) ବଡ଼ ଆଶ୍ୱସ୍ତି ଦେଇଛି। କିଛି ସର୍ତ୍ତ ସହିତ କମ୍ପାନୀକୁ ପୁଣିଥରେ ବିମାନ ଚଳାଚଳ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି।
ଡିଜିସିଏର କହିବା ହେଲା, ଦିଲ୍ଲୀ ହାଇକୋର୍ଟ ଏବଂ ଜାତୀୟ କମ୍ପାନୀ ଆଇନ ନ୍ୟାୟାଧିକରଣ (NCLT)ରେ ଲିଖିତ ପିଟିସନର ଫଳାଫଳ ଆସିନାହିଁ। ଯେ ପର୍ଯ୍ୟନ୍ତ ଫଳ ଆସିନି, ସେ ପର୍ଯ୍ୟନ୍ତ ପ୍ରସ୍ତାବିତ ପୁନରୁଦ୍ଧାର ଯୋଜନାକୁ ଅନୁମୋଦନ କରାଯାଇଛି।
ଡିଜିସିଏ କହିଛି ଯେ ଏୟାର ଅପରେଟର ସାର୍ଟିଫିକେଟ୍ ରଖିବାର ସମସ୍ତ ଆବଶ୍ୟକ ନିୟାମକ ସର୍ତ୍ତ ପୂରଣ କରିବା ସର୍ତ୍ତରେ Go Firstକୁ ସଞ୍ଚାଳନ ଆରମ୍ଭ କରିବା ପାଇଁ ଅନୁମତି ଦିଆଯାଇଛି। ଏହା ବ୍ୟତୀତ ଏୟାରଲାଇନ୍କୁ ନିଜ ବିମାନଗୁଡ଼ିକର ନିରନ୍ତର ଉଡ଼ାଣ ଯୋଗ୍ୟତା ବଜାୟ ରଖିବାକୁ ପଡିବ। ଯଦି କମ୍ପାନୀରେ କୌଣସି ପରିବର୍ତ୍ତନ କରିବାକୁ ପଡ଼େ, ତେବେ ଏହାର ସୂଚନା ଦେବାକୁ ହେବ।
କହି ରଖୁଛୁ, ଆର୍ଥିକ ସଙ୍କଟରେ ଜୁଝି ହେଉଥିବା Go First କମ୍ପାନୀ ଜୁଲାଇ ୨୨ ପର୍ଯ୍ୟନ୍ତ ସମସ୍ତ ଉଡ଼ାଣକୁ ରଦ୍ଦ କରିଛି। ଏୟାରଲାଇନ୍ କମ୍ପାନୀ ମେ’ ୨ରେ ନିଜକୁ ଦେବାଳିଆ ଘୋଷିତ କରିଥିଲା। ମେ’ ୩ରୁ ବିମାନ ଚଳାଚଳ ବନ୍ଦ ରହିଛି। ଡିଜିସିଏର ନୂତନ ପଦକ୍ଷେପ ଦ୍ୱାରା ଏୟାରଲାଇନ୍ର ଆର୍ଥିକ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି।
ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…
ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…
ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…
କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…
ଆନନ୍ଦପୁର(କେନ୍ୟୁଜ୍): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…