ପୁଣିଥରେ ଆକାଶରେ ଉଡ଼ିବ Go First ବିମାନ, ସର୍ତ୍ତ ରଖି ଅନୁମତି ଦେଲା DGCA

ଦେବାଳିଆ ସ୍ଥିତିରେ ଥିବା Go First ଏୟାରଲାଇନ୍‌ କମ୍ପାନୀକୁ ବିମାନ ଚଳାଚଳ ନିୟାମକ ସଂସ୍ଥା (ଡିଜିସିଏ) ବଡ଼ ଆଶ୍ୱସ୍ତି ଦେଇଛି। କିଛି ସର୍ତ୍ତ ସହିତ କମ୍ପାନୀକୁ ପୁଣିଥରେ ବିମାନ ଚଳାଚଳ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି।

ଦେବାଳିଆ ସ୍ଥିତିରେ ଥିବା Go First ଏୟାରଲାଇନ୍‌ କମ୍ପାନୀକୁ ବିମାନ ଚଳାଚଳ ନିୟାମକ ସଂସ୍ଥା (ଡିଜିସିଏ) ବଡ଼ ଆଶ୍ୱସ୍ତି ଦେଇଛି। କିଛି ସର୍ତ୍ତ ସହିତ କମ୍ପାନୀକୁ ପୁଣିଥରେ ବିମାନ ଚଳାଚଳ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି।

ଡିଜିସିଏର କହିବା ହେଲା, ଦିଲ୍ଲୀ ହାଇକୋର୍ଟ ଏବଂ ଜାତୀୟ କମ୍ପାନୀ ଆଇନ ନ୍ୟାୟାଧିକରଣ (NCLT)ରେ ଲିଖିତ ପିଟିସନର ଫଳାଫଳ ଆସିନାହିଁ। ଯେ ପର୍ଯ୍ୟନ୍ତ ଫଳ ଆସିନି, ସେ ପର୍ଯ୍ୟନ୍ତ ପ୍ରସ୍ତାବିତ ପୁନରୁଦ୍ଧାର ଯୋଜନାକୁ ଅନୁମୋଦନ କରାଯାଇଛି।

ଡିଜିସିଏ କହିଛି ଯେ ଏୟାର ଅପରେଟର ସାର୍ଟିଫିକେଟ୍ ରଖିବାର ସମସ୍ତ ଆବଶ୍ୟକ ନିୟାମକ ସର୍ତ୍ତ ପୂରଣ କରିବା ସର୍ତ୍ତରେ Go Firstକୁ ସଞ୍ଚାଳନ ଆରମ୍ଭ କରିବା ପାଇଁ ଅନୁମତି ଦିଆଯାଇଛି। ଏହା ବ୍ୟତୀତ ଏୟାରଲାଇନ୍‌କୁ ନିଜ ବିମାନଗୁଡ଼ିକର ନିରନ୍ତର ଉଡ଼ାଣ ଯୋଗ୍ୟତା ବଜାୟ ରଖିବାକୁ ପଡିବ। ଯଦି କମ୍ପାନୀରେ କୌଣସି ପରିବର୍ତ୍ତନ କରିବାକୁ ପଡ଼େ, ତେବେ ଏହାର ସୂଚନା ଦେବାକୁ ହେବ।

କହି ରଖୁଛୁ, ଆର୍ଥିକ ସଙ୍କଟରେ ଜୁଝି ହେଉଥିବା Go First କମ୍ପାନୀ ଜୁଲାଇ ୨୨ ପର୍ଯ୍ୟନ୍ତ ସମସ୍ତ ଉଡ଼ାଣକୁ ରଦ୍ଦ କରିଛି। ଏୟାରଲାଇନ୍ କମ୍ପାନୀ ମେ’ ୨ରେ ନିଜକୁ ଦେବାଳିଆ ଘୋଷିତ କରିଥିଲା। ମେ’ ୩ରୁ ବିମାନ ଚଳାଚଳ ବନ୍ଦ ରହିଛି। ଡିଜିସିଏର ନୂତନ ପଦକ୍ଷେପ ଦ୍ୱାରା ଏୟାରଲାଇନ୍‌ର ଆର୍ଥିକ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.